ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ମଙ୍ଗଳବାର ହେରାପଞ୍ଚମୀ ପାଳିତ ହୋଇଥିବା ବେଳେ ଆଜି ପୂର୍ବାହ୍ନରେ ରଣପୁର ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ତନିଠାକୁରଙ୍କ ତିନିରଥକୁ ଦକ୍ଷିଣ ମୋଡ କରାଯାଇଛି। ପ୍ରଥମେ ବଳଭଦ୍ରଙ୍କର ତାଳଧ୍ୱଜ ରଥକୁ ଦକ୍ଷିଣମୋଡ କରାଯିବା ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ କରାଯାଇଥିଲା। ଶେଷରେ କାଳିଆସାନ୍ତଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ସହ ଏହି କାର୍ଯ୍ୟ ସମାପନ ହୋଇଥିଲା।