ଲୋକସଭାରେ ପାରିତ ହେଲା ଟ୍ରିପଲ୍‌ ତଲାକ୍‌ ବିଲ୍‌

Published: Jul 25, 2019, 7:20 pm IST

ଲୋକସଭାରେ ପାରିତ ହୋଇଛି ଟ୍ରିପଲ୍‌ ତଲାକ୍‌ ବିଲ୍‌ । ବିନା କୌଣସି ସଂଶୋଧନରେ ବିରୋଧୀ ଦଳଙ୍କ ହୋ ହଲ୍ଲା ମଧ୍ୟରେ ଏହି ବିଲ୍‌ ପାରିତ ହୋଇଯାଇଛି । ଟ୍ରିପଲ୍‌ ତଲାକ ମାମଲାରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଲ୍‌କୁ ବିରୋଧ କରିଥିଲେ ବିରୋଧୀ ଦଳ ମାତ୍ର ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠ ଥିବାରୁ ବିଲ୍‌ ସହଜରେ ପାରିତ ହୋଇଥିଲା । ଏହି ବିଲ୍‌ ପାରିତ ହେବା ସମୟରେ ନୀତିଶ କୁମାରଙ୍କ ଜେଡିୟୁ ବିଲ୍‌କୁ ବିରୋଧ କରିଥିଲେ । ଏହି ବିଲ୍‌ ସାଧାରଣ ଜନତାଙ୍କ ମଧ୍ୟରେ ଅବିଶ୍ବାସ ସୃଷ୍ଟି କରିବ ବୋଲି ନୀତିଶ କୁମାର କହିଛନ୍ତି । ବିଲ୍‌ ଦାଖଲ କରିଥିଲେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ପାକିସ୍ତାନ, ମାଲେସିଆ ସମେତ 20ଟି ଇସ୍‌ଲାମିକ୍‌ ରାଷ୍ଟ୍ର ଏହାକୁ ଅନୁମୋଦନ ପ୍ରଦାନ କରି ସାରିଥିବା ବେଳେ ଭାରତ ପରି ଧର୍ମ ନିରପେକ୍ଷ ରାଷ୍ଟ୍ର ଏହା ନିଶ୍ଚିତ ଭାବରେ କରିବା ଉଚିତ୍‌ ବୋଲି ବିଲ୍‌ ଉପସ୍ଥାପନ ସମୟରେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ରବିଶଙ୍କର ପ୍ରସାଦ । ବିପକ୍ଷ ଦଳ ଗୁଡିକ ଅପରାଧିକ ଧାରାକୁ ବିରୋଧ କରିବା ସହିତ ବିଲ୍‌ ପାସ୍‌ କରାଇବାର ତତ୍ପରତା ଯୋଗୁଁ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Related posts