Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁବର୍ଗ ପଲ୍‌ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ
ଆଜିର ଖବର

ନ୍ୟୁବର୍ଗ ପଲ୍‌ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ

July 22, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି : ଭାରତରେ ଦ୍ରୁତଗତିରେ ବଢ଼ି ଚାଲିଥିବା ନିଦାନ କେନ୍ଦ୍ର କ୍ରମରେ, ନ୍ୟୁବର୍ଗ ପଲ୍‌ସ ଡାଇଗ୍ନୋଷ୍ଟିକ କେନ୍ଦ୍ର ରାଞ୍ଚିରେ ତାର ପ୍ରଥମ ଅତ୍ୟାଧୁନିକ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ କରିଛି, ଏଥିରେ ସହରର ପ୍ରଥମ ଉନ୍ନତ ପିଇଟି-ସିଟି ସ୍କାନର ଉପଲବ୍ଧ ରହିଛି। ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ କୋଲକାତାର ପଲ୍‌ସ ଗ୍ରୁପ୍‌ ସହିତ ସହଭାଗିତାରେ ପୂର୍ବ ଭାରତରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଏଭଳି ମିଳିତ ପଦକ୍ଷେପ ନେଇଛି।  

ମହେନ୍ଦ୍ର ସିଂହ ଧୋନି ଏହି କେନ୍ଦ୍ର ଉଦ୍‌ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍‌ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍‌.କେ. ବେଲୁ, ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍‌ର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶିକା ସୁନିତା ବିହାନି, ନ୍ୟୁବର୍ଗ ପଲ୍‌ସ ଏବଂ ରାଜ୍ୟ ତଥା ସମଗ୍ର ଭାରତର ବହୁସଂଖ୍ୟାରେ ଡାକ୍ତର ଏବଂ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇଥିଲେ।

ରାଞ୍ଚିର ନ୍ୟୁବର୍ଗ ପଲ୍‌ସ ଡାଇଗ୍ନୋଷ୍ଟିକ ସେଣ୍ଟର ହର୍ମୁ କଲୋନିସ୍ଥିତ ମହେନ୍ଦ୍ର ସିଂହ ଧୋନିଙ୍କର ପୁରୁଣା ବାସଭବନରେ ସ୍ଥାପନ କରାଯାଇଛି, ଯେଉଁଠି ସେ ଅତୀତରେ ପରିବାର ସହିତ ରହୁଥିଲେ। ଏହି କେନ୍ଦ୍ର ଗୋଟିଏ ଛାତ ତଳେ ସମସ୍ତ ପ୍ରକାରର ନିଦାନ  ସୁବିଧା ପ୍ରଦାନ କରିଥାଏ, ଯେଉଁଥିରେ ପାଥୋଲୋଜି, ରେଡିଓଲୋଜି, ନ୍ୟୁକ୍ଲିୟର ମେଡିସିନ, କାର୍ଡିଓଲୋଜି, ଗେଷ୍ଟ୍ରୋଏଣ୍ଟରୋଲୋଜି, ଏବଂ ପ୍ରିଭେଣ୍ଟିଭ୍ ହେଲ୍‌ଥ ସର୍ଭିସ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ। ଏହି କେନ୍ଦ୍ର ୬,୦୦୦ରୁ ଅଧିକ ସାଧାରଣ ଏବଂ ସୁପର-ସ୍ପେଶାଲିଟି ପରୀକ୍ଷଣର ସୁବିଧା ପ୍ରଦାନ କରିଥାଏ, ଯେଉଁଥିରେ ଏମ୍‌ଆର୍‌ଆଇ, ସିଟି, ପିଇଟି-ସିଟି, ଡିଜିଟାଲ ଏବଂ ପୋର୍ଟେବଲ ଏକ୍ସ-ରେ, ଆଡ୍‌ଭାନ୍‌ସଡ ସୋନୋଗ୍ରାଫି, ଏଣ୍ଡୋସ୍କୋପି, କଲୋନୋସ୍କୋପି, ୪ଡି ଅଲଟ୍ରାସାଉଣ୍ଡ, ମାମୋଗ୍ରାଫି, ୨ଡି ଇକୋ, ଇସିଜି, ଇଇଜି, ଇଏମ୍‌ଜି ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ବିଶେଷଜ୍ଞ ଡାକ୍ତର, କଠୋର ଗୁଣବତ୍ତାଯୁକ୍ତ ଆଚରଣ ବ୍ୟବସ୍ଥା, ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରିବା ସହିତ ଏହି କେନ୍ଦ୍ର ସଠିକ ଫଳାଫଳ ସୁନିଶ୍ଚିତ କରିଥାଏ। ଏଥିସହିତ ଏଥିରେ ଅତିରିକ୍ତ ସେବା  ଭାବେ ସମଗ୍ର ରାଞ୍ଚିରେ ଘରୁ ନମୁନା ସଂଗ୍ରହ, ସ୍ଵାସ୍ଥ୍ୟ ପରୀକ୍ଷା ପ୍ୟାକେଜ, ପର୍ସନାଲାଇଜ୍‌ଡ ଜିନୋମିକ୍ସ, ସମ୍ପୂର୍ଣ୍ଣ ଶରୀରର ଏମ୍‌ଆର୍‌ଆଇ ସ୍ଵାସ୍ଥ୍ୟ ପରୀକ୍ଷା, ଡିଜିଟାଲ୍ ସ୍ମାର୍ଟ ରିପୋର୍ଟ ଏବଂ ପରାମର୍ଶ ସହଯୋଗ ଅନ୍ତର୍ଭୁକ୍ତ କରାଯାଇଛି।

ଡା. ଜି.ଏସ୍‌.କେ. ବେଲୁ କହିଛନ୍ତି, “ନ୍ୟୁବର୍ଗ  ପଲ୍‌ସର ବିଶ୍ଵସ୍ତରୀୟ ଏହି ସମନ୍ଵିତ ନିଦାନ କେନ୍ଦ୍ରର ଶୁଭାରମ୍ଭ କରିବା ସହିତ ଆମେ ଝାଡ଼ଖଣ୍ଡବାସୀଙ୍କ ପାଇଁ ନିୟମିତ ପ୍ରତିଷେଧକମୂଳକ  ପରୀକ୍ଷାଠାରୁ  ଆରମ୍ଭ କରି ଉନ୍ନତ ପାଥୋଲୋଜି ଏବଂ ରେଡିଓଲୋଜି ସେବା ସୁଲଭ ମୂଲ୍ୟରେ ପ୍ରଦାନ କରୁଛୁ।

ଏହା ଆମ ପାଇଁ ଗର୍ବର ବିଷୟ ଯେ, ଆମେ ଏହି କେନ୍ଦ୍ର କ୍ରିକେଟ ତାରକା ମହେନ୍ଦ୍ର ସିଂହ  ଧୋନିଙ୍କ  ପୂର୍ବ  ବାସଭବନରେ  ସ୍ଥାପନ  କରିପାରିଛୁ, ଏବଂ  ଏହି  ସହଭାଗିତାରେ  ସେ  ଆମ  ସହିତ  ରହିବା  ଆମ  ପାଇଁ ଅତ୍ୟ ନ୍ତ ସମ୍ମାନର ବିଷୟ ଅଟେ।” ଆମେ ରାଞ୍ଚିରେ ଉନ୍ନତ ଜିଇ ଡିସ୍‌କଭରି ଆକ୍ୟୁ ପିଇଟି-ସିଟି ସ୍କାନର ଏକ ଷ୍ଟାଣ୍ଡ ଏଲୋନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପ୍ରଥମଥର ସ୍ଥାପନ କରି ଗର୍ବିତ, ଯାହା ସଠିକ୍ ଇମେଜିଂ ଏବଂ କ୍ୟାନସର ନିଦାନ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ। ନ୍ୟୁବର୍ଗ ପଲ୍‌ସ  ଅଭିନବ ଚିକିତ୍ସା କୌଶଳ ଏବଂ ଭରସାଯୋଗ୍ୟ ବିଶେଷତା ସହିତ ଉଚ୍ଚ ଗୁଣବତ୍ତାଯୁକ୍ତ ନିଦାନ ସେବା ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ପ୍ରତିବଦ୍ଧ ଅଟେ। ଆମର ଲକ୍ଷ୍ୟ ହେଉଛି ଲୋକଙ୍କୁ ଠିକ୍‌ ସମୟରେ ସଠିକ୍‌ ନିଦାନ ଦ୍ଵାରା ସ୍ଵାସ୍ଥ୍ୟକ୍ଷେତ୍ରରେ ସଶକ୍ତ କରିବା , ଏବଂ ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତି ପାଇଁ ଅବସର ସୃଷ୍ଟି କରିବା।

ସୁନିତା ବିହାନି, ସିଇଓ ଏବଂ ଏମ୍‌ଡି, ନ୍ୟୁବର୍ଗ ପଲ୍‌ସ ଡାଇଗ୍ନୋଷ୍ଟିକ୍‌ସ କହିଛନ୍ତି, “ରାଞ୍ଚିରେ ଆମର ସମନ୍ଵିତ ନିଦାନ କେନ୍ଦ୍ର ସ୍ଥାପନା ପୂର୍ବ ଭାରତରେ ଆମର ବିସ୍ତୃତ ଦୃଷ୍ଟିକୋଣର ଗୁରୁତ୍ଵପୂର୍ଣ୍ଣ ମାନଦଣ୍ଡ। ଏହି କେନ୍ଦ୍ର, ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଏକ ପ୍ରମୁଖ କେନ୍ଦ୍ର ଭାବେ କାମ କରିବ। ନ୍ୟୁବର୍ଗ ଗ୍ରୁପ ଆସନ୍ତା ୨-୩ବର୍ଷ ମଧ୍ୟରେ ଝାଡ଼ଖଣ୍ଡରେ ନିଦାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୦୦କୋଟିରୁ ଅଧିକ ଟଙ୍କାର ନିବେଶ କରିବାକୁ ଯାଉଛି, ୩୦ କୋଟି ଟଙ୍କାରେ ପ୍ରଥମ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆମର ଉଦ୍ଦେଶ୍ୟ ଏକ ମଜବୁତ, ବିକେନ୍ଦ୍ରୀକୃତ ନେଟୱର୍କ ତିଆରି କରିବା, ଯାହାଫଳରେ ସବୁବର୍ଗର ଲୋକଙ୍କୁ ସେମାନଙ୍କର ଦୁଆରମୁହଁରେ ବିଶ୍ଵସ୍ତରୀୟ ନିଦାନ ସେବା ଯୋଗାଇଦେବା। ”

ମହେନ୍ଦ୍ର ସିଂହ ଧୋନି କେନ୍ଦ୍ରକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି,”ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ମୁଁ ଯେଉଁଠାରେ ଦିନେ ମୋର ଯାତ୍ରା ଆରମ୍ଭ କରିଥିଲି, ସେଠାରେ ବର୍ତ୍ତମାନ ଗୋଟିଏ ଉନ୍ନତ ନିଦାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି।

ଏହି କେନ୍ଦ୍ର ରାଞ୍ଚିବାସୀଙ୍କୁ ବିଶ୍ଵସ୍ତରୀୟ ଚିକିତ୍ସା ସେବାର ନିକଟତର କରାଇବାରେ ସହାୟକ ହେବ। ମୁଁ ନ୍ୟୁବର୍ଗ ପଲ୍‌ସ ସହିତ ଭାଗୀଦାର ହୋଇ ନିଜକୁ ଗୌରବାନ୍ଵିତ ମନେକରୁଛି, କାରଣ ଏହା ରାଞ୍ଚିବାସୀଙ୍କୁ ଗୁଣବତ୍ତାଯୁକ୍ତ ନିଦାନ ସହଜରେ ଉପଲବ୍ଧ କରିପାରିଛି।”

Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.