ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଚଳଚ୍ଚିତ୍ର ଡିଅର୍ କମ୍ରେଡ୍ ଆଜି ଭାରତରେ ରିଲିଜ୍ ହୋଇଛି । ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ଲାଭ କରିଥିବା ଏହି ଚଳଚିତ୍ରଟି ଆମେରିକାରେ ପ୍ରଥମ ଦିନ ରେକର୍ଡ ବ୍ୟବସାୟ କରିଛି । ପ୍ରଥମ ଦିନରେ ଏହା ଆମେରିକା ବକ୍ସ ଅଫିସ୍ରେ 259.443ହଜାର ଡଲାରର ବ୍ୟବସାୟ କରିଛି । 2019ରେ ଆମେରିକା ବକ୍ସ ଅଫିସ୍ରେ ଏହା ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ । ଫିଲ୍ମଟି ଆମେରିକାରେ ମାତ୍ର 172ଟି ଥିଏଟରରେ ରିଲିଜ୍ ହୋଇଛି । ଏହି ତାଲିକାରେ ମହେଶ ବାବୁଙ୍କ ମହର୍ଷି ଏବଂ ଭେଙ୍କଟେଶଙ୍କ ଏଫ୍-2 ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ଅନ୍ୟ ଦୁଇ ଜଣ ତେଲୁଗୁ ଇଣ୍ଡଷ୍ଟ୍ରୀର ଭେଟେରାନ୍ ହୋଇଥିବା ବେଳେ ବିଜୟ ମାତ୍ର 5ଟି ଫିଲ୍ମ ପୁରୁଣା । ଏହି ସଫଳତା ପରେ ଏକ ସାକ୍ଷାତକାରରେ ବିଜୟ ଦେବରକୋଣ୍ଡା ଫିଲ୍ମର ନିର୍ଦ୍ଦେଶକ ଏବଂ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ବାହୁବଲୀ ପରେ ପ୍ରଥମ ତେଲୁଗୁ ଫିଲ୍ମ ଭାବରେ ଏହା ଚାରୋଟି ଦକ୍ଷିଣ ଭାରତୀୟ ଭାଷାରେ ରିଲିଜ୍ ହୋଇଛି ।
Tags: