Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ
ଆଜିର ଖବର

ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ

July 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ଦେବା ନିମନ୍ତେ ସୋମବାରଠାରୁ ରାଜ୍ୟ କନଭେନ୍‍ସନ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଚାରିଦିନିଆ କର୍ମଶାଳା ଆରମ୍ଭ ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଆନୁଷ୍ଠାନିକଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ହେଉଛି ଦ୍ୱିତୀୟ କର୍ମଶାଳା। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଅଧିକାରୀମାନଙ୍କୁ ଏ.ଆଇ. ତାଲିମ ପ୍ରଦାନ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ଲକ୍ଷ୍ୟ ରହିଛି।

‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ ସାହଯ୍ୟରେ ଡାଟା-ସମର୍ଥିତ ଦୃଷ୍ଟିଭଙ୍ଗୀ ଆପଣାଇ ବିଭିନ୍ନ ସରକାରୀ ବିଭାଗ ଜନସେବା ବିତରଣ ବ୍ୟବସ୍ଥାକୁ କିଭଳି ପ୍ରଭାବୀ ଢଙ୍ଗରେ ପରିଚାଳିତ କରିପାରିବେ, ତାହା ଥିଲା ଏହି କର୍ମଶାଳାର ମୌଳିକ ଲକ୍ଷ୍ୟ। ପ୍ରମୁଖ ଶାସନ ସଚିବ ଶ୍ରୀ ଦେବଙ୍କ ଉପସ୍ଥିତିରେ ସି.ଏମ୍‍.ଜି.ଆଇ. ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ, ସମସ୍ତ ବିଭାଗୀୟ ଅଧିକାରୀ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ପ୍ରତିନିଧି ପ୍ରମୁଖ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

ଶାସନ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ସଙ୍ଗେସଙ୍ଗେ ରାଜ୍ୟ ସରକାରଙ୍କ ସହ ସାଧାରଣ ଜନତାଙ୍କ ଯୋଗାଯୋଗ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ପାଇଁ ଏ.ଆଇ. ସକ୍ଷମ ବୋଲି ଉଲ୍ଲେଖ କରି ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ କହିଥିଲେ ଯେ, ଆଜି ଯାହା କଷ୍ଟକର ମନେହେଉଛି, ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ର ପ୍ରୟୋଗ ମାଧ୍ୟମରେ ଆସନ୍ତାକାଲି ତାହା ସହଜସାଧ୍ୟ ବୋଲି ପ୍ରମାଣିତ ହେବ। ଏହା ସହିତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘଟୁଥିବା ଦ୍ରୁତ ନବସୃଜନ ଯୋଗୁଁ ‘କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.)’ ସମ୍ପର୍କରେ ସରକାରୀ ଅଧିକାରୀମାନେ ଜାଣିବା ଓ ବୁଝିବା ନିତାନ୍ତ ଆବଶ୍ୟକ। ଏ.ଆଇ. ସାହାଯ୍ୟରେ ସରକାରୀ ବ୍ୟବସ୍ଥାକୁ ଅଧିକ ଉନ୍ନତ, ଦ୍ରୁତ ଓ ଅଧିକ ପାରଦର୍ଶୀ କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାକୁ ଜାତୀୟ ସ୍ତରରେ ଏକ ନେତୃସ୍ଥାନୀୟ ସ୍ଥିତିକୁ ଆଣିବା ପାଇଁ ରାଜ୍ୟ ସରକାର ବହୁ ସିଦ୍ଧାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ରାଜ୍ୟ ନିଜର ସ୍ୱତନ୍ତ୍ର ଏ.ଆଇ. ପଲିସି ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ, ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ‘ଓଡ଼ିଶା ଏ.ଆଇ. ମିଶନ’ ମଧ୍ୟ ଆରମ୍ଭ କରାଯିବାପାଇଁ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ନାସ୍‍କମ୍ ଓ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ ସହ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର କରାଯାଇଛି। ରାଜଧାନୀ ଭୁବନେଶ୍ୱରଠାରେ ଏକ ଏ.ଆଇ. ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମଧ୍ୟ ପଦକ୍ଷେପ ନେବା ସହ ଇଣ୍ଡିଆ ଏ.ଆଇ. ମିସନ୍ ସହଯୋଗରେ ବିଭିନ୍ନ ବିଭାଗରେ ଏ.ଆଇ. ସମାଧାନର ବ୍ୟବସ୍ଥା କରାଯାଉଛି।

ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା’ ପ୍ରୟୋଗର ବ୍ୟାବହାରିକ ଜ୍ଞାନ ଦେବାପାଇଁ ଏହି କର୍ମଶାଳା ଉଦ୍ଦିଷ୍ଟ ଥିଲା। କର୍ମଶାଳାର ବିଭିନ୍ନ ଅଧିବେଶନରେ ଜେନେରେଟିଭ ଏ.ଆଇ. ଟୁଲ୍ସ, ଜଟିଳ ବିଶ୍ଲେଷଣ ଓ କଣ୍ଟେଣ୍ଟ ଜେନେରେସନ୍‍ର ଉପଯୋଗିତା ଏବଂ କାର୍ଯ୍ୟାନ୍ୱୟନ ନମୁନା ସମ୍ପର୍କରେ ଗଭୀର ଚିନ୍ତନ କରାଯାଇଥିଲା। ଅଂଶଗ୍ରହଣକାରୀ ଅଧିକାରୀମାନେ ବହୁ ଉପାଦେୟ ବାସ୍ତବତାଧର୍ମୀ ପ୍ରକଳ୍ପ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ।

ଏହାସହିତ ନୀତିଗତ ଯୋଜନା ଓ ତା’ର ମନିଟରିଂ ନିମନ୍ତେ ଡାଟା-ପରିଚାଳିତ ନିଷ୍ପତ୍ତି ଗ୍ରହଣ, ଡିଜିଟାଲାଇଜେସନ ଓ ଡିଜିଟାଲ ଟ୍ରାନ୍ସଫରମେସନ ମଧ୍ୟରେ ଥିବା ପାର୍ଥକ୍ୟ, ବିଚାର ଅବସ୍ଥାରୁ କ୍ରିୟାନ୍ୱୟନ ଅବସ୍ଥାକୁ ଯିବାପାଇଁ ଢାଞ୍ଚା ପ୍ରସ୍ତୁତି, ଶାସନଗତ ଆହ୍ୱାନ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ୍ ସହ ମିଶି ସେଗୁଡ଼ିକର ବିଶ୍ଲେଷଣ ତଥା ବୈଷୟିକ ସମ୍ଭାବ୍ୟତା ଓ ବିଶେଷଜ୍ଞଙ୍କ ମତାମତ ସଂଗ୍ରହ ଉପରେ ଆଲେଚନା କରାଯାଇଥିଲା।

ଏ.ଆଇ.-ପରିଚାଳିତ ଶାସନ ବ୍ୟବସ୍ଥା ପାଇଁ ଓଡ଼ିଶା ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଛି ବୋଲି ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ୍‍ର ପ୍ରତିନିଧି ଉଲ୍ଲେଖ କରିଥିଲେ। ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସଚେତନତା ସୃଷ୍ଟି ସହ ସରକାରୀ କାର୍ଯ୍ୟରେ  ପାରଦର୍ଶିତା ବୃଦ୍ଧି କରିବା କର୍ମଶାଳାର ମୂଳ ଉଦ୍ଦେଶ୍ୟ ଥିଲା। ଏହିସବୁ ଉଦ୍ୟମ ଓଡ଼ିଶାକୁ ଏ.ଆଇ. ନବସୃଜନର ଏକ ଜାତୀୟ କେନ୍ଦ୍ରରେ ପରିଣତ କରିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି।

କୃତ୍ରିମ ବୁଦ୍ଧିମତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

September 14, 2025

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

GST ହ୍ରାସ ପରେ Hero Glamour କେତେ ଶସ୍ତା ହେବ? କିଣିବା ପୂର୍ବରୁ ଜାଣନ୍ତୁ ବିବରଣୀ

September 14, 2025

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

September 14, 2025
Latest News

ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

September 14, 2025

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

GST ହ୍ରାସ ପରେ Hero Glamour କେତେ ଶସ୍ତା ହେବ? କିଣିବା ପୂର୍ବରୁ ଜାଣନ୍ତୁ ବିବରଣୀ

September 14, 2025

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

September 14, 2025

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.