Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଓ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ
ଆଜିର ଖବର

ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଓ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ

July 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି, ଶୃଙ୍ଖଳା ସହ ସମ୍ପନ୍ନ ହୋଇ ଯାଇଅଛି। ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଙ୍କ ମାଉସୀ ମା ” ମନ୍ଦିରରେ ଆଜି ପ୍ରତ୍ୟୁଷରୁ ନିର୍ଦ୍ଧାରିତ ରୀତି ନୀତି ପାଳନ କରାଯିବା ସହ ପ୍ରବର୍ତନ ସାଂସଦ ପ୍ରସନ୍ନ ପାଟ୍ଟସାଣି ଛେରା ପହଁରା କଲାପରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ, ମା ” ସୁଭଦ୍ରା ଓ ହଳାୟୁଧ ତଥା ଶ୍ରୀ ଶ୍ରୀ ବଳଭଦ୍ର ରଥାରୂଢ଼ ହୋଇଥିଲେ। ପରେ ଅପରାହ୍ନ ସାଢେ଼ ଚାରି ଘଣ୍ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା।

ଭକ୍ତ ଶ୍ରଦ୍ଧାଳୁ ଉଭୟ ପୁରୁଷ ଓ ମହିଳା ମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ହରିବୋଲ ହୁଳହୁଳି ଦେଇ ରଥ ଟାଣି ନେଇଥିଲେ ରଥ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ, ଜଗୁଳେଇ ପାଟଣା ବଡ଼ଦାଣ୍ଡରେ ପହଞ୍ଚିଲା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ, ମା “ସୁଭଦ୍ରା ଓ ହଳାୟୁଧ, ସୁଦର୍ଶନଙ୍କୁ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦ୍ଦେବ ଦର୍ଶନ କରି ସେବାୟତ ମାନଙ୍କ ସହ ମହାପ୍ରଭୁଙ୍କ ରଥଯାତ୍ରା କୁ ଆହୁରି କିଭଳି ସୁନ୍ଦର ଆକର୍ଷଣୀୟ କରାଯିବାସହ ଜଗୁଳେଇ ପାଟଣା ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ମନ୍ଦିର ର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ହେବାସହ ପାରିପାର୍ଶ୍ବିକ ଉନ୍ନତି ହେବ ଆଲୋଚନା କରିଥିଲେ।

ଯାଗୁଳେଇ ପାଟଣା ମନ୍ଦିର ପରିଚାଳନା କମିଟି ଓ ମା”ଜଗେଶ୍ୱରୀ ଯୁବକ ସଂଘ ର ଦିଲ୍ଲୀପ ପ୍ରଧାନ, ଜଗନ୍ନାଥ ପାଲଟା ସିଂହ, କୃପାସିନ୍ଧୁ ପାଲଟା ସିଂହ , ବୈକୁଣ୍ଠ ମହାପାତ୍ର, ଗଣେଶ୍ୱର ପ୍ରଧାନ, ବଂଶୀଧର ପାଲଟା ସିଂହ, କାର୍ତିକେଶ୍ୱର ପ୍ରଧାନ ଓ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ। ଭା.ଜ.ପା.ବରିଷ୍ଠ କର୍ମକର୍ତ୍ତା ବୃନ୍ଦ, ଶ୍ରୀ ଦିଲ୍ଲୀପ କୁମାର ହୋତା, ସୂର୍ଯ୍ୟ ପ୍ରସାଦ ମହାନ୍ତି, ସରପଞ୍ଚ ଅର୍ଜୁନପୁର ଗ୍ରା:ପ ଉପସ୍ଥିତ ଥିବା ବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ.ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି କିଶୋର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶନାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।

ସେହିପରି ଗଡଖୋର୍ଦ୍ଧା ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମଧ୍ୟ ନିର୍ଦ୍ଧାରିତ ରିତିକାନ୍ତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଅଜିତ୍ କୁମାର ପଟ୍ଟନାୟକ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ବିନୋଦ କୁମାର ପଟ୍ଟନାୟକ ଓ ତାଙ୍କ ସାଥୀ ପହଣ୍ଡି ବିଜେ କରାଇଥିଲେ। ପୂଜକ ଅକ୍ଷୟ ମହାପାତ୍ର ଓ ଅରୂପା ମହାପାତ୍ର, ପରିଚାଳନ କମିଟିର ରମାକାନ୍ତ ପାଟ୍ଟଯୋଶୀ ସମ୍ପାଦକ ଗୋପାଳକୃଷ୍ଣ ଦାସ ପ୍ରମୁଖ ଙ୍କ ସେବା ସହଯୋଗ ଓ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ କିଶୋର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଉଭୟ ସ୍ଥାନରେ ପାନୀୟ ଜଳ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ସେବା, ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ସେବା ଯୋଗାଇ ଦିଆଯାଇଥିଲା। ଏହି ପାରମ୍ପାରିକ ବାହୁଡ଼ା ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ, ଜନ ପ୍ରତିନିଧି, ବୁଦ୍ଧିଜୀବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ତଥା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ।

ବାହୁଡା ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.