ଭୁବନେଶ୍ଵର: ନବରଙ୍ଗପୁରଠାରେ କର୍ଣ୍ଣେଲ ସୁନିଲ କୁମାର ଓ ସୁବେଦାର ମେଜର କେଦାରନାଥ ପ୍ରଧାନଙ୍କ ନେତୃତ୍ବରେ ତ୍ରୟୋଦଶ ଏନସିସି ବାଲାଟିୟନ ପକ୍ଷରୁ ସ୍ଥଳସେନା ପ୍ରଶିକ୍ଷଣ ଶିବିର ଗତକାଲିଠାରୁ ଆରମ୍ଭ ହୋଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ନବରଙ୍ଗପୁର ସମେତ କୋରାପୁଟ, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, ପୁରୀ, ସମ୍ବଲପୁର ଆଦି ଜିଲ୍ଲାର ୪୯୫ ଜଣ କ୍ୟାଡେଡ୍ ଭାଗ ନେଇଛନ୍ତି।
ସେନାରେ ଭର୍ତ୍ତି ହେବା ପରେ ଯେଉଁଭଳି ଅନୁଶାସନରେ ରହିବାକୁ ହୁଏ ଏବଂ ନିଜକୁ ପ୍ରସ୍ତୁତ ରହିବାକୁ ପଡିଥାଏ ତାକୁ ନେଇ ପ୍ରଥମ ୫ ଦିନ ପ୍ରଶିକ୍ଷଣ ଦିଆଯିବା ପରେ ପ୍ରତିବନ୍ଧକ କୋର୍ସ, ମାନଚିତ୍ର ପ୍ରଦର୍ଶନ ଶିକ୍ଷା, ଶାରୀରିକ ଓ ମାନସିକ ସନ୍ତୁଳନ, ବନ୍ଧୁକ ଚାଳନା, ମାର୍ସଲ ଡ୍ରିଲ ଆଦି ପ୍ରଦାନ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।