ମନମୋହନ ସାମଲ ପୁଣି ଥରେ ବିଜେପି ସଭାପତି ହେବେ, ସାମାଜିକ ଗଣମାଧ୍ୟମରେ ହୋଇଗଲାଣି ଘୋଷଣା

Published: Jul 7, 2025, 11:33 am IST
manmohan

ଭୁବନେଶ୍ବର: ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେଉଛନ୍ତି। ଗତ ତିନିଦିନ ଧରି ସାମାଜିକ ଗଣମାଧ୍ୟମରେ ଏ ନେଇ ବେଶ ଜୋରରେ ଚର୍ଚ୍ଚା ଚାଲିଛି। ଏପରିକି କେତେକ ବରିଷ୍ଠ ସାମ୍ବାଦିକ ମଧ୍ୟ ବିଭିନ୍ନ ସୁତ୍ରରୁ ମନମୋହନ ସଭାପତି ହେବା ନିଶ୍ଚିତ ବୋଲି କହିଛନ୍ତି। ଫଳରେ ରାଜ୍ୟ ସଭାପତି ଦୌଡରେ ତାଙ୍କ ପଲ୍ଲା ବେଶ ଭାରୀ ରହିଛି ବୋଲି ସ୍ପଷ୍ଟ ହୋଇଛି। ତେବେ ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ନିରବ ରହିଛନ୍ତି ବୋଲି କେତେକ ମଧ୍ୟ ଲେଖିଛନ୍ତି।

ତେବେ ଭିତିରଆ ସୁତ୍ର ଅନୁସାରେ ମନମୋହନ କୁଆଡେ ସଭାପତି ହେବେ ବୋଲି ନିଷ୍ପତି କରାଯାଇଛି। ସେଥିପାଇଁ ସେ ଆଜି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ। ତାଙ୍କୁ ସଭାପତି କରିବା ପାଇଁ ଏକ ବଡ ଗୋଷ୍ଠୀ କିଆଡେ ବେଶ ଲବି ଚଳାଇଛନ୍ତି। କାରଣ ହେଲା ତାଙ୍କର ସଭାପତିତ୍ବ ବଳରେ ଓଡିଶାରେ ବିଜେପି ସରକାର ଗଠନ କଲା। ବିଜେଡି ବିଜେପି ମେଣ୍ଟକୁ ସେ ଜୋରଦାର ବିରୋଧ କରିଆସିଥିଲେ। ଫଳରେ ସେହି ଶ୍ରେୟ ଦେବା ପାଇଁ ଜାତୀୟ ବିଜେପି ତାଙ୍କ ନାମରେ ମୋହର ମାରିଛି ବୋଲି ଜଣାପଡିଛି।

Related posts