Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପରେସନ୍ ସିନ୍ଦୂର ପରେ ନରମିଲେ କେନ୍ଦ୍ର ସରକାର: ଏସିଆ କପ୍ ପାଇଁ ଭାରତ ଆସିବ ପାକିସ୍ତାନ ଦଳ
ଆଜିର ଖବର

ଅପରେସନ୍ ସିନ୍ଦୂର ପରେ ନରମିଲେ କେନ୍ଦ୍ର ସରକାର: ଏସିଆ କପ୍ ପାଇଁ ଭାରତ ଆସିବ ପାକିସ୍ତାନ ଦଳ

July 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ସତ୍ତ୍ୱେ ଏସିଆ କପ୍ ପାଇଁ ପାକିସ୍ତାନର ହକି ଦଳ ଭାରତ ଆସିବାକୁ ଯାଉଛି। ଭାରତ ସରକାର ପାକିସ୍ତାନୀ ଦଳକୁ ଭାରତ ଆସିବାକୁ ଅନୁମତି ଦେଇଛନ୍ତି। ଏଥର ବିହାରର ରାଜଗିରରେ ଏସିଆ କପ୍ ଆୟୋଜନ କରାଯିବ। ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ସୂଚନା ଅନୁଯାୟୀ ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପାକିସ୍ତାନ ଦଳକୁ ଭାରତ ଆସିବାକୁ ଅନୁମତି ଦେଇଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ଭିସା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରକାଶ ଯେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ଯାହା ପରେ ପାକିସ୍ତାନ ଦଳର ଅଂଶଗ୍ରହଣ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ଅପରେସନ୍ ସିନ୍ଦୂର ପରେ ଭାରତ ସରକାର ନରମ ଦେଖାଇଛନ୍ତି।

କ୍ରୀଡା ମନ୍ତ୍ରଣାଳୟର ଏକ ସୂତ୍ର କହିଛି, “ଆମେ ବହୁ-ରାଷ୍ଟ୍ରୀୟ ଇଭେଣ୍ଟରେ ଭାରତରେ ଖେଳୁଥିବା କୌଣସି ଦଳ ବିରୋଧରେ ନାହୁଁ। କିନ୍ତୁ ଦ୍ୱିପାକ୍ଷିକ ସିରିଜ ଭିନ୍ନ। ପାକିସ୍ତାନର ହକି ଦଳ ଏସିଆ କପ୍ ଏବଂ ଜୁନିଅର ବିଶ୍ୱକପ୍ ପାଇଁ ଭାରତ ଆସିବ। କାରଣ ଅନ୍ୟ ଦଳଗୁଡ଼ିକ ମଧ୍ୟ ଆସୁଛନ୍ତି। ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକରୁ ଆବଶ୍ୟକୀୟ ଅନୁମୋଦନ ମିଳିଛି। ଭାରତକୁ ଅଲିମ୍ପିକ୍ ଚାର୍ଟର ପାଳନ କରିବାକୁ ପଡିବ। ଆମେ ଗୋଟିଏ ଦେଶକୁ ଅଂଶଗ୍ରହଣ କରିବାରୁ ରୋକିପାରିବୁ ନାହିଁ।”

ଉଲ୍ଲେଖ ଥାଉ ଯେ, ଯଦି ଭାରତ ପାକିସ୍ତାନ ଦଳକୁ ଦୁଇଟି ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ରୋକିଥାନ୍ତା, ତେବେ ଏହା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ପ୍ରତିବନ୍ଧକର ସମ୍ମୁଖୀନ ହୋଇଥାନ୍ତା।

asia cup Asia Cup 2025 indian government pakistan Sports News
Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା

January 19, 2026

ଆର୍ଥିକ ବର୍ଷ ୨୦୨୬ରେ ୭.୩% ଗତିରେ ବଢିବ ଭାରତ: ମୁଡିଜ୍ ର ଆକଳନ

January 19, 2026

ପଶ୍ଚିମବଙ୍ଗରେ SIR ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ପାରଦର୍ଶିତା ଉପରେ ଗୁରୁତ୍ୱ

January 19, 2026

ଟି-୨୦ ବିଶ୍ୱକପ୍ ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ଝଟକା: ବିସିବିକୁ ଚେତାବନୀ ଦେଲା ଆଇସିସି

January 19, 2026
Latest News

ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା

January 19, 2026

ଆର୍ଥିକ ବର୍ଷ ୨୦୨୬ରେ ୭.୩% ଗତିରେ ବଢିବ ଭାରତ: ମୁଡିଜ୍ ର ଆକଳନ

January 19, 2026

ପଶ୍ଚିମବଙ୍ଗରେ SIR ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ପାରଦର୍ଶିତା ଉପରେ ଗୁରୁତ୍ୱ

January 19, 2026

ଟି-୨୦ ବିଶ୍ୱକପ୍ ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ଝଟକା: ବିସିବିକୁ ଚେତାବନୀ ଦେଲା ଆଇସିସି

January 19, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ ଯାପିତ 

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.