ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

Published: Jul 26, 2019, 4:17 pm IST

ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି । ଦୋଷୀ ଅନାମ ଦେହୁରୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ। ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ  ଏହି ଦୁଷ୍କର୍ମ, ହତ୍ୟା ଘଟଣା ଘଟିଥିଲା । ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଉଥିବାବେଳେ ରାସ୍ତାରୁ ଝିଅଟିକୁ ଉଠାଇ ନେଇଥିଲା ଦୋଷୀ ଅନାମ । ନିକଟସ୍ଥ ବୁଦାରେ ଦୁଷ୍କର୍ମ ସହ ପଥରରେ ଛେଚି ହତ୍ୟା କରିଥିଲା । ପଥରରେ ଛେଚି ମାରିବା ପରେ ନାବାଳିକାଜଣଙ୍କୁ ନିକଟସ୍ଥ ନାଳରେ ଫିଙ୍ଗି ଦେଇଥିଲା ।

Related posts