ବାଣପୁର: ଆଜି ବାଣପୁର ସହକାରୀ ଦୋରା ଜଜ୍ ଅମରେଶ ମହାପାତ୍ର, ଏସ ଟି କେସ ନ ୬୧/୧୪,୦୩/୦୨,୦୮/୧୬ ରେ ମୁଦଲା ଅଶାନ୍ତ ଓରଫ ପ୍ରଶାନ୍ତ ଜାନିଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ର ୩୭୬ ଆଇପିସି ଦଫା ମୁତାବକ, ୧୫ ଜଣ ସାକ୍ଷ୍ୟ ପ୍ରମାଣ ଭିତ୍ତିରେ, ୮ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟେ ହେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ ଆଦେଶ ଦିଆଯାଇଛି।
ଘଟଣାରୁ ପ୍ରକାଶ, ଗତ ତା ୦୬/୦୫/୨୦୦୫ ରିଖ ବାଣପୁର ଥାନାରେ ଅଭିଯୋଗ କ୍ରମେ ପୀଡ଼ିତ ମାମି ( ଛଦ୍ମ ନାମ) ଙ୍କ ଅଭିଯୋଗ ଅନୁଯାୟୀ ରାଇପଡ଼ା ଗ୍ରାମର ଉପରୋକ୍ତ ମୁଦଲା ଅଶାନ୍ତ ଓରଫ ପ୍ରଶାନ୍ତ ଜାନି, ପୀଡ଼ିତାଙ୍କ ଘରେ ମାଆର ଅନୁପସ୍ଥିତିରେ ତାଙ୍କୁ ବାରିପଟକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ପ୍ରତିବାଦରେ ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଦିଓ ଲଜ୍ଜ୍ଜା ହେତୁ ପୀଡ଼ିତା ତାଙ୍କ ପରିବାରରେ ଏ ବିଷୟରେ ଜଣାଇଲେ ନାହିଁ ତେବେ ତାଙ୍କ ମା ଜାଣିବାରୁ, ଗ୍ରାମ ସଭାରେ ଏ ବିଷୟରେ ଜଣାଇବାରୁ, ଉପରୋକ୍ତ ଅଭିଯୁକ୍ତ ବିବାହ କରିବାକୁ ମନା କରିବା ସହ ନିଜେ ଅନ୍ୟତ୍ର ବିବାହ କରିଥିଲେ। ଇତି ମଧ୍ୟରେ ପୀଡ଼ିତା ଏକ କନ୍ୟା ସନ୍ତାନକୁ ଅଭିଯୁକ୍ତଙ୍କ ଔରସରୁ ଜନ୍ମ କରିଥିଲେ।
ଉକ୍ତ ମାମଲାରେ ବାଣପୁର ଥାନା ଭାରପ୍ରାପ୍ତ ଅଧିକାରୀ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ବାଣପୁର ଥାନା କେସ ନ ୯୫/୨୦୦୫ ରେ ତଦନ୍ତକାରି ଅଧିକାରୀ ଆଶୁତୋଷ ମିଶ୍ର ତଦନ୍ତ କରିଥିଲେ। ମାନ୍ୟବର ଅଦାଲତ ସମସ୍ତ ସାକ୍ଷୀ ଙ୍କ ବୟାନ କୁ ଭିତ୍ତିକରି ଏବଂ ସରକାରୀ ଓକିଲ ରମେଶ କୁମାର ବିଷୋୟୀ ଓ ସଚିତ ମିଶ୍ର ଙ୍କ ବଳିଷ୍ଠ ଯୁକ୍ତିକୁ ଯୁକ୍ତିଯୁକ୍ତ ଦର୍ଶାଇ ଭାରତୀୟ ପିଙ୍ଗଳ କୋଡ଼ ର ୩୭୬ ଦଫା ରେ ଦୋଷୀ ସାବ୍ୟସ୍ତ କରି ୮ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।