ଭୁବନେଶ୍ବର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ କଲେ ଛାତ୍ରୀ। ଏମ୍ସରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଦେହର 90 ଭାଗ ପୋଡିଯାଇଥିଲା। ଗତକାଲି ରାତି 12 ଟାରେ ଡାକ୍ତରଖାନା ତରଫରୁ ମୃତ ବୋଲି ଘୋଷଣା କରାଯାଇଥିଲା। ଫଳରେ ସେଠାରେ କାନ୍ଦବୋବାଳି ପଡିଥିଲା। ତାଙ୍କୁ ଜଣେ ପ୍ରଫେସର ନିର୍ଯ୍ୟାତନା ଦେଉଛନ୍ତି ବୋଲି ସେ ସମସ୍ତଙ୍କ ଆଗରେ ଗୁହାରି କରିଥିଲେ। ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଅନୁରୋଧ କରିଥିଲେ। ହେଲେ କେହି ଶୁଣିଲେ ନାହିଁ। ଫଳରେ ସେ କଳେ ଅଧ୍ୟକ୍ଷଙ୍କ ଚ୍ୟାମ୍ବର ଆଗରେ ଆତ୍ମହୁତି ଦେଇ ଜୀବନ ତ୍ୟାଗ କରିଦେଲେ।
ଗତକାଲି ରାତିରେ ଏହି ଘଟଣା ଜଣାପଡିବା ପରେ ସେଠାରେ ବିଧାୟକ ବାବୁ ସିଂ, ଇରାଶିସ ଆଚାର୍ଯ୍ୟ, ଆକାଶଦାସ ନାୟକ ପ୍ରମୁଖ ହାଜର ହୋଇଥିଲେ। ଏହି ଖବର ଜଣାପଡିବା ପରେ ସେଠାରେ ବିରୋଧୀ ଦଳରେ କର୍ମିମାନେ ହାଜର ହୋଇଗଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଲାଗିରହିଲା। ଶବକୁ ପୋଷ୍ଟମର୍ଟ୍ଟମ କରିବା ପାଇଁ ନେବା ବେଳେ ଏହି ଘଟଣା ଘଟିଥିଲା। ତେବେ ଡାକ୍ତରଖାନା ପଛ ଗେଟ ଦେଇ ଶବ ବାହାରକୁ ନିଆଯାଇଥିଲା।