Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିର ଖବର

ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

July 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହ ଉତ୍ସବରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଚଳିତ ମାସ ୧୪ ତାରିଖ, ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ମରଣୀୟ ଉତ୍ସବରେ ମହାମାନ୍ୟ ରାଷ୍ଟ୍ରପତି ମହୋଦୟାଙ୍କ ଉପସ୍ଥିତି ଛାତ୍ରଛାତ୍ରୀ, ଅଭିଭାବକ ତଥା ସମସ୍ତ ଏମ୍ସ ପରିବାରକୁ ଅନୁପ୍ରେରିତ କରିବା ନେଇ ମତରଖିଛନ୍ତି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଶିକ୍ଷାଗତ ଉତ୍କର୍ଷତା, ସମର୍ପଣ ଏବଂ ଦେଶ ପ୍ରତି ସେବା ମନୋଭାବକୁ ପ୍ରତିପାଦିତ କରୁଥିବା ଏହି ସମାବର୍ତ୍ତନ ଉତ୍ସବକୁ, ଏମ୍ସ ଭୁବନେଶ୍ବର ପକ୍ଷରୁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ସହୃଦୟତାର ସହିତ ସ୍ବାଗତ କରିଛନ୍ତି ଡ. ବିଶ୍ବାସ।

ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରି ବାବୁ କମ୍ଭମ୍ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ସାଂସଦ (ଲୋକସଭା), ଭୁବନେଶ୍ୱର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଚଳିତ ବର୍ଷ, ମୋଟ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ସୂଚୀରେ, ୧୯୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ୧୫୮ ଜଣ ବିଶେଷଜ୍ଞ(ପିଜି) ଡାକ୍ତର, ୪୯ ଜଣ ସୁପର ସ୍ପେଷିଆଲିଟି(ଡିଏମ୍/ଏମ୍ସିଏଚ୍), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍), ୧୧୬ ଜଣ ବିଏସ୍ସି ନର୍ସିଂ, ୬୨ଜଣ ବିଏସ୍ସି ପାରାମେଡିକାଲ୍, ୪୧ ଜଣ ଏମ୍ଏସସି ନର୍ସିଂ, ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ଅସାଧାରଣ ଶିକ୍ଷାଗତ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ, ୧୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ଜଣେ ଏମ୍ଡି/ଏମ୍ଏସ, ଜଣେ ଡିଏମ୍/ଏମ୍ସିଏଚ୍, ୩ ଜଣ ବିଏସ୍ସି ନର୍ସିଂ, ୭ ଜଣ ବିଏସ୍ସି ପାରାମେଡିକାଲ୍, ଦୁଇ ଜଣ ଏମ୍ଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ସମେତ ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

ଏହି ଅବସରରେ ଡ. ପି.ଆର୍. ମହାପାତ୍ର (ଡିନ୍), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର (ଡିଡିଏ), ଡ. ସୁଦୀପ୍ତ ରଞ୍ଜନ ସିଂହ (କୁଳସଚିବ), ଡ. ଦିଲ୍ଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ), ଏବଂ ଡ. ବିକାଶ ଭାଟିଆଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।
୨୦୦୩ ମସିହାରେ ମହାନ ଦୂରଦୃଷ୍ଟିସମ୍ପନ୍ନ ଜନନେତା ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ଆଜି ମେଡିକାଲ୍ ଶିକ୍ଷା, ଗବେଷଣା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ବିଶ୍ୱାସର ପ୍ରତୀକ ପାଲଟିଛି।

ଉତ୍କର୍ଷତା ପ୍ରତି ଏମ୍ସ ଭୁବନେଶ୍ୱରର ପ୍ରତିବଦ୍ଧତା ଏହାର ମାନ୍ୟତା ସ୍ପଷ୍ଟ କରିଥାଏ। ଖ୍ୟାତନାମା ଇଣ୍ଡିଆ ଟୁଡେ-ଏମଡିଆରଏ ସର୍ଭେ ୨୦୨୫ରେ ଏହି ଜାତୀୟ ପ୍ରତିଷ୍ଠାନ ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ ୧୨ ତମ ଏବଂ ଉଦୀୟମାନ ମେଡିକାଲ କଲେଜ ମଧ୍ୟରେ ଦେଶରେ ୨ୟ ସ୍ଥାନ ହାସଲ କରିଛି। ଏମ୍ସ ନୂଆଦିଲ୍ଲୀ ପରେ ଦେଶବ୍ୟାପୀ ନିଟ୍ ଯୋଗ୍ୟ ପ୍ରାର୍ଥୀଙ୍କ ଦ୍ୱିତୀୟ ପସନ୍ଦ ପାଲଟିଛି। ପ୍ରତିଷ୍ଠିତ ଏନ୍ଆଇଆରଏଫ୍ ୨୦୨୪ ରେ ୧୫ ତମ ସ୍ଥାନରେ ରହି ସଫଳତା ହାସଲ କରିଛି। ୨୦୨୧ରେ ଏହି କ୍ରମରେ ଏମ୍ସ ୩୧ତମ ସ୍ଥାନରୁ ସଫତଳାର ସହିତ ଉଚ୍ଚସ୍ଥାନକୁ ଉଠି ଚାଲିଛି।

ଏମ୍ସ ଭୁବନେଶ୍ୱର ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହାର କ୍ୟାମ୍ପସକୁ ସହୃଦୟତାର ସହିତ ସ୍ୱାଗତ କରୁଛି। ରାଷ୍ଟ୍ରପତି ମହୋଦୟାଙ୍କ ଏହି ଗସ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଏହି ପବିତ୍ର ମାଟିର ଜଣେ ଆଦର୍ଶ ଝିଅ, ସାମାଜିକ ନେତୃତ୍ୱର ଏକ ଆଲୋକବର୍ତ୍ତିକା ଭାବରେ, ତାଙ୍କର ଯାତ୍ରା ସେହି ମୂଲ୍ୟଗୁଡ଼ିକୁ ପ୍ରତିଫଳିତ କରେ ଯେଉଁ ମୂଲ୍ୟବୋଧ ଏମ୍ସ ଭୁବନେଶ୍ୱର ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ପ୍ରକାଶ କରିଛନ୍ତି। କୃତଜ୍ଞତା ଏବଂ ସମ୍ମାନର ସହିତ, ଆମେ ଏହି ଐତିହାସିକ ସମାବର୍ତ୍ତନ ସମାରୋହ ପାଳନ କ୍ଷଣକୁ ଅପେକ୍ଷା କରୁଛୁ, ଯାହା ଏକ ସମ୍ମାନ, ଆନନ୍ଦ ଏବଂ ନୂତନ ଆରମ୍ଭର ଦିନ ବୋଲି ଡ. ବିଶ୍ୱାସ ମତବ୍ୟକ୍ତ କରିଛନ୍ତି।

ଏମ୍‌ସ ଭୁବନେଶ୍ୱର ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026
Latest News

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.