Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୂସ୍ୱର୍ଗ କାଶ୍ମୀରରେ ଟ୍ରେନ ଯାତ୍ରାର ଏକ ଅନନ୍ୟ ଅନୁଭବ
ଆଜିର ଖବର

ଭୂସ୍ୱର୍ଗ କାଶ୍ମୀରରେ ଟ୍ରେନ ଯାତ୍ରାର ଏକ ଅନନ୍ୟ ଅନୁଭବ

July 12, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଜୟା ବର୍ମା ସିହ୍ନା

ଜୁନ ମାସର ସ୍ୱଚ୍ଛ ଆକାଶ ଏବଂ ଆଖି ଆଗରେ ଦିଗନ୍ତବିସ୍ତାରୀ ସବୁଜ ବନାନୀ ଓ ପର୍ବତମାଳା । ତାରି ଭିତରେ ଗେଣ୍ଠୁଫୁଲରେ ବୋହୂରାଣୀଟି ପରି ସଜେଇ ହୋଇ ବନ୍ଦେ ଭାରତ ଏକ୍ସପ୍ରେସ ମାତା ବୈଷ୍ଣୋଦେବୀ, କାଟରାଠାରୁ ଶ୍ରୀନଗର ଅଭିମୁଖେ ଯାତ୍ରା ଆରମ୍ଭ କଲା । ମାତ୍ର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ସେହି ହାଇସ୍ପିଡ ଟ୍ରେନଟିର ଶୁଭାରମ୍ଭ କରିଥିଲେ  । ଏହା କେବଳ ଏକ ଦ୍ରୁତଗାମୀ ଟ୍ରେନ କିମ୍ବା ବିଛାଯାଇଥିବା ରେଳପଥ ନଥିଲା, ଏହା ଥିଲା ଦୀର୍ଘ ଏକ ଶତାବ୍ଦୀ ଧରି ଲୋକମାନଙ୍କ ମନରେ ଥିବା ଏକ ସ୍ୱପ୍ନର ସାକାର ରୂପ; ଅତୁଟ ସଂକଳ୍ପ, ସୁଦୂରପ୍ରସାରୀ ପରିକଳ୍ପନା ଓ ଶକ୍ତ ଲୌହ ଧାରଣାର ଅପୂର୍ବ ସମ୍ମିଶ୍ରଣ । ଅବଶିଷ୍ଟ ଭାରତ ସହିତ କାଶ୍ମୀରକୁ ରେଳପଥରେ ସଂଯୋଗ କରିବାର ଏକ ସଂକଳ୍ପ । ସେଦିନ ସେହି ଟ୍ରେନରେ ବସି ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ମୁହଁର ଆନନ୍ଦରୁ ତାହା ସ୍ପଷ୍ଟ ବାରି ହୋଇପଡୁଥିଲା ।

କାଶ୍ମୀରକୁ ଏକ ଅତ୍ୟାଧୁନିକ ଟ୍ରେନ ଚଳାଚଳ ସହିତ ଯୋଡିବା ସକାଶେ ଏହା ହେଉଛି ଆମ ଇଞ୍ଜିନିୟରମାନଙ୍କର ଏକ ସୁଦୃଢ଼ ପ୍ରତିବଦ୍ଧତା । ଏହି ଟ୍ରେନ ଚଳାଚଳ ସହିତ କେବଳ ଯାତ୍ରା ସମୟ ହ୍ରାସ ପାଇବ ନାହିଁ, କାଶ୍ମୀରବାସୀଙ୍କ ଆର୍ଥିକ-ସାମାଜିକ ପ୍ରଗତି ମଧ୍ୟ ଜଡିତ । ବର୍ତ୍ତମାନ କାଶ୍ମୀରକୁ ଦିନକୁ ଦୁଇଥର ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ଏବଂ ସପ୍ତାହକୁ ଛଅ ଥର  । ତାହା ପୁଣି ଉଭୟ ଦିଗରୁ । କାଶ୍ମୀର ଉପତ୍ୟକାର ଆର୍ଥିକ ଉନ୍ନତିରେ ଏହା ଏକ ନୂଆ ଗତି ପ୍ରଦାନ କରିଛି । ଏଥି ସହିତ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଯାତ୍ରାର ଆନନ୍ଦ  ସାରା ଦେଶରୁ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଆଗମନ ସୁଗମିତ ହୋଇଛି । ରେଳ ଲାଇନର ଉଭୟ ଦିଗରେ ଆକର୍ଷଣୀୟ ଉପତ୍ୟକା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବନ୍ଦେ ଭାରତ ଏକ୍ସପ୍ରେସର ବଗି ଭିତରେ ଆତିଥ୍ୟ ଓ ଆନନ୍ଦର ଭରପୂର ସୁଯୋଗ । ସବୁ ପାଗରେ ବର୍ଷକୁ ବାରମାସ ଏହି ସୁବିଧା ବାସ୍ତବିକ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆଶୀର୍ବାଦ ।

ଦଶନ୍ଧି ଦଶନ୍ଧି ଧରି କାଶ୍ମୀରର କାହାଣୀ କେବଳ ବିବାଦ, ବିକ୍ଷୋଭ ଅବା ଦୁର୍ଗମ ପଥଭରା ବୋଲି ବର୍ଣ୍ଣନା କରାଯାଇ ଆସୁଥିଲା । କିନ୍ତୁ ଭିତ୍ତିଭୂମି ଓ ସଂସାଧନର ବିକାଶ ଏବେ ଏକ ଭିନ୍ନ କାହାଣୀ ଓ ବାସ୍ତବତା ଆଣି ଦେଇଛି । ରେଳପୋଲ, ଟନେଲ ଏବଂ ରେଳ ଧାରଣା ପାହାଡ ପର୍ବତ ଓ ବନାନୀ ଦେଇ ସତେ ଯେପରି ରେଖାଟିଏ ପରି ଆଗକୁ ଲମ୍ବିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଅବସ୍ଥାପିତ ହେବାର ୧୧ ବର୍ଷ ମଧ୍ୟରେ କାଶ୍ମୀରକୁ ସ୍ୱତନ୍ତ୍ର ରେଳ ଚଳାଚଳ ଏବଂ ସଂଯୋଗୀକରଣ ଲିଙ୍କ କାଶ୍ମୀରବାସୀଙ୍କ ଭାଗ୍ୟ ରେଖାକୁ ନୂଆ କରି ଆଙ୍କି ଦେଇଛି ।

ଭାରତ ରେଳବାଇର ଇତିହାସ ୧୭୨ ବର୍ଷ ପୁରୁଣା । ଏହି ଦୀର୍ଘ ବର୍ଷର ସେବାଦାନ ମଧ୍ୟରେ ଅନେକ ଉଲ୍ଲେଖନୀୟ କୀର୍ତ୍ତିମାନ ସବୁ ରଚନା କରାଯାଇଛି । ଏହା ପଛରେ ରହିଛି ଲକ୍ଷ ଲକ୍ଷ ଉତ୍ସର୍ଗୀକୃତ ରେଳ କର୍ମଚାରୀମାନଙ୍କ ଶ୍ରମ, ନିଷ୍ଠା ଓ ଚିନ୍ତନ । କେବଳ ଯାତ୍ରୀ ପରିବହନ ନୁହେଁ, ମାଲ ପରିବହନ ଓ ସଂଯୋଗୀକରଣ ବାସ୍ତବିକ ଭାରତୀୟମାନଙ୍କୁ ଏକତା ସୂତ୍ରରେ ବାନ୍ଧିବାରେ ସହାୟକ ହୋଇଛି । ସେଇଥିପାଇଁ ଗୋଟିଏ ରେଳବାଇ ବିଜ୍ଞାପନ ଆମ ମାନଙ୍କ ନିକଟରେ ଆପ୍ତବାକ୍ୟ ପାଲଟିଛି: ରେଳବାଇ କେବଳ ରେଳ ଧାରଣା ବିଛାଏ ନାହିଁ, ଏହା ଜାତୀୟ ଐକ୍ୟର କପଡ଼ା ବୁଣେ!

ଏକାନ୍ତପଣରୁ ଐକ୍ୟବନ୍ଧତା

ଐତିହାସିକ ଦୃଷ୍ଟିକୋଣରୁ କାଶ୍ମୀରର ଏକାନ୍ତପଣ କେବଳ ବାଚନିକ ନୁହେଁ, ଭୌଗୋଳିକ ବାସ୍ତବତା ମଧ୍ୟ । ନଗାଧିରାଜ ହିମାଳୟର କୋଳରେ ଅବସ୍ଥିତ ଏହି ସୌନ୍ଦର୍ଯ୍ୟଭରା ଭୂଇଁ ନିୟମିତ ଭାବେ ତୁଷାରଚ୍ଛନ୍ନ ହୋଇ ଅବଶିଷ୍ଟ ଭାରତ ଠାରୁ ବିଚ୍ଛିନ୍ନ ହୋଇ ରହିଥାଏ । ତେଣୁ ସେଠାରେ ପହଞ୍ଚିବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପୂର୍ବରୁ ଦୁର୍ଗମ ଥିଲା । କାରଣ ସଡକ ପଥ ବେଶ ଦୁର୍ଗମ ବିପଦପୂର୍ଣ୍ଣ । ଯୋଗାଯୋଗ ମଧ୍ୟ ସୀମିତ । ସେଠାକୁ ରେଳ ସଂଯୋଗୀକରଣ ଏଯାବତ ସୁଦୂର ପରାହତ ହେବା ରହି ଆସିଥିଲା ।

ବ୍ରିଟିଶ ଶାସନ କାଳରେ କାଶ୍ମୀରକୁ ରେଳପଥରେ ସଂଯୋଗ କରିବାର ପ୍ରସ୍ତାବ ଦଶନ୍ଧି ଦଶନ୍ଧି ଧରି ଫାଇଲ ଭିତରେ ହିଁ ରହି ଆସିଥିଲା । ଜଟିଳ ଭୌଗୋଳିକ ସମସ୍ୟା ଏଭଳି ସ୍ଥାଣୁତାକୁ ଖୋରାକ ଯୋଗାଉଥିଲା । ଏଥିପାଇଁ ପୂର୍ବରୁ ଅନେକ ପ୍ରସ୍ତାବ, ଅନୁଧ୍ୟାନ, ଅଧ୍ୟୟନ, ସମ୍ଭାବ୍ୟତା ରିପୋର୍ଟ, ବୈଷୟିକ ମୂଲ୍ୟାୟନ କରାଯାଇଥିଲା । ଏପରିକି ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞମାନଙ୍କ ସହ ଉଧମପୁର-ଶ୍ରୀନଗର-ବାରାମୂଳା ରେଳ ଲିଙ୍କ ପାଇଁ ପରାମର୍ଶ ପାଇଁ ସରକାରୀ ସ୍ୱୀକୃତି ୧୯୯୪ ମସିହାରେ ମିଳିସାରିଥିଲା । ନଦର୍ଣ୍ଣ ଓ ସଦର୍ଣ୍ଣ ସେକ୍ସନ କାର୍ଯ୍ୟ ପ୍ରଗତି କରାଯାଇ ଏହା ଗୋଟିଏ ଦଶନ୍ଧି ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଥିଲା କିନ୍ତୁ କେନ୍ଦ୍ରୀୟ ଖଣ୍ଡ-କାଟରାଠାରୁ ବନିହାଲ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଏବଂ ନିରାପତ୍ତା ଆଶଙ୍କା ଯୋଗୁ ବିରାଟ ସମସ୍ୟା ରୂପେ ଠିଆ ହୋଇଥିଲା ।

କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଦୃଢ଼ ସଂକଳ୍ପ ଏହି ସମସ୍ୟାକୁ ଅତିକ୍ରମ କରି ଏହାକୁ କେବଳ ସଂଯୋଗ କରିନାହାନ୍ତି, ସମସ୍ୟାକୁ ସୁଯୋଗରେ ପରିଣତ କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଷାରେ ଏହା ଏକ ପରିବହନ ଉପକ୍ରମଠାରୁ ଢ଼େର ଅଧିକ ମାନ୍ୟତା ରଖେ- ଏହା ଏକ ରାଷ୍ଟ୍ର ନିର୍ମାଣ ଉପକ୍ରମ ।

ଇସ୍ପାତ ଯେଉଁଠି ଆକାଶକୁ ଛୁଏଁ

ୟୁଏସବିଆରଏଲକୁ ସ୍ୱାଧୀନୋତ୍ତର କାଳରେ ରେଳବାଇର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ ବୋଲି ନିଃସନ୍ଦେହରେ କୁହାଯାଇପାରେ । ୨୭୨ କିଲୋମିଟର ଦୈର୍ଘ୍ୟ ଏବଂ ଉଧମପୁରଠାରୁ ବାରାମୂଳା ପର୍ଯ୍ୟନ୍ତ ଏହି ରେଳପଥ ମଧ୍ୟରେ ରହିଛି । ୪୦ ଗୋଟିଏ ଟନେଲ ଏବଂ ୯୦୦ରୁ ଅଧିକ ପୋଲ ଏବଂ ଏହାର ମଧ୍ୟସ୍ଥଳରେ ଅବସ୍ଥିତ କୀର୍ତ୍ତିମାନ ସୃଷ୍ଟିକାରୀ ଚେନାବ ପୋଲ । ଯାହା ବିଶ୍ୱର ସର୍ବୋଚ୍ଚ ରେଳ ପୋଲ । ଏହା ନଦୀ ଶର୍ଯ୍ୟାଠାରୁ ୩୫୮ ମିଟର ଉଚ୍ଚରେ ସଗର୍ବେ ଦଣ୍ଡାୟମାନ । ଏହି ଆଧୁନିକ ଇଞ୍ଜିନିୟରିଂ ବିସ୍ମୟ ଘଣ୍ଟାକୁ ୨୬୦ କିଲୋମିଟର ବେଗରେ ପ୍ରବାହିତ ପବନକୁ ମଧ୍ୟ ସହ କରିବାର କ୍ଷମତା ରଖେ । ଏପରିକି ଭୂକମ୍ପନ ଜୋନ-୫ ପର୍ଯ୍ୟନ୍ତ ଭୂକମ୍ପକୁ ମଧ୍ୟ ସହ କରିପାରିବ । ଏହାର ପାଶ୍ୱର୍କୁ ରହିଛି ଅଛି ଖାଦ ପୋଲ । ଭାରତର କେବଳ ଷ୍ଟେ ରେଳ ପୋଲର ଏକ ଅଭିନବ ନିଦର୍ଶନ । ପୀରପଞ୍ଜିଲ ରେଳପୋଲ, ଟନେଲ, ଉପତ୍ୟକା ବର୍ତ୍ତି ଏବଂ ସର୍ବୋପରି ୧୧ କିଲୋମିଟର ଦୀର୍ଘ ଟି-୮୦  (ବନିହାଲ-କାଜିଗୁଣ୍ଡ) ଟନେଲ ଭିତର ଦେଇ ଆମ ଟ୍ରେନଟି ଦ୍ରୁତ ବେଗରେ ଆଗକୁ ଗତି କରୁଥିବା ବେଳର ଅନୁଭୂତି ବାସ୍ତବିକ ଅନନ୍ୟ । ମୁଁ ଏବଂ ମୋ ପରି ଅନ୍ୟ ସମସ୍ତ ଯାତ୍ରୀ ମନେ ମନେ ଭାବୁଥିଲୁ, ଦିନେ ଘୋଡା ପଠିରେ ବସି ଏହି ରେଳପଥର ସର୍ଭେ କାର୍ଯ୍ୟ କରାଯାଇଥିଲା । ଡ୍ରୋନ ଏବଂ ସାଟେଲାଇଟ ଇମେଜିଂ ମଧ୍ୟ ଏ ଦିଗରେ ସହାୟକ ହୋଇଥିଲା । ହାଡଭଙ୍ଗା ଜାଡ଼, ଭୂସ୍ଖଳନ ଏବଂ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଆକ୍ରମଣକୁ ବେଖାତିର କରି ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ବର୍ଷ ବର୍ଷର କର୍ମନିଷ୍ଠାର ସୁଫଳ ଓ ସୁଯୋଗ ଆଜି ସର୍ଭିଏଁ ଉପଭୋଗ କରୁଛନ୍ତି । ୧୯୦ କିଲୋମିଟରରୁ ଅଧିକ ଦୀର୍ଘ ଟନେଲ ମଧ୍ୟରେ ହଜାର ହଜାର ଟନର ଷ୍ଟିଲ ବୀମ ଓ ଶୃଙ୍ଖଳ ଖଞ୍ଜାଯାଇଛି । ଏହା କାଶ୍ମୀର ଉପତ୍ୟକାକୁ ଅବିଶିଷ୍ଟ ଭାରତ ସହ ଅତୁଟ ବନ୍ଧନର ମୁଖସାକ୍ଷୀ ହୋଇ ମୁଣ୍ଡ ଟେକିଛି ।

ଆଶାର ରେଳ

ତେଣୁ ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଏକ ଟ୍ରେନ ନୁହେଁ ଏହା ଏକ ରୂପକଳ୍ପ ଯାହା ଏକାଧିକ ଚାରଣଭୂମି, ଉପତ୍ୟକା ସେତୁ ମାଧ୍ୟମରେ ନିଜର ବେଷ୍ଟନୀ ଲମ୍ବାବାୟୁ। ବାସ୍ତବ, ମାନସିକ ଦୂରତାକୁ ପୋଛିଦେବା ସଗର୍ବେ ଉଦଘୋଷଣା କରୁଛି-କାଶ୍ମୀର ଏବେ ବେଶୀ ଦୂରରେ ନାହିଁ।

କାଶ୍ମୀର ଓ କାଟରା ମଧ୍ୟରେ ଏହା ଯାତ୍ରା ଅଧିକକୁ ମାତ୍ର ତିନି ଘଣ୍ଟାକୁ କମାଇ ପାରିଛି। ଦୁର୍ଗମ ଯାତ୍ରାକୁ ଉପଭୋଗରେ ରୂପାନ୍ତରିତ କରିଛି। ତେଣୁ ଏହା କେବଳ ସହର ମାନଙ୍କୁ ନୁହେଁ, ମନ ଓ ହୃଦୟକୁ ମଧ୍ୟ ସଂଯୋଗ କରୁଛି। ସୁଦୂର ଗ୍ରାମାଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନେ ଟ୍ରେନରେ ବସି ଖୁସି ମନରେ ଜାମ୍ମୁ ହେଉ ଅବା ସୁଦୂର ଦିଲ୍ଲୀରେ ସହଜରେ ପହଞ୍ଚ ପାରୁଛନ୍ତି। ସ୍ଥାନୀୟ କଳାକାର, ଶିଳ୍ପୀ, ସେଓ ବ୍ୟବସାୟୀ, କାର୍ପେଟ ନିର୍ମାତା ସେମାନଙ୍କ ସାମଗ୍ରୀକୁ ଉପତ୍ୟକା ବାହାରରେ ବିକ୍ରୀ କରିବାରେ ବଜାର ପାଇପାରିଛନ୍ତି।

ଶ୍ରୀନଗରରେ ଜଣେ ବଣିକଙ୍କ ସହିତ ଭାବ ବିନିମୟ ବେଳେ ସେ ନିଜ ମନ କଥା ଖୁସିରେ ବ୍ୟକ୍ତ କରି କହିଥିଲେ- ଏବେ ଆଉ ତନଖି ପଏଣ୍ଟ ନାହିଁ କି ବିଳମ୍ବ ହେବାର ନାହିଁ। କେବଳ ଟ୍ରେନରେ ବସି ପଡିଲେ କିଣା ସରିଲା। ଆମେ ଏବେ ଦେଶବାସୀଙ୍କ ସହିତ ଗତିଶୀଳ ହୋଇଛୁ।

କେବଳ ଟ୍ରେନ ସଂଯୋଗ ଯେ କାଶ୍ମୀର ଓ କାଶ୍ମୀରବାସୀଙ୍କ ସମସ୍ୟା ସମାଧାନ କରିଦେବ ତାହା ନୁହେଁ। ସେମାନଙ୍କ ମନର କ୍ଷତି ଭରିବାକୁ ଆହୁରି ସମୟ ଲାଗିବ। ସେମାନଙ୍କ ଭୟ ତୁଟିବାକୁ  ଆହୁରି ସମୟ ଆବଶ୍ୟକ। ସେଥିପାଇଁ ମଧ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ତାହା ର୍ହି ବାସ୍ତବରେ ସେମାନଙ୍କୁ ଆର୍ଥିକ, ସାମାଜିକ ଓ ଆବେଗିକ ସ୍ତରରେ ନିର୍ଭର କରିପାରିବ। ତେବେ ରେଳ ସଂଯୋଗ ନିଶ୍ଚିତ ଭାବରେ ହିମାଳୟର କଠିନ ଓ ଦୁର୍ଭେଦ୍ୟ ଶିଳା  କାଶ୍ମୀରବାସୀଙ୍କ ହୃଦୟର ନିକଟତର ହୋଇ ପାରିଛି। ଏହା ଆମ ସମସ୍ତଙ୍କ ଦୃଢ଼ ସଂକଳ୍ପର କାହାଣୀ। ପ୍ରଗତିର ଗାଥା ଯାହା ଆଗକୁ ଜାରି ରହିବ। ଆମ ମନର ଭାବନାକୁ ବନ୍ଦେ ଭାରତ ଏକ୍ସପ୍ରେସର ଦୌଡ ସମାନ୍ତରାଳ ଭାବରେ ଛନ୍ଦବଦ୍ଧ ଭାବରେ ସମର୍ଥନ ଜଣାଉଥିଲା।

ପୂର୍ବତନ ସିଇଓ ତଥା ଅଧ୍ୟକ୍ଷ, ରେଳବାଇ ବୋର୍ଡ

ଟ୍ରେନ ଯାତ୍ରା ଭୂସ୍ୱର୍ଗ କାଶ୍ମୀର
Share. Facebook Twitter LinkedIn Email WhatsApp Copy Link

Related Posts

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.