ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥା ଅମାନବୀୟ ଘଟଣା ପଦାକୁ ଆସିବାରେ ଲାଗିଛି। ବାଲେଶ୍ବର ଛାତ୍ରୀମୃତ୍ୟୁ ଘଟଣା ପରେ ବର୍ତ୍ତମାନ ନିମାପଡା ବଳଙ୍ଗାରେ ଆଉ ଏକ ଘଟଣା ପଦାକୁ ଆସିଛି। ଯେଉଁଥିରେ ଦୁର୍ବୃତମାନେ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପେଟ୍ରୋଳ ଢାଳି ନିଆଁ ଲଗାଇଦେଇଛନ୍ତି। ମୁର୍ମୁର୍ଷ ଅବସ୍ଥାରେ ତାଙ୍କୁ ବର୍ତ୍ତମାନ ଭୁବନେଶ୍ବର ଏମ୍ସ ହସପିଟାଲରେ ଚିକିତ୍ସା କରାଯାଉଛି।
ଏହି ଘଟଣା ପରେ ସାରା ରାଜ୍ୟରେ ପୁଣି ଥରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଛାତ୍ରୀର ସ୍ବାସ୍ଥ୍ୟ ଅବସ୍ଥା ନେଇ ଏମ୍ସ ତରଫରୁ ବିଭିନ୍ନ ସମୟରେ ବୁଲେଟିନ ଜାରୀ କରାଯାଉଛି। ଛାତ୍ରୀ ଜଣଙ୍କ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବୋଲି କୁହାଯାଇଥିଲା। ବର୍ତ୍ତମାନ କୁହାଯାଇଛି ଯେ, ଛାତ୍ରୀର ଶରୀରର 70 ଭାଗ ପୋଡିଯାଇଛି। ତାଙ୍କୁ ବର୍ତ୍ତମାନ ବଅର୍ଣ୍ଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ବୋଲି ହସପିଟାଲ ତରଫରୁ କୁହାଯାଇଛି।