ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖାରଗୋନରେ ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ମଧ୍ୟପ୍ରଦେଶର ଅସଦୁଦ୍ଦିନ ଓୱେସିଙ୍କ ଦଳ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM)ର ଏକମାତ୍ର ହିନ୍ଦୁ ମହିଳା କାଉନସିଲର ଅରୁଣା ଉପାଧ୍ୟାୟ ଦଳରୁ ଇସ୍ତଫା ଦେଇଛନ୍ତି।
ଜୁଲାଇ ୧୪ରେ ହାଇଦ୍ରାବାଦସ୍ଥିତ AIMIM କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଲେଖାଯାଇଥିବା ଏକ ଚିଠିରେ ସେ କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ସେ କୋର୍ କମିଟି ଏବଂ ଦଳର ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି। ଅରୁଣା ଉପାଧ୍ୟାୟ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ, କିନ୍ତୁ ସେ ଖରଗୋନ୍ ପୌର ପରିଷଦର ସ୍ୱାଧୀନ କାଉନସିଲର ଭାବରେ କାମ ଜାରି ରଖିବେ।
ସେ କହିଛନ୍ତି ଯେ, ଧର୍ମାନ୍ତରୀକରଣ ଏବଂ ନିରନ୍ତର ନିର୍ଯାତନା ଅଭିଯୋଗ ଯୋଗୁଁ ସେ ଇସ୍ତଫା ଦେଇଛନ୍ତି। ଅରୁଣାଙ୍କ ସ୍ୱାମୀ ଏବଂ ଅନ୍ୟ କିଛି ଲୋକ ତାଙ୍କ ଉପରେ ଲୋକଙ୍କୁ ଇସଲାମ ଧର୍ମାନ୍ତରୀକରଣ କରିବାର ଅଭିଯୋଗ ଆଣିଥିଲେ।
ମୁସଲିମ ଆସନରୁ ନିର୍ବାଚନ ଜିତିଥିଲେ
ଉଲ୍ଲେଖ ଯୋଗ୍ୟ ଯେ, ୨୦୨୨ ସ୍ଥାନୀୟ ନିର୍ବାଚନରେ ସେ ଅସଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱାଧୀନ ଦଳର ଟିକେଟରେ ଜିତିଥିବା ଚାରି ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଥିଲେ। ଉପାଧ୍ୟାୟଙ୍କ ବିଜୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କାରଣ ସେ ‘ୱାର୍ଡ -୨’ରୁ ଜିତିଥିଲେ, ଯେଉଁଠାରେ ୭୦ ପ୍ରତିଶତ ମୁସଲିମ ଜନସଂଖ୍ୟା ଥିଲା।