ନୂଆଦିଲ୍ଲୀ: ଅନେକ ଲୋକଙ୍କ ସମସ୍ୟା ହେଉଛି ଯେ, ଯଦି ଆକାଉଣ୍ଟରେ ଟଙ୍କା ନାହିଁ, ତେବେ ବ୍ୟାଙ୍କ ଦ୍ୱାରା ହାରାହାରି ସର୍ବନିମ୍ନ ବାଲାନ୍ସ ଚାର୍ଜ କାଟି ନିଆଯାଏ। କିନ୍ତୁ ଏବେ ସଞ୍ଚୟ ଖାତାର ଗ୍ରାହକମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସମ୍ପ୍ରତି SBI ସମେତ ଛଅଟି ବଡ଼ ବ୍ୟାଙ୍କ ହାରାହାରି ମାସିକ ବାଲାନ୍ସ ଭାବରେ ଲାଗୁ ହେଉଥିବା ଚାର୍ଜକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରିଦେଇଛନ୍ତି। ଅର୍ଥାତ୍ ବର୍ତ୍ତମାନ ଯଦି ଆପଣଙ୍କ ଆକାଉଣ୍ଟ ଖାଲି ରହିଥାଏ, ତେବେ ବ୍ୟାଙ୍କ ଦ୍ୱାରା କୌଣସି ଚାର୍ଜ କାଟି ଦିଆଯିବ ନାହିଁ। ପ୍ରକାଶ ଯେ, ବ୍ୟାଙ୍କଗୁଡ଼ିକ ଏବେ ସର୍ବନିମ୍ନ ବାଲାନ୍ସ ଚାର୍ଜକୁ ସମାପ୍ତ କରିଦେଇଛନ୍ତି-
୧- ବ୍ୟାଙ୍କ ଅଫ୍ ବରୋଦା
ବ୍ୟାଙ୍କ ଅଫ୍ ବରୋଦା ୧ ଜୁଲାଇ, ୨୦୨୫ ରୁ ସର୍ବନିମ୍ନ ବାଲାନ୍ସ ସର୍ତ୍ତାବଳୀ ପୂରଣ ନକରିବା ପାଇଁ ସମସ୍ତ ମାନକ ସଞ୍ଚୟ ଖାତା ଉପରେ ଲାଗୁ ହେଉଥିବା ଚାର୍ଜକୁ ସମାପ୍ତ କରିଦେଇଛି। ତଥାପି ପ୍ରିମିୟମ୍ ସଞ୍ଚୟ ଖାତା ଯୋଜନାଗୁଡ଼ିକ ଉପରେ ଏହି ଚାର୍ଜକୁ ବାତିଲ କରାଯାଇ ନାହିଁ।
୨- ଇଣ୍ଡିଆନ ବ୍ୟାଙ୍କ
ଇଣ୍ଡିଆନ୍ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ଚାର୍ଜକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ ମଧ୍ୟ ଘୋଷଣା କରିଛି। ୭ ଜୁଲାଇ, ୨୦୨୫ ଠାରୁ ସମସ୍ତ ପ୍ରକାରର ସଞ୍ଚୟ ଖାତା ଉପରେ ହାରାହାରି ସର୍ବନିମ୍ନ ବାଲାନ୍ସ ଚାର୍ଜ ଉଚ୍ଛେଦ କରାଯାଇଛି।
୩- କାନାରା ବ୍ୟାଙ୍କ
କାନାରା ବ୍ୟାଙ୍କ ଚଳିତ ବର୍ଷ ମେ ମାସରେ ନିୟମିତ ସଞ୍ଚୟ ଖାତା ସମେତ ସମସ୍ତ ପ୍ରକାରର ସଞ୍ଚୟ ଖାତା ଉପରେ ସର୍ବନିମ୍ନ ବାଲାନ୍ସ ଚାର୍ଜ ଉଚ୍ଛେଦ କରିଛି। ଏଥିରେ ଦରମା ଏବଂ ଏନଆରଆଇ ସଞ୍ଚୟ ଖାତା ମଧ୍ୟ ଅନ୍ତର୍ଭୁକ୍ତ।
୪- ପିଏନବି
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମସ୍ତ ପ୍ରକାରର ସଞ୍ଚୟ ଖାତା ଉପରେ ସର୍ବନିମ୍ନ ହାରାହାରି ବାଲାନ୍ସ ଚାର୍ଜ ଉଚ୍ଛେଦ କରି ଏହାର ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେଇଛି।
୫- ଭାରତୀୟ ଷ୍ଟେଟ ବ୍ୟାଙ୍କ
୨୦୨୦ ମସିହାରୁ ହାରାହାରି ସର୍ବନିମ୍ନ ବାଲାନ୍ସ ଚାର୍ଜ କରିଆସୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ଏହାକୁ ଏବେ ଉଚ୍ଛେଦ କରିଛି। ଅର୍ଥାତ୍, ଏବେ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ସର୍ତ୍ତ ପୂରଣ ନହେଲେ ମଧ୍ୟ କୌଣସି ଚାର୍ଜ ଲାଗିବ ନାହିଁ।