Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ
ଆଜିର ଖବର

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

July 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଭବ୍ୟ ସମାରୋହକୁ
ଜଗତ୍‌.ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ‘ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳମନ୍ତ୍ର’ ଏହାକୁ ଆଧାର କରି ବିଦ୍ୟାର୍ଥୀମାନେ ସମାଜରେ ନିଜକୁ ପ୍ରତିଷ୍ଠା କରିପାରିବେ ବୋଲି ନିଜର ଅଭିଭାଷଣରେ କହିଥିବା ବେଳେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ମାତାପିତା, ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପାସୋରି ନ ଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟ ପ୍ରାତଃ ପର୍ଯ୍ୟାୟର ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସମୂହଗାନ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ସ୍ୱାଗତ ପରିଚୟ ପ୍ରଦାନ କରିବା ସହ ମାନବିକ ମୂଲ୍ୟବୋଧକୁ ରକ୍ଷା କରି ସମାଜରେ ଅଗ୍ରଣୀସ୍ଥାନ ଗ୍ରହଣ କରିବା ପାଇଁ କଠୋର ପରିଶ୍ରମ ହିଁ ଲୋଡ଼ା ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଯୋଗଦାନ କରି ଭାରତୀୟ ଦର୍ଶନ, ସଂସ୍କୃତି ଓ ପରମ୍ପରା ଆଧାରରେ ନିଜକୁ ଗଢ଼ି ସମାଜସେବାରେ ବ୍ରତୀ ହେବା ଆଦର୍ଶ ଛାତ୍ରର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରି ସମ୍ବର୍ଦ୍ଧିତ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି ଅବସରରେ ସମଗ୍ର ଭାରତବର୍ଷରେ ଥିବା
ସମସ୍ତ ଡିଏଭି ଶିକ୍ଷାନୁଷ୍ଠାନଙ୍କ ମଧ୍ୟରେ ପୋଖରୀପୁଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଦଶମ ଶ୍ରେଣୀ ବିଦ୍ୟାର୍ଥୀ ଶୀର୍ଷସ୍ଥାନ ଅଳଙ୍କୃତ କରିଥିବା କଥା ପ୍ରକାଶ କରିଥିଲେ। ଡିଏଭି ଶିକ୍ଷାନୁଷ୍ଠାନ ଏଫ୍‌. ଜୋନ୍ ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ ପାଠପୂର୍ବକ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢ଼ିତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ଅଧିକାରୀ ଡ. ସୁଜାତା , କଟକ ଓ ଭୁବନେଶ୍ୱର ସ୍ଥିତ ଡିଏଭି ସ୍କୁଲର ଅଧ୍ୟକ୍ଷଅଧ୍ୟକ୍ଷା ତଥା ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ବିଦ୍ୟାଳୟର
ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଡିଏଭି ପୋଖରୀପୁଟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବୋମା ଧମକ ମିଛ: ଏସଓପି ଜାରି କରିବାକୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

January 9, 2026

ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ ଉଦଘାଟିତ

January 9, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଉପହାର ସାମଗ୍ରୀ ଯୋଗାଇବେ ସରକାର

January 9, 2026

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026
Latest News

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026

ଆଜିଠୁ WPL 2026 ର ଉଦଘାଟନୀ ଉତ୍ସବ: ଜାଣନ୍ତୁ କେବେ ଏବଂ କେଉଁଥିରେ ଦେଖିବେ ମ୍ୟାଚ

January 9, 2026

ବୋମା ଧମକ ମିଛ: ଏସଓପି ଜାରି କରିବାକୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

January 9, 2026

ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ ଉଦଘାଟିତ

January 9, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଉପହାର ସାମଗ୍ରୀ ଯୋଗାଇବେ ସରକାର

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.