Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାମନଗରରୁ ଅଣାଯାଇଥିବା କଚ୍ଛର ସଂରକ୍ଷିତ ଅଞ୍ଚଳରେ ମୁକ୍ତ ହେଲେ ୨୦ଟି ଚିତ୍ରା ହରିଣ
ଆଜିର ଖବର

ଜାମନଗରରୁ ଅଣାଯାଇଥିବା କଚ୍ଛର ସଂରକ୍ଷିତ ଅଞ୍ଚଳରେ ମୁକ୍ତ ହେଲେ ୨୦ଟି ଚିତ୍ରା ହରିଣ

July 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

କଚ୍ଛ (ଗୁଜରାଟ): ଗୁଜୁରାଟ ବନ ବିଭାଗ ଏବଂ ବନ୍ତାରା ଏକ ମିଳିତ ଉଦ୍ୟମରେ ବନ୍ନି ତୃଣଭୂମିରେ ୭୦ ହେକ୍ଟର ସଂରକ୍ଷିତ ଅଞ୍ଚଳରେ ୨୦ଟି ଚିତ୍ରା ହରିଣ ପୁନଃସ୍ଥାପିତ କରିଛନ୍ତି। ବନ୍ତାରା ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅଗ୍ରଣୀ ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ, ଯାହାଦ୍ୱାରା ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଏଣ୍ଡ ରିହାବିଲିଟେସନ ସେଣ୍ଟର ପରିଚାଳିତ ହୋଇଥାଏ।

ଏହି ଚିତ୍ରା ହରିଣଙ୍କୁ ଜାମନଗରର ବନ୍ତାରାର ସଂରକ୍ଷଣ କେନ୍ଦ୍ରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଜରିଆରେ କଚ୍ଛକୁ ଅଣାଯାଇଥିଲା। ବନ ବିଭାଗର ତତ୍ତ୍ୱାବଧାନରେ ସେମାନଙ୍କୁ ସୁରକ୍ଷିତ ଭାବରେ ମୁକ୍ତ କରାଯାଇଥିଲା, ଯେଉଁଥିରେ ବନ୍ତାରା ବୈଷୟିକ ଏବଂ ପରିବହନ ସହାୟତା ପ୍ରଦାନ କରିଥିଲା। ପୂର୍ବରୁ, ବନ୍ତାରା ଏବଂ ବନ ବିଭାଗ ମିଳିତ ଭାବରେ କ୍ଷେତ୍ରର ଅନୁଧ୍ୟାନ କରି ବାସସ୍ଥାନ ଉପଯୁକ୍ତତା ଏବଂ ହେବାକୁ ଥିବା ପୁନଃସ୍ଥାପନା ଉଦ୍ୟମର ଯୋଜନା ପ୍ରସ୍ତୁତ କରିଥିଲେ।

ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଏଣ୍ଡ ରିହାବିଲିଟେସନ ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ବ୍ରଜ କିଶୋର ଗୁପ୍ତା କହିଛନ୍ତି, “ଏହି ସହଭାଗିତା ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ବ୍ୟବହାରିକ ସହଯୋଗର ପ୍ରତୀକ, ଯାହା ବନ୍ନିର ଜୈବ ବିବିଧତାକୁ ପୁନଃସ୍ଥାପିତ କରିବାରେ ସହାୟକ ହୋଇଛି।” ଗୁଜରାଟର ବନ୍ନି ତୃଣଭୁମି ୨୬୧୮ ବର୍ଗ କିଲୋମିଟରରେ ପରିବ୍ୟାପ୍ତ, ଯେଉଁଠାରେ ୧୨ ଟି ସ୍ତନ୍ୟପାୟୀ ପ୍ରଜାତିର ଉପସ୍ଥିତି ରେକର୍ଡ କରାଯାଇଛି। ଏହି ପ୍ରୟାସ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ପରିବେଶଗତ ସନ୍ତୁଳନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଅନନ୍ତ ଅମ୍ବାନୀ ଜାମନଗର ବନ୍ତାରା
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.