ମହିଳାଙ୍କ ପେଟରୁ ବାହାରିଲା ୧.୫ କିଲୋଗ୍ରାମର ସୁନା ଓ ୯୦ଟି କଏନ୍‌

Published: Jul 25, 2019, 12:58 pm IST

ପଶ୍ଚିମବଙ୍ଗରେ ବୀରଭୂମ ଜିଲ୍ଲାର ଏକ ସରକାରୀ ହସ୍ପିଟାଲ୍‌ରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏହି ହସ୍ପିଟାଲରୁ ଜଣେ ମହିଳାଙ୍କ ପେଟ ଭିତରୁ ପାଖାପାଖି ୧.୫ କିଲୋଗ୍ରାମର ଅଳଙ୍କାର ଏବଂ ୯୦ଟି କଏନ୍‌ ବାହାରିଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା ରମପୁରହଟ ସରକାରୀ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ଡାକ୍ତରମାନେ ଅପରେସନ୍‌ କରି ତାଙ୍କ ପେଟରୁ ଏହି ସବୁ ଅଳଙ୍କାର ଓ କଏନ୍‌ ବାହାର କରିଛନ୍ତି। ମହିଳା ଜଣଙ୍କ ମାନସିକ ରୋଗୀ ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରାୟ ୨୬ ବର୍ଷ  । ଏହି ମହିଳାଙ୍କ ପେଟ ଭିତରୁ ୧୯ଟି ପାଞ୍ଚ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ୍ ସହିତ ଚେନ୍, ନାକଫୁଲ, କାନଫୁଲ ଓ ଚୁଡି ଆଦି ବାହାର କରାଯାଇଥିବା ଡାକ୍ତର କହିଛନ୍ତି। ଏହି ମହିଳାଙ୍କ ମାଆ କହିଛନ୍ତି ଯେ ତାଙ୍କ ଝିଅ କିଛି ଦିନ ହେବ ମାନସିକସ୍ତରରେ ଅସୁସ୍ଥ ଅଛନ୍ତି । କିଛିଦିନ ହେବ ସେ କଏନ୍‌ ଗିଳି ପକାଉଥିବା ଆମ ନଜରକୁ ଆସିଥିଲା । ଏଥିପାଇଁ ଆମେ ତାକୁ ହସ୍ପିଟାଲ୍‌ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲୁ ।

Related posts