Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଏ ଏହି ସଂଧ୍ୟାରାଣୀ ମାଝୀ, ଯିଏ କି ପ୍ରଥମ ସରକାରୀ ମହିଳା ଡ୍ରାଇଭର ହୋଇ କରିଛିନ୍ତି ଚାକିରୀ
ଆଜିର ଖବର

କିଏ ଏହି ସଂଧ୍ୟାରାଣୀ ମାଝୀ, ଯିଏ କି ପ୍ରଥମ ସରକାରୀ ମହିଳା ଡ୍ରାଇଭର ହୋଇ କରିଛିନ୍ତି ଚାକିରୀ

July 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
UshaPadhi
କିଏ ଏହି ସଂଧ୍ୟାରାଣୀ ମାଝୀ, ଯିଏ କି ପ୍ରଥମ ସରକାରୀ ମହିଳା ଡ୍ରାଇଭର ହୋଇ କରିଛିନ୍ତି ଚାକିରୀ

ଭୁବନେଶ୍ବର: ତାଙ୍କ ନାମ ହେଉଛି ସଂଧ୍ୟାରାଣୀ ମାଝୀ, ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ହେଲେ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଉଛି ସେ ବର୍ତ୍ତମାନ ବନିଛନ୍ତି ସରକାରୀ ମହିଳା ଡ୍ରାଇଭର। ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଯେତେ ସବୁ ଗାଡି ଅଛି ତାହାର ଡ୍ରାଇଭର ହେଉଛନ୍ତି ପୁରୁଷ। ହେଲେ ସଂଧ୍ୟା ପ୍ରଥମ ମହିଳା ଭାବେ ସରକାରୀ ଡ୍ରାଇଭର ସାଜିଛନ୍ତି।

ସେ ବର୍ତ୍ତମାନ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି। ଖୋଦ ଉଷା ପାଢୀ ସଂଧ୍ୟାଙ୍କ ନିଯୁକ୍ତି ନେଇ ନିଜ ସାମାଜିକ ଗଣମାଧମରେ ପ୍ରକାଶ କରିଛନ୍ତି। 44 ବର୍ଷ ବୟସର ଏହି ଆଦିବାସୀ ମହିଳାଙ୍କ ଏପରି ସତସାହାସ ନେଇ ସମସ୍ତେ ବେଶ ପ୍ରସଂଶା କରୁଛନ୍ତି। ପୁରୁଷ ପ୍ରାଧ୍ୟାନ୍ୟ ବୃତ୍ତିରେ ଜଣେ ମହିଳା ପ୍ରବେଶ କରି ସେ ଏକ ନୂଆ ରେକର୍ଡ କରିଛନ୍ତି।

ସଂଧ୍ୟାଙ୍କ ସ୍ବାମୀ ହେଉଛନ୍ତି ରାମରାୟ ମାଝୀ। ସେ ମଧ୍ୟ ଜଣେ ଡ୍ରାଇଭର। ସେ ହିଁ ପ୍ରଥମେ ସଂଧ୍ୟାଙ୍କୁ ଡ୍ରାଇଭିଂ ଶିକ୍ଷା ପ୍ରଦାନ କରିଥିଲେ। ଏହାପରେ ସଂଧ୍ୟାଙ୍କୁ ତାଙ୍କ ସ୍ବାମୀ ଏକ ସେକେଣ୍ଡ ହ୍ୟାଣ୍ଡ ନାନୋ କାରଟିଏ କିଣି ଦେଇଥିଲେ। ସେହି କାରରେ ସଂଧ୍ୟା ପ୍ରାୟ ଦଶ ବର୍ଷ ଧରି ଭଡାଗାଡି କରି ଚଳାଇ ଆସୁଥିଲେ।

ହେଲେ ସରକାରୀ ଡ୍ରାଇଭର ହେବା ନିଶା ତାଙ୍କୁ ଘାରିଥିଲା। ଫଳରେ ସେ ଯାଜପୁରର ଏଚଏମଭି ଡ୍ରାଇଭିଂ ତାଲିମ କେନ୍ଦ୍ରରେ ଯୋଗ ଦେଇ ସାର୍ଟିଫିକେଟ ହାସଲ କରିଥିଲେ। ଏହାପରେ ସେ ସରକାରୀ ଚାକିରୀ ପାଇଁ ପରୀକ୍ଷା ଦେଇ ପାଶ କରିଥିଲେ।

Usha Padhi
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.