ଅହମ୍ମଦାବାଦଠାରେ ଏକ ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ଦମକଳବାହିନୀ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି

Published: Jul 26, 2019, 2:04 pm IST

ଅହମ୍ମଦାବାଦର ଜଗତ ହାଇଓ୍ବର ଜଗତପୁର ଗୋଟା ଇଲାକାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି । ବିଲ୍ଡିଂର ଚତୁର୍ଥ ଓ ପଞ୍ଚମ ମହଲାରେ ନିଆଁ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ୩୦ଜଣ ବ୍ୟକ୍ତି ଫସି ରହିଥିବାବେଳେ ଦମକଳବାହିନୀ ୧୫ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣାରେ ଜଣେ ବ୍ୟକ୍ତି ବେହୋସ ହୋଇଯାଇଥିବାର ଖବର ମିଳିଛି । ସେଠାରେ ଉପସ୍ଥିତ ଥିବା ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡିନଥିବାବେଳେ ଏହା ଏସି ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି । କିଛିଦିନ ପୂର୍ବରୁ ସୁରଟ୍‌ଠାରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୧୮ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଆଜି ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍‌ର କ୍ୟାଟିନ୍‌ରେ ମଧ୍ୟ ନିଆଁ ଲାଗିଥିବାର ସୂଚନା ମିଳିଛି ।

Related posts