ନୂଆଦିଲ୍ଲୀ: କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଖସିଯାଇଛି। ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟିଯାଇଛି। ଆଶ୍ୱସ୍ତିର କଥା ହେଉଛି ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।