ରେଢ଼ାଖୋଲ (କନ୍ଦର୍ପ ବେହେରା): ଅର୍ଜୁନ ଡିଗ୍ରୀ କଲେଜ୍, କଦଳିଗଡ଼ ଠାରେ ରେ ଜାତୀୟ ଦକ୍ଷତା ବିକାଶ ନିଗମ ତରଫରୁ ପ୍ରମାଣ ପତ୍ର ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା।
ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଶ ଏଣ୍ଟରପ୍ରାଇଜେସ ସହଯୋଗରେ ଆଇଡ଼ିବିଆଇ ବ୍ୟାଙ୍କର ମିଳିତ ଆନୁକୁଲ୍ୟରେ ନବେ ଦିନ ର ଏକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଥିଲା। ସେଥିରେ କୃତ କାର୍ଯ୍ୟ ହେଇଥିବା ୬୦ ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ଆଜି ପ୍ରମାଣ ପତ୍ର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପରିଚାଳନା କମିଟି ର ସଭାପତି କୃଷ୍ଣ ଚନ୍ଦ୍ର ହୋତା କୃତକାର୍ଯ୍ୟ ହେଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ବ୍ୟାଙ୍କ ତରଫରୁ ବୌଦ୍ଧ ଶାଖା ପ୍ରବନ୍ଧକ ମଳୟ କୁମାର ଏବଂ ସହ ପ୍ରବନ୍ଧକ ରାକେଶ କୁମାର ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଂଯୋଜକ ସଂସ୍ଥା ତରଫରୁ କାର୍ଯକ୍ରମ ମୁଖ୍ୟ ରବି ଶର୍ମା, ପ୍ରକଳ୍ପ ମୁଖ୍ୟ ସଞ୍ଜୟ ବିଶ୍ଵକର୍ମା, କ୍ଲଷ୍ଟର ମୁଖ୍ୟ ବିନୟ ବାସୁଦେବ ଏବଂ ରାଜ୍ୟ ସଂଯୋଜକ ଅଶୋକ କର ଯୋଗଦାନ କରିଥିଲେ।
ଉକ୍ତ ତାଲିମ କାର୍ଯକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଯୋଗଦାନ ଦେଇ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ର ବିଭିନ୍ନ ଲାଭଦାୟକ ବିଷୟ ଉପରେ ଆଲୋଚନା କରି କହିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ।