ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ହେବ ଗମ୍ଭୀର : ସୁଦାମ ମାରାଣ୍ଡି

Published: Jul 26, 2019, 7:07 pm IST

ରାଜ୍ୟରେ ମରୁଡ଼ି ଆଶଙ୍କା। ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ବର୍ଷା ଅଭାବ ଜନିତ ଚାଷ ନେଇ ବିଧାନସଭାରେ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି। ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ କେବଳ ୫ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଥିବା ବେଳେ ୨୫ଟି ଜିଲ୍ଲାରେ କମ ବର୍ଷା ହୋଇଛି। ୩୧୪ ବ୍ଲକରୁ ୨୩୫ ବ୍ଲକରେ ସ୍ଵାଭାବିକଠୁ କମ ବର୍ଷା ହୋଇଛି। ମାତ୍ର ୭୯ଟି ବ୍ଲକରେ ସ୍ଵାଭାବିକ ବର୍ଷା ହୋଇଛି। ୨୧ଟି ବ୍ଲକରେ ସ୍ଵାଭାବିକଠାର ୫୯ ପ୍ରତିଶତ କମ୍ ବର୍ଷା ହୋଇଛି। ଫଳରେ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ ବୋଲି ମନ୍ତ୍ରୀ କହିଛନ୍ତି। ଲଘୁଚାପ ହୋଇଥିବାରୁ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ପଟେ ମୌସୁମୀ ଜନିତ ବର୍ଷା ଅଭାବରୁ ନଦୀ, ନାଳ, ବ୍ୟାରେଜରେ ଜଳ ପ୍ରବାହ ଆଶାନୁରୂପ ହୋଇନି। ବର୍ଷା ଅଭାବରୁ ଚାଷୀ ଚିନ୍ତାଗ୍ରସ୍ତ ହୋଇଥିବାବେଳେ  ରାଜ୍ୟର କିଛି ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଖବର ମଧ୍ୟ ପହଞ୍ଚିଛି।

Related posts