ଭୁବନେଶ୍ବର: ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ସହିତ ସାଂଗଠନିକ ସଂପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ବର୍ତମାନ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ତଥା ଅଦଳବଦଳ ଚର୍ଚ୍ଚା ଚାଲିଥିବା ବେଳେ ଏହି ଦୁଇ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ବଢିଛି। କିଛିଦିନ ତଳେ ମନମୋହନ ମନ୍ତ୍ରୀ ମଣ୍ଡଳ ସଂପ୍ରସାର ଉପରେ ସମକ୍ୟ ସୂଚନା ଦେଇଥିଲେ।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକୁ ନେଇ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଆଜି ସଭାପତି ଓ ସଂଗଠକ ସଂପାଦକଙ୍କ ଦିଲ୍ଲୀ ଗସ୍ତ ପରେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ତେବେ ଦିଲ୍ଲରେ ଉଭୟ ବରିଷ୍ଠ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉଭୟ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବେ।