Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ
ଆଜିର ଖବର

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ମୋଟ୍‌ ୧୪୪ଟି ମାମଲାର ଶୁଣାଣି କରାଯିବା ସହିତ ରାଜ୍ୟରେ ମାନବାଧିକାର ଉଲ୍ଲଂଘନ ପୀଡ଼ିତମାନଙ୍କୁ ପ୍ରାୟ ୨୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିମନ୍ତେ ସୁପାରିସ କରାଯାଇଛି। ଶିବିରରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଭି. ରାମସୁବ୍ରମଣ୍ୟନ୍‌, ସଦସ୍ୟ ନ୍ୟାୟମୂର୍ତ୍ତି (ଡକ୍ଟର) ବିଦ୍ୟୁତ୍ ରଞ୍ଜନ ଷଢ଼ଙ୍ଗୀ ଏବଂ ବିଜୟା ଭାରତୀ ସାୟାନି ମାମଲାଗୁଡ଼ିକର ଶୁଣାଣି କରିଥିଲେ। ଏହି ଅବସରରେ ମହାସଚିବ, ଭରତ ଲାଲ, ରେଜିଷ୍ଟ୍ରାର (ଆଇନ) ଯୋଗିନ୍ଦର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଅଧିକାରୀ ଏବଂ ଅଭିଯୋଗକାରୀ ଉପସ୍ଥିତ ଥିଲେ।

ମାନବାଧିକାର ଆୟୋଗ ଏହି ଶିବିରରେ ହାଜତ ମୃତ୍ୟୁ, ସରକାରୀ ଆଶ୍ରୟ ଗୃହରେ ମୃତ୍ୟୁ, ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଶିଶୁ ମୃତ୍ୟୁ, ବୁଡ଼ି ଜନିତ ମୃତ୍ୟୁ, ବୁଲା କୁକୁର କାମୁଡ଼ା, ଶିଶୁ ଚାଲାଣ, ମୌଳିକ ମାନବିକ ସୁବିଧାରୁ ବଞ୍ଚିତ ହେବା ମାମଲା, ନାବାଳିକା ଦୁଷ୍କର୍ମ, ଅପରାଧ ସମେତ ନାରୀ ନିର୍ଯାତନା, ନିଖୋଜ ବ୍ୟକ୍ତିଙ୍କ ମାମଲା, ପୁଲିସ ଅତ୍ୟାଚାର, ଆତ୍ମହତ୍ୟା ମୃତ୍ୟୁ, ପୁଲିସ ଦ୍ୱାରା ଏଫଆଇଆର ପଞ୍ଜିକରଣ ନ କରିବା, ବିଦ୍ୟୁତ ଆଘାତ ମାମଲା ଇତ୍ୟାଦି ବିଭିନ୍ନ ମାମଲାର ବିଚାର କରିଥିଲେ।

ବିଭିନ୍ନ ମାମଲାରେ ଉପଯୁକ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଉଦାହରଣ ସ୍ୱରୂପ ଜଣେ ବରିଷ୍ଠ ଆଦିବାସୀ ମହିଳାଙ୍କୁ ଭତ୍ତା, ୧୫,୦୦୦ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ ସୁବିଧା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ମାମଲାରେ ପୁଲିସ ତଦନ୍ତ ତ୍ୱରାନ୍ୱିତ କରିବା ଏବଂ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ କୁହାଯାଇଥିଲା। ଗୋଟିଏ ବିପଦପୂର୍ଣ୍ଣ ବାଣ କାରଖାନାରେ କାମ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା ପାଞ୍ଚ ଜଣ ଶ୍ରମିକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ଅଭିଯୋଗକାରୀ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ଶୁଣାଣି ପରେ ଆୟୋଗ ୩୮ଟି ମାମଲା ବନ୍ଦ କରିଛନ୍ତି। ଏହା ସହିତ, ଆୟୋଗଙ୍କ ସୁପାରିସ ଅନୁଯାୟୀ ସମ୍ପୃକ୍ତ ଅଧିକାରୀମାନେ ଦେୟ ପ୍ରମାଣ ସହିତ ଅନୁପାଳନ ରିପୋର୍ଟ ଦାଖଲ କରିବା ପରେ ତିନୋଟି ମାମଲା ବନ୍ଦ କରାଯାଇଛି।

‘ପିଡ଼ିତ କ୍ଷତିପୂରଣ ଯୋଜନା’ ଅଧୀନରେ ୨୫ଟି ମାମଲାରେ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ବାକି ରହିଛି ବୋଲି ଆୟୋଗ ଜାଣିବାକୁ ପାଇଥିଲେ। ଏ ନେଇ ରାଜ୍ୟ ଆଇନ ସେବାର ସଦସ୍ୟ ସଚିବଙ୍କ ସହ ଆଲୋଚନା କରାଯାଇଥିଲା ଏବଂ କ୍ଷତିପୂରଣ ପ୍ରଦାନ ପରେ ମାମଲାଗୁଡ଼ିକର ସମାଧାନ ସୁନିଶ୍ଚିତ ହୋଇଥିଲା।

ଶୁଣାଣି ପରେ, ଆୟୋଗ ରାଜ୍ୟର ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ମାନବାଧିକାରର ବିଭିନ୍ନ ଦିଗ ଉପରେ ଏକ ବୈଠକ କରିଥିଲେ। ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ, ସାପ କାମୁଡ଼ା ଯୋଗୁଁ ମୃତ୍ୟୁ, କୋଭିଡ ସମୟରେ ମାନବ ଚାଲାଣ, ଓଡ଼ିଶାର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଯୋଗୁଁ ସମସ୍ୟା, ଡାହାଣୀ ଓ ଗୁଣିଗାରେଡ଼ି ଯୋଗୁଁ ମାନବାଧିକାର ଉଲ୍ଲଂଘନ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆୟୋଗଙ୍କ ନିର୍ଦ୍ଦେଶକୁ ରାଜ୍ୟ ପଦାଧିକାରୀମାନଙ୍କ ଅନୁପାଳନ କରିବାକୁ ପ୍ରଶଂସା କରାଯାଇଥିଲା।

ମାନସିକ ସ୍ୱାସ୍ଥ୍ୟ, ଗୋତି ଖଟିବା, ଖାଦ୍ୟ ଓ ସୁରକ୍ଷା ଅଧିକାର ଇତ୍ୟାଦି ପ୍ରସଙ୍ଗରେ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ପରାମର୍ଶ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାନବାଧିକାର ଉଲ୍ଲଂଘନର ପୀଡିତମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆୟୋଗଙ୍କ ନିକଟରେ ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟ ସଚିବ ଏହାର ପୂର୍ଣ୍ଣ ଅନୁପାଳନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପରେ, ଆୟୋଗ ନାଗରିକ ସମାଜର ପ୍ରତିନିଧି, ଏନଜିଓ ଏବଂ ମାନବାଧିକାର କର୍ମୀ ଓ ରକ୍ଷାକାରୀ ସଂସ୍ଥାଗୁଡ଼ିକର ପଦାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଓଡ଼ିଶାର ପ୍ରସିଦ୍ଧ ମାନବାଧିକାର କର୍ମୀ ଏବଂ ଆଇନଜୀବୀ ଶ୍ରୀ ରାଧାକାନ୍ତ ତ୍ରିପାଠୀଙ୍କ ଅକାଳ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାସହିତ ସମଗ୍ର ଓଡ଼ିଶାରେ ଅଗଣିତ ଜୀବନରେ ସୁଧାର ଆଣିବା ଲାଗି ନ୍ୟାୟ, ମର୍ଯ୍ୟାଦା ଏବଂ ସମାନତା ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତାକୁ ସ୍ୱୀକାର କରି ଏକ ଶୋକ ବାର୍ତ୍ତା ଜାରି କରାଯାଇଥିଲା। ମାନବାଧିକାର ଶିକ୍ଷା, ପୁଲିସ ସଂସ୍କାର, ଶିକ୍ଷା ଓ ପରିଚୟ ପତ୍ର ସମସ୍ୟା ସମ୍ପର୍କରେ ତୃତୀୟ ଲିଙ୍ଗିଙ୍କ ସମସ୍ୟା ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଉପରେ ମାନବାଧିକାର କର୍ମୀମାନେ ଆଲୋକପାତ କରିଥିଲେ। ଦେଶରେ ମାନବାଧିକାରକୁ ଆହୁରି ସୁଦୃଢ଼ କରିବା ପାଇଁ ଏନଏଚଆରସିଙ୍କ ନିକଟରେ ପହଞ୍ଚିବା ଏବଂ ମତ ବିନିମୟ କରିବା ପାଇଁ ଏହି ପଦକ୍ଷେପକୁ ଏନଜିଓ ଏବଂ ମାନବାଧିକାର କର୍ମୀମାନେ ସ୍ୱାଗତ କରିଥିଲେ।

ଏନଏଚଆରସି ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଭି. ରାମସୁବ୍ରମଣ୍ୟନ୍‌ କହିଥିଲେ, ଆୟୋଗ ସହିତ ଏନଜିଓ ଏବଂ ମାନବାଧିକାର ରକ୍ଷାକାରୀ ସଂସ୍ଥାଗୁଡ଼ିକର ନିରନ୍ତର ସହଭାଗୀତା ଦେଶରେ ମାନବାଧିକାରକୁ ସୁଦୃଢ଼ କରିବାରେ ବହୁତ ସାହାଯ୍ୟ କରିବ। ସେମାନଙ୍କୁ ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ ସେମାନେ hrcnet.nic.in ମାଧ୍ୟମରେ ଅନଲାଇନରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗ ଦାଖଲ କରିପାରିବେ। ଆୟୋଗ ରାଜ୍ୟରେ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ଭୟ କିମ୍ବା ପକ୍ଷପାତିତା ବିନା ଏପରି କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଶେଷରେ ଆୟୋଗ ଏହି ଜନଶୁଣାଣି ଶିବିରର ଫଳାଫଳକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଜନଶୁଣାଣି ଶିବିର ଜାତୀୟ ମାନବାଧିକାର ଆୟୋଗ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.