Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନ୍ଦେହଜନକ ବାୟୋଷ୍ଟିମୁଲାଣ୍ଟନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: କେନ୍ଦ୍ର କୃଷି ମନ୍ତ୍ରୀ
ଆଜିର ଖବର

ସନ୍ଦେହଜନକ ବାୟୋଷ୍ଟିମୁଲାଣ୍ଟନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: କେନ୍ଦ୍ର କୃଷି ମନ୍ତ୍ରୀ

July 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କୃଷିମନ୍ତ୍ରୀ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ବାୟୋଷ୍ଟିମୁଲାଣ୍ଟ ଉପରେ ନୂଆଦିଲ୍ଲୀସ୍ଥିତ କୃଷି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ କଠୋର ଆଭିମୁଖ୍ୟ ଆପଣାଇ କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ, ବାୟୋଷ୍ଟିମୁଲାଣ୍ଟ ମାମଲାରେ ଚାଷୀଙ୍କ ସହିତ କୌଣସି ପ୍ରକାରର ଠକାମି ହେବା ଉଚିତ୍‌ ନୁହେଁ। ଯେକୌଣସି ଅନୁମତି ଦେବା ପୂର୍ବରୁ ଚାଷୀଙ୍କ ହିତକୁ ଧ୍ୟାନରେ ରଖିବା ଲାଗି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦେଶର କ୍ଷୁଦ୍ର ଚାଷୀଙ୍କ ବିରୋଧରେ କୌଣସି ପ୍ରକାର ଅନ୍ୟାୟ ହେବାକୁ ଦେବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ। କେତେକ ଅସାଧୁ ବ୍ୟକ୍ତିବିଶେଷ ଅନୈତିକ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କ ଠାରୁ ଚାଷୀଙ୍କୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ୱ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

କିଛି ଦିନ ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ସାରା ଦେଶରେ ୧୫ ଦିନିଆ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆୟୋଜନ କରାଯାଇଥିଲା। ସେ ରାଜ୍ୟଗୁଡ଼ିକର ଗାଁ ଏବଂ ଚାଷ ଜମିକୁ ଗସ୍ତ କରିଥିଲେ। ଏହି ସମୟରେ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଅନେକ ଚାଷୀ ନକଲି ସାର, ନକଲି ବିହନ, ନକଲି ଖତ, ବାୟୋଷ୍ଟିମୁଲାଣ୍ଟ ଏବଂ ନାନୋ ୟୁରିଆ ବିକ୍ରି ବିଷୟରେ ଅଭିଯୋଗ କରିଥିଲେ। ଏସବୁ ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ଶିବରାଜ ସିଂହ ବୈଠକରେ କହିଥିଲେ, ନିରୀହ ଚାଷୀଙ୍କଠାରୁ ଅଭିଯୋଗ ପାଇବା ପରେ ସେ ଚୁପ୍ ବସିପାରିବେ ନାହିଁ । ଚାଷୀମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଉଚିତ୍ । ଦେଶର କୃଷି ମନ୍ତ୍ରୀ ଭାବରେ ଏହାପରେ କାର୍ଯ୍ୟାନୁଷ୍ଠାନ ନେବା ତାଙ୍କର ଦାୟିତ୍ୱ ବୋଲି ସେ କହିଥିଲେ।

ଶିବରାଜ ସିଂହ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ଅଧିକାରୀମାନଙ୍କୁ କହିଥିଲେ, ଦେଶରେ ବାୟୋଷ୍ଟିମୁଲାଣ୍ଟ ବହୁ ବର୍ଷ ଧରି ବିକ୍ରି ହେଉଛି। ଏହାର ବିକ୍ରୟ ପାଇଁ ଅନୁମତି ଅବଧି ଗୋଟିଏ ବର୍ଷ ଲେଖାଏଁ ବୃଦ୍ଧି କରାଯାଇଛି । କିନ୍ତୁ ଏହା ଦ୍ୱାରା କୌଣସି ଲାଭ ହେଉନାହିଁ ବୋଲି ଅନେକ ସମୟରେ କ୍ଷେତ୍ରରୁ ଅଭିଯୋଗ ଆସେ। ତଥାପି ଏହା ବିକ୍ରି ହେଉଛି? ଚାଷୀମାନେ ଏଥିରୁ କେତେ ଲାଭ ପାଉଛନ୍ତି ତାହା ଦେଖିବା ପାଇଁ ଏହାର ସମ୍ପୂର୍ଣ୍ଣ ସମୀକ୍ଷା କରିବା ଆବଶ୍ୟକ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ। ଏପରି ହେଉନଥିଲେ ଏହାକୁ ବିକ୍ରୟ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥି ଦେଇଥିଲେ। ହଜାର ହଜାର କମ୍ପାନୀ ବିନା ଅନୁମତି ଏବଂ ମାନଦଣ୍ଡ ପାଳନ ନକରି ଏହାକୁ ବିକ୍ରୟ କରିବା ଆରମ୍ଭ କରିଛନ୍ତି, କିନ୍ତୁ କୃଷି ମନ୍ତ୍ରୀ ହୋଇଥିବାରୁ, କୌଣସି ମୂଲ୍ୟରେ ସେ ଏହା ହେବାକୁ ଦେବେ ନାହିଁ ବୋଲି କହିଥିଲେ।’’

ଚାଷୀମାନଙ୍କର ବିଶ୍ୱାସକୁ ବଜାୟ ରଖିବା ଏବଂ ସେମାନଙ୍କର ବୈଷୟିକ ଉପଯୋଗିତାକୁ ସୁନିଶ୍ଚିତ କରିବା ପାଇଁ ଆଇସିଏଆର ଦ୍ୱାରା ବାୟୋଷ୍ଟିମୁଲାଣ୍ଟଗୁଡ଼ିକର ମୂଲ୍ୟାଙ୍କନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିଜର ଅସନ୍ତୋଷ ପ୍ରକାଶ କରି ସେ ଦର୍ଶାଇଥିଲେ ଯେ କିଛି ବର୍ଷ ଧରି ପ୍ରାୟ ୩୦ ହଜାର ବାୟୋଷ୍ଟିମୁଲାଣ୍ଟ ଉତ୍ପାଦଗୁଡ଼ିକୁ ଅନିୟନ୍ତ୍ରିତ ଭାବରେ ବିକ୍ରି କରାଯାଉଥିଲା। ଗତ ଚାରି ବର୍ଷ ମଧ୍ୟରେ ମଧ୍ୟ ପ୍ରାୟ ୮ ହଜାର ଉତ୍ପାଦ ପ୍ରଚଳନରେ ରହିଛି। କଠୋର ଯାଞ୍ଚ ଲାଗୁ କରିବା ପରେ, ଏହି ସଂଖ୍ୟା ବର୍ତ୍ତମାନ ପ୍ରାୟ ୬୫୦ କୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି । ଏଥିସହିତ ଚାଷୀମାନଙ୍କୁ କ୍ଷତି ପହଞ୍ଚାଇପାରୁଥିବା ଯେକୌଣସି ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚେତାବନୀ ଦେଇଛନ୍ତି।

ବିସ୍ତୃତ ସମୀକ୍ଷା କରି ଶ୍ରୀ ଚୌହାନ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ସେମାନେ କମ୍ପାନୀ ଅପେକ୍ଷା ଚାଷୀମାନଙ୍କୁ ପ୍ରାଥମିକତା ଦିଆଯିବା ଉଚିତ୍‌। କେବଳ କୃଷିର ସ୍ୱାର୍ଥ ପାଇଁ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବାୟୋଷ୍ଟିମୁଲାଣ୍ଟ ବ୍ୟବହାର ଯୋଗୁଁ ପ୍ରକୃତ ଉତ୍ପାଦନ ବୃଦ୍ଧି ହେଉଥିବା କୌଣସି ତଥ୍ୟ ଅଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

କେବଳ ସେହି ବାୟୋଷ୍ଟିମୁଲାଣ୍ଟଗୁଡ଼ିକୁ ଅନୁମୋଦନ କରାଯିବ ଯାହା ସମସ୍ତ ମାନଦଣ୍ଡ ପୂରଣ କରୁଥିବ ଏବଂ କୃଷକମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେଉଥିବ। ଅନୁମୋଦନଗୁଡ଼ିକ ଏବେ କେବଳ ବୈଜ୍ଞାନିକ ବୈଧତା ଉପରେ ଆଧାରିତ ହେବ,ଏବଂ ଏଥିପାଇଁ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ରହିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।

ବୈଠକ ଶେଷରେ ଶ୍ରୀ ଚୌହାନ ସ୍ପଷ୍ଟ ନିୟମ ଏବଂ ଏସଓପି (ମାନକ କାର୍ଯ୍ୟ ପ୍ରଣାଳୀ) ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ କୌଣସି ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରାଇ ଦେଇଥିଲେ।

ଶ୍ରୀ ଚୌହାନ କହିଥିଲେ, ଭାରତର ଚାଷୀମାନେ ଆମ ଉପରେ ଭରସା କରନ୍ତି। ସେମାନେ ଆଇସିଏଆର ଉପରେ ଭରସା କରନ୍ତି। ତେଣୁ, କେବଳ କୃଷକଙ୍କ କଲ୍ୟାଣ ପାଇଁ ଚିନ୍ତା କରିବା ଏବଂ କାମ କରିବା ଆମର ଏବଂ ବୈଜ୍ଞାନିକମାନଙ୍କର ଦାୟିତ୍ୱ। ଅଧିକାରୀ ଏବଂ ବୈଜ୍ଞାନିକମାନଙ୍କୁ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଅନୁଯାୟୀ କାମ କରିବାକୁ ପଡିବ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ।

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.