Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ଶିକ୍ଷକ ଶୂନ୍ୟ: ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇଲା ଓଷ୍ଟା
ଆଜିର ଖବର

ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ଶିକ୍ଷକ ଶୂନ୍ୟ: ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇଲା ଓଷ୍ଟା

July 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ଦିନକୁ ଦିନ ଶିକ୍ଷକ କର୍ମଚାରୀ ଶୂନ୍ୟ ହୋଇ ବନ୍ଦହୋଇଯିବା ସ୍ଥିତିରେ ପହଞ୍ଚିଛି। ଏହି ବିଦ୍ୟାଳୟ ଗୁଡ଼ିକରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ରାଜ୍ୟରେ ୧୯୮୧ ମସିହାଠାରୁ ପର୍ଯ୍ୟାୟକ୍ରମେ ଖୋଲିଥିବା ହାଇସ୍କୁଲ ଗୁଡ଼ିକ ଏବେ ସୁଦ୍ଧା ୨୫୫୧ରେ ପହଞ୍ଚିଛି। ଏହି ବିଦ୍ୟାଳୟ ଗୁଡ଼ିକ ସରକାରୀ ଅନୁଦାନ ନିୟମ ଅନୁଯାୟୀ ବୋର୍ଡ଼ର ଅନୁମତି ଓ ସ୍ୱିକୃତୀ ପାଇବା ପରେ ୧୯୯୦-୯୧ ଠାରୁ ନିଜ ଅଧିନରେ ପ୍ରଥମ ବ୍ୟାଚ୍ ପରୀକ୍ଷା ଦେଇଥିଲେ। ସେହି ସମୟରେ କାର୍ଯ୍ୟ କରୁଥିବା ୧୯୯୪ ଅନୁଦାନ ଆଇନ୍ ଅନୁଯାୟୀ ରାଜ୍ୟର ପଛୁଆ ବର୍ଗ ଜିଲ୍ଲା ଗୁଡ଼ିକର ପଞ୍ଚାୟତର ପ୍ରଥମ ବିଦ୍ୟାଳୟ ଗୋଟିଏ ବର୍ଷରେ ଓ ସମସ୍ତ ବାଳିକା ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଗୋଟିଏ ବର୍ଷରେ ନିଜ ଅଧିନରେ ୧ମ ବ୍ୟାଚ୍ ପରୀକ୍ଷା ଦେଲେ ଅନୁଦାନ ପରିସର ଭୁକ୍ତ ହେବାର ନିୟମ ଥିଲା।

ଅନ୍ୟ ଜିଲ୍ଲା ଗୁଡ଼ିକର ପ୍ରତ୍ୟେକ ବିଦ୍ୟାଳୟ ଗୁଡ଼ିକ ନିଜ ଅଧୀନରେ ୪ଟି ବ୍ୟାଚ୍ ପରୀକ୍ଷା ଦେଲା ପରେ ଅନୁଦାନ ନିମିତ୍ତ ଯୋଗ୍ୟ ବିବେଚିତ ହେଉଥିଲେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ସେହି ବିଦ୍ୟାଳୟ ଗୁଡ଼ିକ ଅନୁଦାନ ପରିସର ଭୁକ୍ତ ହୋଇ ନଥିଲେ। ୧୯୯୪ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଦଶବର୍ଷ ବିତିଯିବା ପରେ ତା୦୧.୦୧.୨୦୦୪ରିଖ ଠାରୁ ଏହିସବୁ ବିଦ୍ୟାଳୟ ଗୁଡ଼ିକୁ  ସରକାର ବ୍ଲକ୍‌ଗ୍ରାଣ୍ଟ ଭିତ୍ତିରେ ଅନୁଦାନ ପ୍ରଦାନ କରିଥିଲେ। ସେହି ସମୟରେ ୨୦୦୪ ମସିହାରେ ଶିକ୍ଷକଟିଏ ୧୫୭୯/- ଟଙ୍କା ପାଉଥିଲା ବେଳେ ପିଅନଟିଏ ୮୭୬/- ଟଙ୍କା ଦରମା ପାଉଥିଲେ। ୧୧୦ ବାଳିକା ବିଦ୍ୟାଳୟଗୁଡ଼ିକ ୧୯୯୪ ଅନୁଦାନ ଆଇନ୍ ଅନୁଯାୟୀ ଯୋଗ୍ୟ ହୋଇଥିଲେ ମଧ୍ୟ ୨୨.୦୯.୨୦୦୭ରେ ୨୦୦୪ ଅନୁଦାନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିଲେ।

ବିଭିନ୍ନ ପର୍ଯ୍ୟାୟରେ ପ୍ରାକ୍ତନ ସରକାର ଭିନ୍ନ ଭିନ୍ନ ଅନୁଦାନ ଆଇନ୍ ବଳରେ ଆର୍ଥିକ ରାଶି ବୃଦ୍ଧି କରୁଥିଲେ। ସରକାର ୨୦୧୭ ମସିହାରେ ଏକ ଐତିହାସିକ ଅନୁଦାନ ଦେବେ ବୋଲି ଘୋଷଣା କରି ଯେଉଁ ନୂତନ ବ୍ୟବସ୍ଥା ଲାଗୁ କରିଥିଲେ ସେଥିରେ ଚାକିରି ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧା ଅନ୍ତର୍ଭୁକ୍ତ ନଥିଲା। ତାହା ଷଷ୍ଠ ବେତନ ଆଧାରରେ ତା୦୧.୦୧.୨୦୧୮ରୁ କାର୍ଯ୍ୟକାରୀ ହେଲା। ପୁନଶ୍ଚ ସପ୍ତମ ବେତନ ପାଇବା ପାଇଁ ଦୀର୍ଘ ୪ ବର୍ଷ ବିତିଗଲା ଓ ତାହା ୦୧.୦୧.୨୦୨୨ରୁ ପାଖାପାଖି ଦୁଇ ହଜାର ବିଦ୍ୟାଳୟକୁ ଓ ୦୧.୦୧.୨୦୨୪ରୁ ୬୨୫ଟି ବିଦ୍ୟାଳୟକୁ ଲାଗୁ କରାଯାଇଥିଲା।

ଦୀର୍ଘ ୩୦ ବର୍ଷ କାର୍ଯ୍ୟକଲା ପରେ ୨୦୧୩ ଅନୁଦାନ ଆଇନ୍‌ରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟଗୁଡ଼ିକ ଅନୁଦାନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ବାରମ୍ବାର ଆଲୋଚନା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରତିଶ୍ରୁତି ମିଳିବା ପରେ ମଧ୍ୟ ଅଦ୍ୟାବଧି ଅନୁଦାନ ପରିସରଭୁକ୍ତ ହୋଇପାରି ନାହିଁ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ(ବିନା ପାରିଶ୍ରମିକରେ) ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି କିମ୍ବା ମୃତ୍ୟୁବରଣ କରୁଛନ୍ତି।

୨୦୦୪ ମସିହା ଠାରୁ ଅନୁଦାନ ପାଇ ଆସୁଥିବା ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହୋଇଗଲାଣି। ପ୍ରତିମାସରେ ଅନେକ ଶିକ୍ଷକ  ଅବସର ନେଉଛନ୍ତି। ଏହି ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ବ୍ୟବସ୍ଥା ନଥିବାରୁ ଧୀରେ ଧୀରେ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଘୋର ଅଭାବ ଦେଖା ଦେଇଛି। ପ୍ରାୟ ୫୬୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କର ଇତିମଧ୍ୟରେ ଅବସର ନେଲେଣି ଓ କେତେକ ମୃତ୍ୟୁବରଣ ମଧ୍ୟ କଲେଣି। ଚାକିରିରୁ ସେବା ନିବୃତ୍ତ ହେବାର ପରଦିନ ସେମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ଓ ଶୋଚନୀୟ ହୋଇପଡ଼ୁଛି। କାରଣ ଅବସର ପରଦିନଠାରୁ ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କର ସରକାରୀ କର୍ମଚାରୀଙ୍କ ପରି ପେନସନ୍‌, ଅବସରକାଳୀନ ସୁବିଧା ଓ ଚାକିରି ସର୍ତ୍ତାବଳୀ ନଥାଏ। ତା୧୨.୦୧.୨୦୨୪ରିଖରେ ହାଇକୋର୍ଟ ଦେଇଥିବା ଐତିହାସିକ ରାୟ ୧୯୮୧ ପେନ୍‌ସନ୍ ରୁଲ୍ ଅନୁଯାୟୀ ପେନ୍‌ସନ୍ ପ୍ରଦାନକୁ ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇ ନାହିଁ।

ରାଜ୍ୟରୁ କେତେଗୁଡ଼ିଏ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହେବାକୁ ଗଲାଣି କିମ୍ବା ଦୁଇ ତିନିଜଣ ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ବ୍ଲକ୍ ଅଧିନସ୍ଥ ପଞ୍ଚାୟତ ହାଇସ୍କୁଲ, ରେଙ୍ଗାଲିରେ କେହି ଶିକ୍ଷକ ନାହାଁନ୍ତି। ଗତ ତା୩୦.୦୬.୨୦୨୫ ରିଖରେ ଏକମାତ୍ର ଶିକ୍ଷକଙ୍କର ଅବସର ପରେ ଏହି ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଶିକ୍ଷକ ଶୂନ୍ୟ ହୋଇ ଯାଇଛି। ଏହି ବିଦ୍ୟାଳୟଗୁଡ଼ିକର ଭାଗ୍ୟ ଭବିଷ୍ୟତ ସରକାରଙ୍କ ହାତରେ। ଏଗୁଡ଼ିକ କିପରି ଚାଲିବ ତାହାକୁ ନେଇ ଅଭିଭାବକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଏସ୍‌.ଏସ୍‌.ବି. ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଦିଆଯାଇଥିବା ବ୍ୟବସ୍ଥାକୁ ଓଷ୍ଟା ଦ୍ୱାରା ସ୍ୱାଗତ କରାଯାଉଛି। ସେହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଅଭାବରୁ ବିଦ୍ୟାଳୟଟି ଭାଙ୍ଗିଯିବା ପୂର୍ବରୁ ଶିକ୍ଷକ ନିଯୁକ୍ତି କରିବାକୁ ଓଷ୍ଟା ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଉଛି।

ରାଜ୍ୟରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ଜନପ୍ରିୟ ସରକାର ତାଙ୍କର ଏକବର୍ଷ ପୂର୍ତ୍ତି ପାଳନ କରିସାରିଛନ୍ତି। ବର୍ତ୍ତମାନର ସରକାର ସବୁବର୍ଗର ଲୋକଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଥିବା ସମସ୍ୟା ଗୁଡ଼ିକ ଯଥା: ଅନୁଦାନ, ପେନସନ୍ ଓ ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ, ନୂତନ ଶିକ୍ଷକ ନିଯୁକ୍ତି, ସବୁ ବିଦ୍ୟାଳୟକୁ ସରକାରୀକରଣ ତଥା ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ଆଶୁ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନିଳମଣୀ ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

ଓଷ୍ଟା ପ୍ରେସ୍ ଇସ୍ତାହାର ଶିକ୍ଷକ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

Vice President Election: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ଣିଂ ଅଫିସର, ଜାଣନ୍ତୁ କିଏ ?

July 25, 2025

ଜରଡା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ପତ୍ନୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ

July 25, 2025

ନବବିବାହିତ ପତିଙ୍କୁ କୁଅକୁ ଠେଲି ହତ୍ୟା ଉଦ୍ୟମ, ପତ୍ନୀ ଗିରଫ

July 25, 2025

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025
Latest News

Vice President Election: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ଣିଂ ଅଫିସର, ଜାଣନ୍ତୁ କିଏ ?

July 25, 2025

ଜରଡା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ପତ୍ନୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ

July 25, 2025

ନବବିବାହିତ ପତିଙ୍କୁ କୁଅକୁ ଠେଲି ହତ୍ୟା ଉଦ୍ୟମ, ପତ୍ନୀ ଗିରଫ

July 25, 2025

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କଲେ କେନ୍ଦ୍ର ସରକାର

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.