Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୧୭ ରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିର ଖବର

ଜୁଲାଇ ୧୭ ରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

July 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ଜୁଲାଇ, ୨୦୨୫ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଜାତୀୟ ସମାରୋହରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ପ୍ରତିଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିବେ।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ହେଉଛି ବିଶ୍ୱର ସର୍ବବୃହତ ସହରାଞ୍ଚଳ ସ୍ୱଚ୍ଛତା ସର୍ଭେର ୯ମ ସଂସ୍କରଣ। ଏହି ଐତିହାସିକ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ (ଏସବିଏମ-ୟୁ)କୁ ଆଗକୁ ନେବା ପାଇଁ ସହରଗୁଡ଼ିକର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇ ସହରାଞ୍ଚଳ ଭାରତର ସବୁଠାରୁ ସ୍ୱଚ୍ଛ ସହରଗୁଡ଼ିକୁ ପୁରସ୍କୃତ କରିବ। ଚଳିତ ବର୍ଷ, ଏହି ପ୍ରତିଷ୍ଠିତ ପୁରସ୍କାରଗୁଡ଼ିକ ୪ଟି ବର୍ଗରେ ପ୍ରଦାନ କରାଯିବ – କ) ସୁପର ସ୍ୱଚ୍ଛ ଲିଗ୍ ସହର (ଖ) ୫ଟି ଜନସଂଖ୍ୟା ବର୍ଗରେ ଶ୍ରେଷ୍ଠ ୩ଟି ସ୍ୱଚ୍ଛ ସହର, ସ୍ବତନ୍ତ୍ର ବର୍ଗ : ଗଙ୍ଗା ସହର, କ୍ୟାଣ୍ଟନମେଣ୍ଟ ବୋର୍ଡ, ସଫାଇ ମିତ୍ର ସୁରକ୍ଷା, ମହାକୁମ୍ଭ (ଘ) ରାଜ୍ୟସ୍ତରୀୟ ପୁରସ୍କାର – ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର। ଚଳିତ ବର୍ଷ ମୋଟ ୭୮ଟି ପୁରସ୍କାର ପ୍ରଦାନ କରାଯିବ।

ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ଅନ୍ତର୍ଗତ ଏକ ଐତିହାସିକ ପଦକ୍ଷେପ, ସ୍ୱଚ୍ଛ ସର୍ବେକ୍ଷଣ, ଗତ ନଅ ବର୍ଷ ଧରି ସହରାଞ୍ଚଳ ଭାରତର ସ୍ୱଚ୍ଛତା ପ୍ରତି ଯାତ୍ରାରେ ଏକ ପରିଭାଷିତ ଶକ୍ତି ହୋଇଛି, ମାନସିକତାକୁ ବଦଳାଇଛି ଏବଂ ଜନ ସମର୍ଥନ ସୃଷ୍ଟି କରି ଲୋକଙ୍କୁ ସ୍ୱଚ୍ଛତା ପ୍ରତି ପ୍ରେରଣା ଦେଇଛି। ୨୦୧୬ ରେ ୭୩ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସହିତ ଆରମ୍ଭ ହୋଇଥିବା ଏହି ନୂତନ ସଂସ୍କରଣ ଏବେ ୪୫୦୦ରୁ ଅଧିକ ସହରରେ ପହଞ୍ଚିଛି। ଏହି ବର୍ଷର ପୁରସ୍କାର କେବଳ ଶ୍ରେଷ୍ଠ ସ୍ୱଚ୍ଛ ସହରଗୁଡ଼ିକୁ ସମ୍ମାନିତ କରେ ନାହିଁ, ବରଂ ଅଭିବୃଦ୍ଧିର ଦୃଢ଼ ସମ୍ଭାବନା ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ଚିହ୍ନଟ ଏବଂ ଉତ୍ସାହିତ କରେ।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ପୁରସ୍କାର “କମାନ୍ତୁ, ପୁନଃବ୍ୟବହାର କରନ୍ତୁ, ରିସାଇକଲ କରନ୍ତୁ” ବିଷୟ ଉପରେ କେନ୍ଦ୍ରିତ। ୪୫ ଦିନ ଧରି ଦେଶର ପ୍ରତ୍ୟେକ ୱାର୍ଡରେ ୩୦୦୦ରୁ ଅଧିକ ମୂଲ୍ୟାଙ୍କନକାରୀ ଗଭୀର ଯାଞ୍ଚ କରିଥିଲେ। ଅନ୍ତର୍ଭୁକ୍ତି ଏବଂ ସ୍ୱଚ୍ଛତା ପ୍ରତି ଏକ ଅଟଳ ପ୍ରତିବଦ୍ଧତା ସହିତ, ଏହି ପଦକ୍ଷେପରେ ୧୧ ଲକ୍ଷରୁ ଅଧିକ ପରିବାରର ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ ଥିଲା – ଏହା ଜାତୀୟ ସ୍ତରରେ ସହରାଞ୍ଚଳ ଜୀବନଶୈଳୀ ଏବଂ ସ୍ୱଚ୍ଛତାକୁ ବୁଝିବା ପାଇଁ ଏକ ବ୍ୟାପକ ଏବଂ ଦୂରଗାମୀ ଆଭିମୁଖ୍ୟକୁ ପ୍ରତିଫଳିତ କରେ।

୨୦୨୪ରେ କରାଯାଇଥିବା ଏହି ସର୍ବେକ୍ଷଣ ୧୪ କୋଟି ଲୋକଙ୍କ ପାଖରେ ପହଞ୍ଚିଥିଲା, ଯେଉଁମାନେ ମୁହାଁମୁହିଁ ଆଲୋଚନା, ସ୍ୱଚ୍ଛତା ଆପ୍, MyGov ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ସହରାଞ୍ଚଳ ପରିମଳ ଏବଂ ସେବା ପ୍ରଦାନ ମୂଲ୍ୟାଙ୍କନ ପାଇଁ ଏକ ଦକ୍ଷ ଓ ସଂଗଠିତ ପଦ୍ଧତି ଗ୍ରହଣ କରିଥିଲା, ଯେଉଁଥିରେ ସହରଗୁଡ଼ିକରେ ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନାର ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରିବା ପାଇଁ ୫୪ ସୂଚକ ସହିତ ୧୦ଟି ସୁପରିଭାଷିତ ପାରାମିଟର ରହିଥିଲା।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପରିମଳ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ସହରଗୁଡ଼ିକ ପାଇଁ ସୁପର ସ୍ୱଚ୍ଛ ଲିଗ୍ (ଏସଏସଏଲ) ପ୍ରଚଳନ କରିଛି। ସୁପର ସ୍ୱଚ୍ଛ ଲିଗ୍ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ପରିମଳର ଉଚ୍ଚ ମାନଦଣ୍ଡରେ ପହଞ୍ଚିବାକୁ ପ୍ରୋତ୍ସାହିତ କରିବା ସହିତ ଅନ୍ୟ ସହରଗୁଡ଼ିକୁ ସେମାନଙ୍କର କାର୍ୟ୍ୟଦକ୍ଷତାରେ ଉନ୍ନତି ଆଣିବା ଏବଂ ଶୀର୍ଷ ସ୍ଥାନ ପାଇଁ ପ୍ରତିଯୋଗିତା କରିବାକୁ ଉତ୍ସାହିତ କରିବା ଲକ୍ଷ୍ୟ ରଖିଛି। ସୁପର ସ୍ୱଚ୍ଛ ଲିଗ୍ ସେହି ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ଯେଉଁମାନେ ଗତ ତିନି ବର୍ଷରେ ଅତି କମରେ ଥରେ ଶ୍ରେଷ୍ଠ ତିନିରେ ସ୍ଥାନ ପାଇଛନ୍ତି ଏବଂଚଳିତ ବର୍ଷ  ନିଜ ନିଜ ଜନସଂଖ୍ୟା ବର୍ଗରେ ଶୀର୍ଷ ୨୦ ପ୍ରତିଶତରେ ରହିଛନ୍ତି।

ପ୍ରଥମ ଥର ପାଇଁ, ସହରଗୁଡ଼ିକୁ ଜନସଂଖ୍ୟା ଆଧାରରେ ପାଞ୍ଚଟି ବର୍ଗରେ ବର୍ଗୀକୃତ କରାଯାଇଛି: (୧) ଅତି ଛୋଟ ସହର: ୨୦,୦୦୦ରୁ କମ ଜନସଂଖ୍ୟା, (୨) ଛୋଟ ସହର: ୨୦,୦୦୦ – ୫୦,୦୦୦ ଜନସଂଖ୍ୟା, (୩) ମଧ୍ୟମ ସହର: ୫୦,୦୦୦ – ୩ ଲକ୍ଷ ଜନସଂଖ୍ୟା, (୪) ବଡ଼ ସହର: ୩ – ୧୦ ଲକ୍ଷ ଜନସଂଖ୍ୟା ଏବଂ (୫) ନିୟୁତ ପ୍ଲସ୍ ସହର: ୧୦ ଲକ୍ଷର ଅଧିକ ଜନସଂଖ୍ୟା। ପ୍ରତ୍ୟେକ ବର୍ଗର ଆକାର ଏବଂ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ପାରାମିଟର ବ୍ୟବହାର କରି ମୂଲ୍ୟାଙ୍କନ କରାଯାଇଛି। ସବୁଠାରୁ ସ୍ୱଚ୍ଛ ସହରଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ପ୍ରତ୍ୟେକ ବର୍ଗରେ ସେମାନଙ୍କୁ ପୁରସ୍କୃତ କରାଯିବ। ଏହି ପଦ୍ଧତି ନିଶ୍ଚିତ କରେ ଯେ ଛୋଟ ସହରଗୁଡ଼ିକୁ ମଧ୍ୟ ମୁଖ୍ୟଧାରାର ଅଗ୍ରଣୀ ସହରଗୁଡ଼ିକ ସହିତ ସମାନ ସ୍ତରରେ ବିକାଶ ଏବଂ ପ୍ରତିଯୋଗିତା କରିବାର ସୁଯୋଗ ମିଳିବ।

ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026
Latest News

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.