ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଖୋଲିବା ପାଇଁ ଦାବି କରିଛନ୍ତି। ଗୁରୁବାର ଦିନ ଲୋକସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସେନାରେ କଳିଙ୍ଗ ରେଜିମେଣ୍ଟର ଦାବି ଉପସ୍ଥାପନ କରିଛନ୍ତି। ଏହି ରେଜିମେଣ୍ଟ ସେନାରେ ଓଡିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦନା କରିବ ବୋଲି ଗୁରୁବାର ସଂସଦରେ ଦାବି କରିଛନ୍ତି। ୨୦୧୫ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଏହି ରେଜିମେଣ୍ଟର ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୃଣମୂଳ ସାଂସଦ ଶାନ୍ତା ଛେତ୍ରୀ ସିଲିଗୁଡିର ମିଲିଟାରୀ ହସ୍ପିଟାଲକୁ ଆସାମ କିମ୍ବା ଅରୁଣାଚଳ ପ୍ରଦେଶକୁ ସ୍ଥାନାନ୍ତର କରିବା ନିମନ୍ତେ ଦାବି କରିଥିଲେ।