ଭୁବନେଶ୍ଵର: ଶ୍ରାବଣ ମାସର ପ୍ରଥମ ସୋମବାରରେ ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶତାଧିକ କାଉଡ଼ିଆ ଭକ୍ତ ଜଳାଭିଷେକ କରିଛନ୍ତି। ଭକ୍ତମାନେ ପାଣି ଭାର ନେଇ ବାବା ମଣିଙ୍କ ଠାରେ ଜଳ ଲାଗି କରିଛନ୍ତି। ବର୍ଷାରେ ଓଦା ହୋଇ ବିଭିନ୍ନ ସ୍ଥାନରୁ ଶହ ଶହ ମହିଳା ଓ ପୁରୁଷ ଭକ୍ତ ଧାଡ଼ିରେ ଆସି ଭକ୍ତି ଓ ନିଷ୍ଠାର ସହିତ ପୂଜାର୍ଚ୍ଚନା କରି ଜଳ ଅର୍ପଣ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।