Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠାରୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଆଜିର ଖବର

ଆସନ୍ତାକାଲିଠାରୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶାନ୍ତିପୂର୍ଣ୍ଣ ପ୍ରତିବାଦ

July 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଡ଼ାକରାରେ ଓଡିଶା ଜଳବିଦ୍ୟୁତ ନିଗମ ଦ୍ୱାରା ପରିଚାଳିତ ଓଡ଼ିଶାର ସମସ୍ତ ଜଳବିଦ୍ୟୁତ କେନ୍ଦ୍ର ଓ ଓଡିଶା ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ ସୋମବାର ତା ୨୧.୦୭.୨୦୨୫ ଠାରୁ ମୁଖ୍ୟ ଦପ୍ତର ଓ ଜଳବିଦ୍ୟୁତ କେନ୍ଦ୍ର ଆଗରେ ତିନିଦିନିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ। ବର୍ତ୍ତମାନ ଓଡିଶା ଜଳବିଦ୍ୟୁତ ନିଗମର ନୂତନ ମାନମ୍ବ ସମ୍ବଳ ମୁଖ୍ୟ ଦାଇତ୍ୱ ନେବା ପରଠାରୁ କେବଳ ଅବସର ପ୍ରାପ୍ତ କର୍ମଚାରୀଙ୍କୁ କିପରି ନିଯୁକ୍ତି ଦିଆଯିବ ସେ ନେଇ ବେଶ ତପ୍ତରତା ଦେଖାଉଥିବା ବେଳେ ନୂତନ ନିଯୁକ୍ତ କର୍ମଚାରୀ ଓ ପୁରୁଣା କର୍ମଚାରୀଙ୍କ ସମସ୍ୟା ବୁଝିବାରେ ଅନିଚ୍ଛା ପ୍ରକାଶ କରିବା ଦ୍ୱାରା କର୍ମଚାରୀଙ୍କ ମହଲରେ ଅଶାନ୍ତି ଦିନକୁ ଦିନ ବୃଦ୍ଧିପାଉଛି। ଯାହାଫଳରେ ନିରୀହ ବିଦ୍ୟୁତ ଶ୍ରମିକଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଦୀର୍ଘ ୫୦ ବର୍ଷ / ୭୦ ବର୍ଷ ତଳେ ନିର୍ମିତ ସରକାରୀ ବାସଗୃହ ଗୁଡିକରେ ଯେଉଁଠାରେ ଗାଧୁଆ ଘର ଟିଏ ନାହିଁ କି ପିଇବା ପାଣି ଭଳି ମୌଳିକ ସୁବିଧା ଟିଏ ନାହିଁ, ସେହିଭଳି ପରିତ୍ୟକ୍ତ ସରକାରୀ ବାସଗୃହ ଯାହାର ଅସ୍ତିତ୍ୱ ନାହିଁ, ହାତ ମାରିଲେ ଝଡିପଡୁଛି, ତାହାକୁ ମରାମତି ପାଇଁ ପ୍ରତ୍ୟକ ବର୍ଷ ଆଠରୁ ଦଶ କୋଟି ସରକାରୀ ଟଙ୍କା ବ୍ୟୟ ବରାଦ କରି ଆତ୍ମସାଦ କରାଯିବ କାର୍ଯ୍ୟ ଉପରେ ଶୂନ୍ୟ କାର୍ଯ୍ୟାନୁଷ୍ଠାନ କର୍ମଚାରୀଙ୍କ ମହଲରେ ବେଶ ଆଲୋଚନାର ବିଷୟ। ଓଡ଼ିଶାର ସମସ୍ତ ବିଦ୍ୟୁତ ବିଭାଗ ତଥା ଓଡିଶା ରାଜ୍ୟସରକାରଙ୍କ ଏକ ଲାଭକାରୀ ସରକାରୀ ଉଦ୍ୟୋଗ ହୋଇମଧ୍ୟ ବର୍ତ୍ତମାନ ସ୍ଥିତି ଏପରି ଓଡିଶା ଜଳବିଦ୍ୟୁତ ନିଗମ କର୍ମଚାରୀ ନା ଓଡିଶା ରାଜ୍ୟସରକାରଙ୍କ ସମକକ୍ଷ ଦରମା ପାଇବାରେ ସକ୍ଷମ ନା ସମଗ୍ର ଓଡ଼ିଶାର ବିଦ୍ୟୁତ ବିଭାଗ ଯଥା OPTCL / ଟାଟା ପାୱାର ଦ୍ୱାରା ପରିଚାଳିତ ଚାରୋଟି ବିଦ୍ୟୁତ ବଣ୍ଟନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସମକକ୍ଷ ଦରମା ପାଇବାରେ ସକ୍ଷମ।

କିନ୍ତୁ ଅଫିସରଙ୍କ କଥା ପଡିଲେ ସେମାନଙ୍କୁ ରାଜ୍ୟସରକାର ତଥା ଅନ୍ୟ ବିଦ୍ୟୁତ ବିଭାଗ ସହ ସମାନ ଦରମା ପ୍ରଦାନରେ ଓଡିଶା ଜଳବିଦ୍ୟୁତ ନିଗମର ନୀତି ସବୁବେଳେ ଆଗରେ, କିଛି ଅବସର ପ୍ରାପ୍ତ ଶ୍ରମିକ ନେତାଙ୍କ ସହ ଭିତିରିଆ ଯୋଗସୂତ୍ର ପାଇଁ ଆଜି ଓଡିଶା ଜଳବିଦ୍ୟୁତ ନିଗମରେ କାର୍ଯ୍ୟରତ କର୍ମଚାରୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟରେ, ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହ କର୍ମଚାରୀଙ୍କ ବକେୟା ମଜୁରୀ ନେଇ ବାଇପାର୍ଟଟାଇଟ ସେଟେଲମେଣ୍ଟ ସରିବାର ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବକେୟା ମଜୁରୀ ନ ମିଳିବା, ପାତର ଅନ୍ତର କରି ବାଲିମେଳା ଓ ଅପର ଇନ୍ଦ୍ରାବତୀ ଭଳି ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପିଲାଙ୍କୁ ଶିକ୍ଷାର ସୁବିଧା ଯାହା ୨୦୦୯ ମସିହାରୁ ଅଫିସରଙ୍କ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସେଥିରୁ ବଂଚିତ କରିବା, କର୍ମଚାରୀଙ୍କୁ ନିଜ ଗ୍ରେଡ଼ ହିସାବରେ ଭଲ ସରକାରୀ ବାସଗୃହ ପ୍ରଦାନ କରିବା ବଦଳରେ ଭଲ ସରକାରୀ ବାସଗୃହ ଗୁଡିକୁ ବାହାର ଲୋକଙ୍କ ଠାରୁ ମୋଟା ଅଙ୍କର ପଇସା ନେଇ ଆଲର୍ଟମେଣ୍ଟ କରିବା, କର୍ମଚାରୀ ସ୍ୱର ଉତ୍ତାଳନ କଲେ ବାଲିମେଳା ବଦଳୀର ଭୟ ଦେଖେଇବା, ଆମେ ଅଖା ପକେଇ ଶୋଉଥିଲୁ ତମେ ଭି ସୁଅ କହି କର୍ମଚାରୀଙ୍କୁ ମୌଳିକ ସୁବିଧାରୁ ବଂଚିତ କରିବା, ନୂତନ ବାସଗୃହ ତିଆରି ନ ହେବ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘରଭଡା ଭତ୍ତା ପ୍ରଦାନ କରିବାରେ ଦୟାନ ନ ଦେବା, ଅସାଧୁ କର୍ମଚାରୀ ଙ୍କୁ ହାତଲେଖା ରସିଦ ରେ ସରକାରୀ ବାସଗୃହ ଦେଇ ମାସିକ ଭଡା ଆଦାୟ କରିବା ଓ କିଛି ଶ୍ରମିକ ସଙ୍ଘଟନର ପରିବାର ପରିଜନଙ୍କୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କାର୍ଯ୍ୟଭାର ଦେଇ ନିମ୍ନ ମାନର କାର୍ଯ୍ୟକୁ ପ୍ରୋତ୍ସାହନ କରିବା କାର୍ଯ୍ୟକୁ ବାରମ୍ବାର ୟୁନିଟ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆଣିବା ପରେ ମଧ୍ୟ ସୁଫଳ ନ ମିଳିବା, ପ୍ରତୀତ ହେଉଛି ଏଥିରେ ବହୁ ବଡ଼ ବଡ଼ ଲୋକଙ୍କ ହାତ ରହିଛି ତେଣୁ ସତ୍ୟକୁ ଉଜାଗର କରି କର୍ମଚାରୀଙ୍କୁ ନାୟ ପ୍ରଦାନ କରିବା ପାଇଁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ସୋମବାର ଆସନ୍ତାକାଲିଠାରୁ ତିନିଦିନିଆ ଶାନ୍ତିପୂର୍ଣ୍ଣ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟଳୟ ଓ ଓଡ଼ିଶାର ସମସ୍ତ ଜଳବିଦ୍ୟୁତ କେନ୍ଦ୍ର ଆଗରେ କରାଯିବାକୁ ନିଷ୍ପତ୍ତି।

ତେଣୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ଓଡିଶା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଦ୍ୟୁତ ଶ୍ରମିକ ଙ୍କ ଦୁଃଖ ବୁଝିବା ପାଇଁ ନିବେଦନ କରିବା ସହ ତା ୨୫.୦୭.୨୦୨୫ ଠାରୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀଙ୍କ ନିକଟକୁ ଟୁଇଟ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଅଛି।

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.