Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର
ଆଜିର ଖବର

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୟୁପିଆଇରେ ପ୍ରତିଦିନ ୬୪୦ ମିଲିୟନରୁ ଊର୍ଦ୍ଧ୍ୱ କାରବାର ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ଭାରତ ବୈଶ୍ୱିକ ନେତୃତ୍ୱ ନେଉଛି। ନିକଟରେ ଏକଥା କହିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ ଏମ ଏଫ)। ଏପ୍ରକାର ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ୟୁପିଆଇ ଏକ ବଳିଷ୍ଠ ମାଧ୍ୟମ ସାଜିଛି। ୨୦୧୬ରେ ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇକୁ ନେସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଆରମ୍ଭ କରିଥିଲା। ଲୋକମାନଙ୍କ ଟଙ୍କା ଦେଣ ନେଣ କ୍ଷେତ୍ରରେ ୟୁପିଆଇ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି।

ଗୋଟିଏ ମୋବାଇଲ ଆପ ଅଧୀନରେ ଖାଉଟିର ସମସ୍ତ ବ୍ୟାଙ୍କ ଆକାଉଂଟ ରହିଥାଏ। ଜଣେ ଏହା ମାଧ୍ୟମରେ ହଠାତ ଟଙ୍କା ପଠାଇପାରିବ। ବ୍ୟବସାୟୀଙ୍କୁ ଟଙ୍କା ଶୀଘ୍ର ଦେଇପାରିବ। ବନ୍ଧୁମାନଙ୍କ ପାଖକୁ ଅର୍ଥ ପଠାଇପାରିବ। ସହଜ ଉପାୟରେ ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ୟୁପିଆଇ ଲୋକଙ୍କୁ ସୁବିଧା ଯୋଗାଉଛି। ଭାରତରେ ଆଜିକାଲି ପ୍ରତି ମାସରେ ୟୁପିଆଇ ମାଧ୍ୟମରେ ୧୮ ବିଲିୟନ କାରବାର ହେଉଥିବା ସୂଚିତ ହୋଇଛି।

କ୍ୟାସ ଓ କାର୍ଡ ଯୋଗେ ଅର୍ଥ ଦେଣ ନେଣ ପ୍ରକ୍ରିୟାରେ ଏହି ୟୁପିଆଇ ପରିବର୍ତନ ଆଣିପାରିଛି। ଏହା ଏବେ ଡିଜିଟାଲ ଫାଷ୍ଟ ଇକୋନୋମି ଆଡକୁ ଆମକୁ ଅଗ୍ରସର କରାଇଛି। କୋଟି କୋଟି ଲୋକ ଓ କ୍ଷୁଦ୍ର ବ୍ୟବସାୟୀ ନିରାପଦ ଓ କମ ଖର୍ଚ୍ଚଜନିତ କାରବାର ଲାଗି ଏବେ ଏହି ୟୁପିଆଇ ଉପରେ ନିର୍ଭର କରୁଛନ୍ତି। ତେବେ ଏହା ହଠାତ ହୋଇନାହିଁ। ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡିଛି। ତୃଣମୂଳ ସ୍ତରରେ କଠିନ ଡିଜିଟାଲ କାର୍ଯ୍ୟ, ସାମୁହିକ ଉନ୍ନତି ଲାଗି ଯନ୍ତ୍ରର ବ୍ୟବହାର ପରି କିଛି ପଦକ୍ଷେପ ପାଇଁ ଏହା ସମ୍ଭବପର ହୋଇପାରିଛି।

ଚଳିତ ବର୍ଷ କେବଳ ଜୁନରେ ୟୁପିଆଇ ମାଧ୍ୟମରେ ପ୍ରାୟ ୨୪.୦୩ ଲକ୍ଷ ଟଙ୍କା କାରବାର ହୋଇଛି। ଏହା ପରବର୍ତ୍ତୀ କାଳରେ ୧୮.୩୯ ବିଲିୟନ କାରବାରକୁ ବୃଦ୍ଧି ପାଇଛି। ରେକର୍ଡ ଅନୁସାରେ ଗତବର୍ଷ ୧୩.୮୮ ବିଲିୟନ କାରବାର ହୋଇଥିଲା । ଗୋଟିଏ ବର୍ଷ ଭିତରେ ମାତ୍ର ୩୨ ପ୍ରତିଶତ ବୃଦ୍ଧି ହୋଇଛି। ୟୁପିଆଇ ବ୍ୟବସ୍ଥା ଦ୍ୱାରା ସାରା ଦେଶର ୪୯୧ ମିଲିୟନ ଲୋକ ଓ ୬୫ ମିଲିୟନ ବ୍ୟବସାୟୀ ଉପକୃତ ହେଉଛନ୍ତି। ଏକକ ପ୍ଲାଟଫର୍ମରେ ଏବେ ଏକ୍ଷେତ୍ରରେ ୬୭୫ଟି ବ୍ୟାଙ୍କ କାମ କରୁଛନ୍ତି। ଭାରତରେ ଏବେ ୮୫ ପ୍ରତିଶତ ଡିଜିଟାଲ କାରବାର ବୃଦ୍ଧି ପାଇଛି। ଭୌଗୋଳିକ ସୀମା ବାହାରେ ସାରା ବିଶ୍ୱରେ ଏବେ ଏହି କାରବାର ୫୦ ପ୍ରତିଶତରେ ରହିଛି। ଦ୍ରୁତ ଗତିରେ ଭାରତବର୍ଷ ଏବେ ଏକ କ୍ୟାସଲେସ ଅର୍ଥନୀତି ମୁହାଁ ହୋଇପାରିଛି।

ଭାରତର ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇ ବିଶ୍ୱର ଏକ ନମ୍ବର ରିୟଲ ଟାଇମ ପେମେଂଟ ବ୍ୟବସ୍ଥା। ଦୈନିକ କାରବାର କ୍ଷେତ୍ରରେ ଏହା ଭିସାକୁ ପଛରେ ପକାଇଛି। ପ୍ରତିଦିନ ୟୁପିଆଇରେ ୬୪୦ ମିଲିୟନ କାରବାର କରାଯାଉଛି। ଯେତେବେଳେ ଭିସାରେ ପ୍ରତିଦିନ କାରବାର ମାତ୍ର ୬୩୯ ମିଲିୟନ। ନଅ ବର୍ଷ ଭିତରେ ୟୁପିଆଇର ଏପ୍ରକାର ପ୍ରଗତି ବାସ୍ତବିକ ପ୍ରଣିଧାନଯୋଗ୍ୟ। ପୂର୍ବ ସୂଚନା ଅନୁସାରେ ବିଶ୍ୱରେ ଦୈନିକ ୟୁପିଆଇର ମାତ୍ର ୫୦ ପ୍ରତିଶତ କାରବାର କରାଯାଉଛି। ଦେଶ ଭିତରେ ଓ ବାହାରେ ଏବେ ୟୁପିଆଇର ବ୍ୟବହାର ବଢିଛି। ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ, ମରିସସ ପରି ଦେଶରେ ଏବେ ୟୁପିଆଇ ସକ୍ରିୟ। ସୁଦୂର ଫ୍ରାନ୍ସରେ ଏହାର ବ୍ୟବହାର ଫଳରେ ସମଗ୍ର ୟୁରୋପରେ କାରବାର କରିବା ଲାଗି ବାଟ ଫିଟିଛି। ବିଦେଶୀ ମୁଦ୍ରା ବିନିମୟ ନକରି ବାହାରେ ରହୁଥିବା ଭାରତୀୟମାନେ ଏବେ ଏହି ୟୁପିଆଇକୁ ବିପୁଳ ସଂଖ୍ୟାରେ ବ୍ୟବହାର କରୁଛନ୍ତି। ଛଅଟି ଦେଶକୁ ନେଇ ଗଠିତ ବ୍ରିକ୍ସ ଗୋଷ୍ଠୀର ଦେଶ ଭିତରେ ବି ୟୁପିଆଇ ପ୍ରଚଳନ ନେଇ ଭାରତ ଖୁବ ଆଶାବାଦୀ ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ଡିଜିଟାଲ ପେମେଂଟ କ୍ଷେତ୍ରରେ ଭାରତ ବୈଶ୍ୱିକ ସ୍ତରରେ ଯାନ୍ତ୍ରିକ ନେତୃତ୍ୱ ନେଇପାରିବ।

ଡିଜିଟାଲ କ୍ଷେତ୍ରରେ ବର୍ଷ ବର୍ଷର କଠିନ ଯାନ୍ତ୍ରିକ ଓ ପ୍ରଯୁକ୍ତିଗତ ସାଧନାର ଫଳସ୍ୱରୂପ ହେଉଛି ୟୁପିଆଇ। ଡିଜିଟାଲ ଭିତିଭୂମି ନିର୍ମାଣ କ୍ଷେତ୍ରରେ ପ୍ଲାନିଂ ଓ ପୁଞ୍ଜି ନିବେଶ ଫଳରେ ଏହା ସମ୍ଭବପର ହୋଇପାରିଛି। ଫର୍ମାଲ ଆର୍ଥିକ ବ୍ୟବସ୍ଥା, ଡିଜିଟାଲ ପରିଚୟଜନିତ ନିରାପତା ଏବଂ ଦେଇ ହେଉଥିବା ଭଳି ଇଂଟରନେଟ ସୁବିଧା ଲାଗି ଆଜି ଏହି ବ୍ୟବସ୍ଥା ସଫଳ ହୋଇପାରିଛି।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଟଙ୍କା ଆସିଛି। ୩୦ ଜୁନ, ୨୦୨୫ ସୁଦ୍ଧା ଦେଶରେ ପ୍ରାୟ ୫୫.୮୩ କୋଟି ଆକାଉଂଟ ଖୋଲିପାରିଛି। ସେହିପରି ଏହି ୟୁପିଆଇ ପାଇଁ ଆଧାର କାର୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଡିଜିଟାଲ ପରିଚୟ ଲାଗି ଏହି ଆଧାର କାର୍ଡ ଏକମାତ୍ର ମାଧ୍ୟମ ପାଲଟିଛି। ତେବେ ଏହି ୟୁପିଆଇ ବ୍ୟବସ୍ଥାକୁ ସୁଗମ କରିବା ଲାଗି ୫ ଜି ବ୍ୟବସ୍ଥାର ଆଧୁନିକୀରଣ କରାଯାଇଛି। ଫଳରେ ସଂଯୋଗଜନିତ କୌଣସି ତ୍ରୁଟି ରହିବ ନାହିଁ। ଦେଶର ପ୍ରାୟ ଜିଲ୍ଲାରେ ପ୍ରାୟ ୪.୭୩ ଲକ୍ଷ ବେସ ଷ୍ଟେସନ ରହିଥିବା ବ୍ୟବସ୍ଥା ଫଳରେ ୫ ଜି ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଇଂଟରନେଟ ଚାର୍ଜ ଶୁଳ୍କରେ ପରିବର୍ତନ ଆସିଛି। ୨୦୧୪ରେ ପ୍ରତି ଜିବି ପିଛା ଏହା ୩୦୮ ଟଙ୍କା ରହିଥିବା ବେଳେ ୨୦୨୨ରେ ଏହା ମାତ୍ର ୯.୩୪ ଟଙ୍କାରେ ପହଂଚିଛି।

୨୦୨୫ରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ୧୧୬ କୋଟିରେ ପହଂଚିଛି। ଦ୍ରୁତ ଅର୍ଥ କାରବାର କ୍ଷେତ୍ରରେ ଭାରତ ଏକ ଅଗ୍ରଗଣ୍ୟ ଦେଶ ଭାବରେ ପରିଗଣିତ ହୋଇଛି। ଏପ୍ରକାର ସଫଳତା ପଛରେ ରହିଛି ୟୁପିଆଇର ବିପୁଳ ବ୍ୟବହାର। ଡିଜିଟାଲ କାରବାରରେ କ୍ଷିପ୍ରତା ଓ ନିରାପତ୍ତା ପାଇଁ ଏହା ସର୍ବଜନାଦୃତ ହୋଇପାରିଛି।

ୟୁପିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.