ଭୁବନେଶ୍ବର: ବାଲେଶ୍ବର ଘଟଣା ବର୍ତ୍ତମାନ ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଉଥିବା ବେଳେ ଏବେ ପୁଣି ସେହିପରି ଆଉ ଏକ ଘଟଣା ପଦାକୁ ଆସିଛି। ତାହା ହେଲା ସମ୍ବଲପୁର ଗଂଗାଧର ମେହେର କଲେଜରେ ଜଣେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅଶ୍ଲିଳ ଇଙ୍ଗିତ ପରେ ତାଙ୍କୁ ଗିରଫ କରାଯାଇଛି।
ଘଟଣାରୁ ଜଣାପଡିଛି ଯେ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକ ଗୋପୀକାନ୍ତ ସୁନା ଗିରଫ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ଜଣେ ବିଏଡ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ୩୨ ବର୍ଷୀୟ ଅଧ୍ୟାପକଙ୍କୁ ଗିରଫ କରାଯାଇଛି । ଅଧ୍ୟାପକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଜଣାପଡିବା ପରେ କଲେଜରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ସ୍ଥାନୀୟ ନେତା ଓ ପ୍ରଶାସନ ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି।