କର୍ଣ୍ଣାଟକରେ ୟେଦୁ ସରକାର । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଏସ୍ ୟେଦ୍ୟୁରପ୍ପା । ରାଜଭବନ ପରିସରରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବଜୁ ଭାଇ ବାଲା । ଗତ ମଙ୍ଗଳବାର ଦିନ କର୍ଣ୍ଣାଟକରେ ଥିବା ଜେଡିଏସ୍-କଂଗ୍ରେସର ମେଣ୍ଟ ସରକାର ଆସ୍ଥା ଭୋଟରେ ହାରିବା ପରେ ବିଜେପି ପୁଣି ଥରେ ରାଜ୍ୟରେ ସରକାର ଗଢିଛି । ଏବେ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ଏହା ପରେ ଜୁଲାଇ ୩୧ରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ୟେଦୁ ସରକାର ।
Tags: