କଚ୍ଛ (ଗୁଜରାଟ): ଗୁଜୁରାଟ ବନ ବିଭାଗ ଏବଂ ବନ୍ତାରା ଏକ ମିଳିତ ଉଦ୍ୟମରେ ବନ୍ନି ତୃଣଭୂମିରେ ୭୦ ହେକ୍ଟର ସଂରକ୍ଷିତ ଅଞ୍ଚଳରେ ୨୦ଟି ଚିତ୍ରା ହରିଣ ପୁନଃସ୍ଥାପିତ କରିଛନ୍ତି। ବନ୍ତାରା ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅଗ୍ରଣୀ ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ, ଯାହାଦ୍ୱାରା ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଏଣ୍ଡ ରିହାବିଲିଟେସନ ସେଣ୍ଟର ପରିଚାଳିତ ହୋଇଥାଏ।
ଏହି ଚିତ୍ରା ହରିଣଙ୍କୁ ଜାମନଗରର ବନ୍ତାରାର ସଂରକ୍ଷଣ କେନ୍ଦ୍ରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଜରିଆରେ କଚ୍ଛକୁ ଅଣାଯାଇଥିଲା। ବନ ବିଭାଗର ତତ୍ତ୍ୱାବଧାନରେ ସେମାନଙ୍କୁ ସୁରକ୍ଷିତ ଭାବରେ ମୁକ୍ତ କରାଯାଇଥିଲା, ଯେଉଁଥିରେ ବନ୍ତାରା ବୈଷୟିକ ଏବଂ ପରିବହନ ସହାୟତା ପ୍ରଦାନ କରିଥିଲା। ପୂର୍ବରୁ, ବନ୍ତାରା ଏବଂ ବନ ବିଭାଗ ମିଳିତ ଭାବରେ କ୍ଷେତ୍ରର ଅନୁଧ୍ୟାନ କରି ବାସସ୍ଥାନ ଉପଯୁକ୍ତତା ଏବଂ ହେବାକୁ ଥିବା ପୁନଃସ୍ଥାପନା ଉଦ୍ୟମର ଯୋଜନା ପ୍ରସ୍ତୁତ କରିଥିଲେ।
ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଏଣ୍ଡ ରିହାବିଲିଟେସନ ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ବ୍ରଜ କିଶୋର ଗୁପ୍ତା କହିଛନ୍ତି, “ଏହି ସହଭାଗିତା ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ବ୍ୟବହାରିକ ସହଯୋଗର ପ୍ରତୀକ, ଯାହା ବନ୍ନିର ଜୈବ ବିବିଧତାକୁ ପୁନଃସ୍ଥାପିତ କରିବାରେ ସହାୟକ ହୋଇଛି।” ଗୁଜରାଟର ବନ୍ନି ତୃଣଭୁମି ୨୬୧୮ ବର୍ଗ କିଲୋମିଟରରେ ପରିବ୍ୟାପ୍ତ, ଯେଉଁଠାରେ ୧୨ ଟି ସ୍ତନ୍ୟପାୟୀ ପ୍ରଜାତିର ଉପସ୍ଥିତି ରେକର୍ଡ କରାଯାଇଛି। ଏହି ପ୍ରୟାସ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ପରିବେଶଗତ ସନ୍ତୁଳନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।