Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଦିବାସୀ ସମାଜର ଉନ୍ନତି ପାଇଁ ମୁଁ ମୋର ସର୍ବଶକ୍ତି ଲଗାଇବି: ମୁଖ୍ୟମନ୍ତ୍ରୀ
ଆଜିର ଖବର

ଆଦିବାସୀ ସମାଜର ଉନ୍ନତି ପାଇଁ ମୁଁ ମୋର ସର୍ବଶକ୍ତି ଲଗାଇବି: ମୁଖ୍ୟମନ୍ତ୍ରୀ

July 3, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ IRC Village ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ଏହି ଶବରୀ ଭବନ କେବଳ ଏକ ଆଶ୍ରୟସ୍ଥଳ ନୁହେଁ – ଏହା ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ ବୋଲି କହିବା ସହିତ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ଵଳ୍ପକାଳୀନ ରହଣି ସହିତ ଶିକ୍ଷା, କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ।

ଆଜିର ଶବରୀ ଭବନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଠାରେ ସମ୍ମିଳନୀ, ପ୍ରଶିକ୍ଷଣ ଶିବିର, କଳା ପ୍ରଦର୍ଶନୀ ଓ ଗବେଷଣା କାର୍ଯ୍ୟକ୍ରମ ହେବା ଦ୍ୱାରା ଏକ ସଂସ୍କୃତିକ ଜୀବନତା ପାଇଁ ଅନୁପ୍ରେରଣା ହେବ। ଆଦିବାସୀ ଭାଇ ଓ ଭଉଣୀମାନେ ଯେତେବେଳେ ଏଠାକୁ ଆସିବେ, ନିଜ ଘର ପରି ଅନୁଭବ କରିବେ। ଆପଣଙ୍କ ଶିକ୍ଷା, ଚିକିତ୍ସା, ନିଯୁକ୍ତି, ଓ ଉନ୍ନତିର ମାର୍ଗ ଏହିଠାରୁ ଆରମ୍ଭ ହେବ। ଆଦିବାସୀ ସଂସ୍କୃତି କେବଳ ନାଚ, ଗୀତରେ ସୀମାବଦ୍ଧ ନୁହେଁ, ଏହା ହେଉଛି ଏକ ଜୀବନ ଶୈଳୀ, ଏକ ଆତ୍ମା। ଏହାକୁ ସୁରକ୍ଷା କରିବା ଏବଂ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହାକୁ ଜୀବିତ ରଖି, ପରିସ୍ଫୁଟ କରିବା କରିବା ଦିଗରେ ଶବରୀ ଭବନ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେଯେ, ଭୁବନେଶ୍ୱରରେ ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଉଛି। ରାଜ୍ୟର ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ କଲ୍ୟାଣ ପାଇଁ ରେକର୍ଡ ୬୮ ହଜର ୮୮୧ କୋଟି ତାଙ୍କର ବିଶେଷ ପ୍ରାବଧାନ କରାଯାଇଛି। ନିୟମିତ କଲ୍ୟାଣକାରୀ ଯୋଜନା ବ୍ୟତୀତ ଏହି ଟଙ୍କା କେବଳ ତାଙ୍କ ପାଇଁ ଖର୍ଚ୍ଚ ହେବ। ଏହା ହେଉଛି ଆମ ସରକାରଙ୍କ ଜନଜାତିଙ୍କ ପାଇଁ ପ୍ରତିବଦ୍ଧତା। ମୁଁ ବିଶ୍ୱାସ କରେ – ଯେଉଁ ସମାଜ ତାଙ୍କର ମୂଳ ଚିହ୍ନକୁ ସମ୍ମାନ କରେ, ସେଇ ସମାଜ ତୀବ୍ର ଗତିରେ ଅଗ୍ରସର ହୁଏ। ଆମ ଆଦିବାସୀ ସମାଜ ଓଡ଼ିଶାର ଗର୍ବ, ଆମ ସଂସ୍କୃତିର ମୂଳ ଆଧାର। ଏହି ସମାଜକୁ ଆଗକୁ ଆଣିବା ପାଇଁ ମୁଁ ଏକ ଆଦିବାସୀ ସନ୍ତାନ ଭାବରେ ମୋ ସର୍ବଶକ୍ତି ଲଗାଇବି।

ସେ ପୁଣି କହିଥିଲେଯେ, ୨୦୩୬ ସୁଦ୍ଧା ଆମେ ଲକ୍ଷ୍ୟ ରଖିଛୁ ରାଜ୍ୟର ସର୍ବାଙ୍ଗୀନ ବିକାଶ, ସାମଗ୍ରିକ ଅଭିବୃଦ୍ଧି ଏବଂ ଜନଜାତି ସଶକ୍ତିକରଣ ଜରିଆରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ। ସମୃଦ୍ଧ ଓଡିଶା ଗଠନ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ରାଜ୍ୟର ୨୪ ପ୍ରତିଶତ ଜନଜାତି। ୨୦୩୬ ସୁଦ୍ଧା ଏହି ସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ୩୬ଟି ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ଏହାକୁ କୁହାଯାଉଛି ‘୩୬ ପାଇଁ ୩୬’ । ରାଜ୍ୟର ଡବଲ ଇଞ୍ଜିନ ସରକାର ଏକ ବର୍ଷର ସଫଳ ଯାତ୍ରା ପୂରଣ କରି ସେହି କାର୍ଯ୍ୟକୁ ନୂତନ ବିଶ୍ଵାସ ନୂତନ ଶକ୍ତି ସହିତ ଜାରି ରଖିଛନ୍ତି। ଆଗାମୀ ଦିନରେ ବିକାଶର ଜୟଯାତ୍ରା ଆହୁରି ତ୍ୱରାନ୍ୱିତ ହେବ। ଏହି ବିକାଶ ଯାତ୍ରା ସମ୍ଭବ ହେବ ଯେତେବେଳେ ସରକାର, ଅଧିକାରୀ ଏବଂ ସାଧାରଣ ଜନତାଙ୍କ ଗୋଟିଏ ଲକ୍ଷ୍ୟ ହେବ, ‘କେବଳ ରାଜ୍ୟର ବିକାଶ’।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ସରକାର କେବଳ ଅବିଭକ୍ତ ନୁହେଁ, ସାରା ରାଜ୍ୟକୁ ସମତୁଲ ଭାବେ ବିକାଶ କରିବା ପାଇଁ ବଦ୍ଧପରିକର। ଏହି ଶବରୀ ଭବନ ଓଡ଼ିଶାବାସୀଙ୍କ ସ୍ୱାଭିମାନର ପରିଚୟ ହେବ, ଓ ନୂଆ ପିଢ଼ି ପାଇଁ ଏକ ଅନୁପ୍ରେରଣା ରୂପେ ଦୀପ୍ତିମାନ ରହିବ।

କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଗଣଶିକ୍ଷାମନ୍ତ୍ରୀ ତଥା ଶବରୀ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନକୁ ଆଦିବାସୀ ସଂସ୍କୃତି ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ କରି ୨୦୦ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରିଛନ୍ତି। ଏଥିରୁ, ଦକ୍ଷିଣ ଓଡିଶା, ବିଶେଷ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶର ଗତି ଦ୍ରୁତତର ହେବ ଏବଂ ଏହି ବିକାଶର ଜୟଯାତ୍ରାରେ ଶବରୀ ଭବନର ଗୁରୁ ଦାୟିତ୍ୱ ରହିବ।

ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ମୁନା ଖାନ, ସାଂସଦ ବଳଭଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଶବରୀ ସାଂସ୍କୃତିକ ସଂସଦର ଉପଦେଷ୍ଟା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭାତ୍ରା, କୋଟପାଡ଼ ବିଧାୟକ ରୂପା ଭାତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ରାୟଗଡ଼ା ବିଧାୟକ କଦ୍ରକ ଅପଲସ୍ବାମୀ, ବିଷମ କଟକ ବିଧାୟକ ନୀଳମାଧବ ହିକ୍କା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ମଂଚାସୀନ ଥିଲେ। ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶବରୀ ସାଂସ୍କୃତିକ ପରିଷଦର ଉପ ସଭାପତି ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ଭୁବନେଶ୍ୱର ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025
Latest News

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.