Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡରର ପୁର୍ନବିନ୍ୟାସ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡରର ପୁର୍ନବିନ୍ୟାସ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

July 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡରର ପୁର୍ନବିନ୍ୟାସ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବୀ ଗୁଡିକର ପୁର୍ନବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ୨ଟି ସେବା କ୍ୟାଡରରେ ଅଧିକାରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି।

ନିଷ୍ପତ୍ତି ଅନୁଯାୟୀ ମତ୍ସ୍ୟଚାଷ ସେବା କ୍ୟାଡରର ସମୁଦାୟ ପଦବୀ ସଂଖ୍ୟା ୮୩୫କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ପଦବୀ ସଂଖ୍ୟା ୬୧୮ ଥିଲା। ଏହାଦ୍ୱାରା ୨୧୭ଟି ନୂତନ ପଦବୀ ସୃଷ୍ଟି ହୋଇଛି। ମତ୍ସ୍ୟ ସେବା କ୍ୟାଡରର ଅଧିକାଂଶ ପଦବୀ ଗୁଡିକ କ୍ଷେତ୍ରସ୍ତରରେ ରହିଥାଏ।

ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରି ୨୦୩୬ ସୁଦ୍ଧା ବାର୍ଷିକ ମତ୍ସ୍ୟ ଉତ୍ପାଦନ ୩୩ ଲକ୍ଷ ମେଟ୍ରିକ୍ ଟନ ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମତ୍ସ୍ୟ ସେବା କ୍ୟାଡରର ଏହି ପୁର୍ନବିନ୍ୟାସ ଫଳରେ କ୍ଷେତ୍ରସ୍ତରଠୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ମତ୍ସ୍ୟଚାଷର ଅଭିବୃଦ୍ଧି ପାଇଁ ଅଧିକ ଅଧିକାରୀ ଉପଲବ୍ଧ ହୋଇପାରିବେ।

ସେହିଭଳି ଉଦ୍ୟାନ କୃଷି ବିଭାଗରେ ପୁର୍ନବିନ୍ୟାସ କରାଯାଇ ୬୭ଟି ପଦବୀ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପଦବୀ ସଂଖ୍ୟା ୪୦୩ ଥିଲା, ପୁର୍ନବିନ୍ୟାସ ପରେ ଏହା ୪୭୦କୁ ବୃଦ୍ଧି ପାଇଛି। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଉଛି।

Mohan Majhi ମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡର ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ଆଲୁମିନାର ନିରୋଗଶାଳା: ଓଡିଶାର ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବାର ଅଭିନବ ପଦକ୍ଷେପ

July 28, 2025

WCL-୨୦୨୫ ରେ କୌଣସି ମ୍ୟାଚ୍ ଜିତି ନାହିଁ ଭାରତ: ତଥାପି ସେମିଫାଇନାଲ୍ ପାଇଁ ରହିଛି ସୁଯୋଗ, ଜାଣନ୍ତୁ ସମୀକରଣ

July 28, 2025

ପ୍ରତିଶୋଧ ନେଲା ଭାରତୀୟ ସେନା, ନିହତ ହେଲେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ସୁଲେମାନ ଏବଂ ୟାସିର

July 28, 2025

ଓଭରବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଧାରଣା

July 28, 2025
Latest News

ଖୋର୍ଦ୍ଧା ବ୍ଲକ ଗୋଡ଼ିପଡା ଗ୍ରାମ ପଂଚାୟତରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

July 28, 2025

ଉତ୍କଳ ଆଲୁମିନାର ନିରୋଗଶାଳା: ଓଡିଶାର ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବାର ଅଭିନବ ପଦକ୍ଷେପ

July 28, 2025

WCL-୨୦୨୫ ରେ କୌଣସି ମ୍ୟାଚ୍ ଜିତି ନାହିଁ ଭାରତ: ତଥାପି ସେମିଫାଇନାଲ୍ ପାଇଁ ରହିଛି ସୁଯୋଗ, ଜାଣନ୍ତୁ ସମୀକରଣ

July 28, 2025

ଭାରତର କେତେ ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା?: ସଂସଦରେ ଉତ୍ତର ଦେଲେ ରାଜନାଥ ସିଂହ

July 28, 2025

ପ୍ରତିଶୋଧ ନେଲା ଭାରତୀୟ ସେନା, ନିହତ ହେଲେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ସୁଲେମାନ ଏବଂ ୟାସିର

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.