ଟ୍ରକ୍ ଧକ୍କାରେ ତିନି ଅଟୋ ଅରୋହୀ ଗୁରୁତର

Published: Jul 3, 2025, 12:27 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ରାତିରେ ହିଞ୍ଜିଳି ଥାନା ସହର କଲେଜ ସାମ୍ନାରେ ଗୋଟିଏ ଅଟୋ କିଛି ଲୋକଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଗୋଟିଏ ମାଲବାହୀ ଟ୍ରକ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ହେଲେ ସମର ଝୋଳ ଛକରେ କାର୍ଯ୍ୟରତ ଫାଣ୍ଡି କର୍ମଚାରୀ ଟ୍ରକକୁ ଅଟକାଇବାରେ ସଫଳ ହୋଇଛନ୍ତି। ଏବଂ ଡ଼୍ରାଇଭରକୁ ଥାନାକୁ ଆଣି ଅଟକ ରଖିଛନ୍ତି।

ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଅଟୋ ଆରୋହୀ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

Related posts