Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଉପକଣ୍ଠ ଆଇସିଏଆର-ସିଫାଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜିତ
ଆଜିର ଖବର

ଭୁବନେଶ୍ୱର ଉପକଣ୍ଠ ଆଇସିଏଆର-ସିଫାଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜିତ

July 10, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ପ୍ରତିଷ୍ଠାନ (ସିଫା) ପରିସରରେ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫  ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଯୋଗ ଦେଇ ୧୭ଟି ନୂଆ ମତ୍ସ୍ୟ କ୍ଲଷ୍ଟରକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହାସହିତ ସାରା ଦେଶରେ ମୋଟ ମତ୍ସ୍ୟଚାଷ କ୍ଲଷ୍ଟର ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ, କେନ୍ଦ୍ରମନ୍ତ୍ରୀ ୧୧ଟି ରାଜ୍ୟରେ ୧୦୫ କୋଟି ଟଙ୍କା ବିନିମୟରେ ୭୦ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହା ବ୍ୟତୀତ, କେନ୍ଦ୍ର ମନ୍ତ୍ରୀ ମତ୍ସ୍ୟଚାଷ କ୍ଷେତ୍ରରେ ଗୁଣବତ୍ତା, ମାନକୀକରଣ ଏବଂ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ ଆଇସିଏଆର ତାଲିମ କ୍ୟାଲେଣ୍ଡର ପ୍ରକାଶନ କରିଛନ୍ତି। ସେହିପରି ସେ ବିହନ ପ୍ରମାଣୀକରଣ ଏବଂ ହ୍ୟାଚେରୀ କାର୍ଯ୍ୟ ଉପରେ ମାର୍ଗଦର୍ଶିକା ଉନ୍ମୋଚନ ସମେତ ପ୍ରମୁଖ ମତ୍ସ୍ୟଚାଷ ପଦକ୍ଷେପର ଏକ ଶୃଙ୍ଖଳା ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପାରମ୍ପରିକ ମତ୍ସ୍ୟଚାଷୀ, ସମବାୟ/ଏଫଏଫପିଓ, କେସିସି କାର୍ଡଧାରକ ଏବଂ ପ୍ରତିଶ୍ରୁତିବଦ୍ଧ ମତ୍ସ୍ୟଚାଷ ଷ୍ଟାର୍ଟ-ଅପ୍ ସମେତ ମତ୍ସ୍ୟଚାଷ ହିତାଧିକାରୀଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜାତୀୟ ମତ୍ସ୍ୟ ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ.ପି. ସିଂ ବାଘେଲ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିୟନ, ଓଡ଼ିଶା ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଏବଂ ବୈଜ୍ଞାନିକ, ମାଛ ଚାଷୀ ଓ ଉଦ୍ୟୋଗୀଙ୍କ ସହ ମତ ବିନିମୟ କରିଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଅଧୀନରେ ମୂଲ୍ୟ ଶୃଙ୍ଖଳାର ବିକାଶ, ନବୋନ୍ମେଷ ଏବଂ କ୍ଷମତା ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମତ୍ସ୍ୟ ରପ୍ତାନିକୁ ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାର ଲକ୍ଷ୍ୟ ଉପରେ ଜୋର ଦେଇଥିଲେ। ଗ୍ରାମୀଣ ଆୟକୁ ପ୍ରୋତ୍ସାହନ ଦେବା ଏବଂ ମତ୍ସ୍ୟ ପାଳନ କ୍ଷେତ୍ରରେ ବିଶ୍ୱସ୍ତରରେ ନେତୃତ୍ୱ ନେବା ଲାଗି ସେ ବିଜ୍ଞାନ ଆଧାରିତ ଜଳଜ କୃଷି, ଦକ୍ଷତା ବିକାଶ ଏବଂ ସମନ୍ୱିତ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇସିଏଆର-ସିଫାରେ ହେଉଥିବା ସମସ୍ତ ଗବେଷଣାର ଲାଭ ଯେପରି ମତ୍ସ୍ୟ ଚାଷୀଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ ଭାରତର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ସମର୍ପଣ ଏବଂ ଅକ୍ଳାନ୍ତ ପ୍ରୟାସକୁ ପ୍ରଶଂସା କରିଥିଲେ। ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମତ୍ସ୍ୟ ଉତ୍ପାଦନକାରୀ ହେବାର ଉଲ୍ଲେଖନୀୟ ସଫଳତା ପାଇଁ ଏମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରେୟ ଦେଇଥିଲେ। ସେ କହିଥିଲେ, ମତ୍ସ୍ୟଜୀବୀମାନେ ଅନ୍ତର୍ଦେଶୀୟ ମତ୍ସ୍ୟ ଉତ୍ପାଦନରେ ପ୍ରାୟ ୭୫% ଯୋଗଦାନ ଦେଉଛନ୍ତି। ମତ୍ସ୍ୟଜୀବୀ କ୍ଷେତ୍ର ଆଜି ୩ କୋଟିରୁ ଅଧିକ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ପାଇଁ ପୁଷ୍ଟି ଏବଂ ଜୀବିକା ସୁନିଶ୍ଚିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ସରକାର ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ମାଧ୍ୟମରେ ୩୮,୫୭୨ କୋଟିର ଐତିହାସିକ ନିବେଶ କରିଛନ୍ତି। ଏହାଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ଆୟ ଏବଂ ଜୀବିକା ସୁରକ୍ଷାରେ ଉଲ୍ଲେଖନୀୟ ସୁଧାର ଆସିଛି। ସେ ଆହୁରି କହିଥିଲେ, ଏକ ଦୀର୍ଘସ୍ଥାୟୀ, ସମାବେଶୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ମତ୍ସ୍ୟ କ୍ଷେତ୍ର ପାଇଁ ଭିଜନ ୨୦୪୭କୁ ସାକାର କରିବା ଦିଗରେ ଫଳାଫଳଗୁଡ଼ିକର ତଦାରଖ ଉପରେ ଦୃଢ଼ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଏସପି ସିଂ ବାଘେଲ କହିଥିଲେ, ନୀଳ ବିପ୍ଳବର ଦୃଷ୍ଟିକୋଣ ଅନୁଯାୟୀ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାରେ ମତ୍ସ୍ୟ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀମାନଙ୍କୁ ସେମାନଙ୍କର ଆୟ ବୃଦ୍ଧି ଏବଂ ଜୀବିକାକୁ ସୁଦୃଢ଼ ​​କରିବା ପାଇଁ ବୀମା ଯୋଜନା, ଗୁଣାତ୍ମକ ବିହନ ଉପଲବ୍ଧତା, ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଅଭିନବ ଅଭ୍ୟାସ ସମେତ ବିଭିନ୍ନ ସରକାରୀ ସହାୟତା ବ୍ୟବସ୍ଥାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଛି।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିୟନ ଗତ ଦଶନ୍ଧିରେ ରେକର୍ଡ ୧୯୫ ଲକ୍ଷ ଟନ୍ ମାଛ ଉତ୍ପାଦନ  ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବ ଦଶନ୍ଧି ତୁଳନାରେ ଦେଶ ୧୦୫% ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ହାସଲ କରିପାରିଛି । ଏହ ଭାରତର ମତ୍ସ୍ୟଜୀବୀ ଏବଂ ମାଛ ଚାଷୀଙ୍କ ସମର୍ପଣ ଏବଂ କଠିନ ପରିଶ୍ରମର ପ୍ରମାଣ ବୋଲି ସେ କହିଥିଲେ।

ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସଚିବ ଡକ୍ଟର ଅଭିଳାକ୍ଷ ଲେଖି ୫୦୦ କୋଟି ଟଙ୍କା ମତ୍ସ୍ୟଜୀବୀ ସହାୟତା, ସମ୍ବଲପୁରରେ ୧୦୦ କୋଟି ଟଙ୍କା ଆକ୍ୱାପାର୍କ, ସ୍କାମ୍ପି ହାଚେରୀ ଏବଂ ୧୮ଟି ଘୂର୍ଣ୍ଣିଝଡ଼ ପ୍ରବଣ ଗାଁରେ ବିପର୍ଯ୍ୟୟ ପ୍ରସ୍ତୁତି ଭଳି ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ ଭାରତର ୧୯୫ ଲକ୍ଷ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶାର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଶ୍ରୀ ସାଗର ମେହରା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ରଖିଥିଲେ । ଯୁଗ୍ମ ସଚିବ ନିତୁ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଭାରତର ମତ୍ସ୍ୟ ଚାଷୀମାନେ ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ମତ୍ସ୍ୟ ଆଧାରିତ ପୁଷ୍ଟିସାରର ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଗ୍ରାମୀଣ ନିଯୁକ୍ତିକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ଏମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ଲାଗି ପ୍ରତ୍ୟେକ ବର୍ଷ ଜୁଲାଇ ୧୦ ତାରିଖରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଇଥାଏ।

ଆଇସିଏଆର-ସିଫା କୌଶଲ୍ୟାଗଙ୍ଗ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.