ପୁରୀ : ରାଜ୍ୟରେ ଆଇନ କାନୁନ ବିପର୍ଯ୍ୟୟ ପରିସ୍ଥିତି ତଥା ବଳଙ୍ଗା ଛାତ୍ରୀକୁ ପୋଡିବା ଘଟଣା ବିରୋଧରେ ପୁରୀ ଏସପି ଅଫିସ ଘେରାଉ କରିଛି ଜିଲ୍ଲା ଯୁବ କଂଗ୍ରେସ। ଏହି ଘଟଣାର ୩୦ ଘଣ୍ଟା ବିତିଥିଲେ ବି ପୋଲିସ ଏ ପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଧରିପାରିନାହିଁ । ରାଜ୍ୟ ସରକାର ଓ ଆଇନ ବିଭାଗ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।
ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୂଦୀପ ସାମଲ ସାମିଲ ହୋଇଥିବା ବେଳେ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କ ନେତୃତ୍ୱ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକଜୁଟ ହୋଇ ପୁରୀ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।ଏହି ଘେରାଉ ରେ ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ସେମାନଙ୍କ କୁଶପୁତ୍ତଳିକା ଜାଳିବା ସହ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଜୋର-ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲା ଜ଼ିଲ୍ଲା ଯୁବ କଂଗ୍ରେସ ।