Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଉଦଘାଟିତ
ଆଜିର ଖବର

୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଉଦଘାଟିତ

July 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଟକ: କଟକସ୍ଥିତ ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ ପରିସରରେ ୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର, ଆଇପିଏସ ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ରାଜେଶ କୁମାର ଧନ୍ୟବାଦ ଜଣାଇଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଆମେରିକାର ବିର୍ମିଂହାମଠାରେ ଅନୁଷ୍ଠିତ ବିଶ୍ଵ ପୋଲିସ ଓ ଅଗ୍ନିଶମ କ୍ରୀଡା- ୨୦୨୫ରେ ଭାରତୀୟ ଦଳକୁ ପ୍ରତିନିଧିତ୍ଵ କରି ଓଡିଶା ପୁଲିସର ୭ ଜଣ କୃତି କ୍ରୀଡାବିତ ମାନେ ଅପୂର୍ବ କ୍ରିଡାନୈପୁଣ୍ୟ ପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଓଡିଶା ପୁଲିସକୁ ଗୌରବାନ୍ଵିତ କରିଛନ୍ତି। ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖି, ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସମେତ ୨୦ ପଦକ ହାସଲ କରିଛନ୍ତି । ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ଏବଂ ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଶ୍ରୀ ରାଜେଶ କୁମାର କହିଥିଲେ।
୨୦୨୫ ଜୁଲାଇ ୨୨ ରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ଷଷ୍ଠ ବାଟାଲିୟନର ବିଭିନ୍ନ  ଗ୍ରାଉଣ୍ଡରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନରୁ ୨୫ଟି ପୋଲିସ ଭଲିବଲ ଟିମ ଓ ୫ଟି ପୋଲିସ ବାସ୍କେଟବଲ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୪୨୯ ଜଣ ଖେଳାଳି ସାମିଲ ହୋଇଛନ୍ତି। ଷଷ୍ଠ ବାଟାଲିୟନ, କଟକ ବିଭିନ୍ନ  ଗ୍ରାଉଣ୍ଡରେ ଏହି ଚମ୍ପିୟାନସିପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେଉଛି।  ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନ ସ୍ତରରେ ସମସ୍ତ ବସ୍କେଟ ବଲ ଓ ଭଲିବଲ  ଖେଳାଳି ମାନେ ଆଜି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଆଜିର ଏହି ଉଦଘାଟନି ସମାରୋହରେ ଆଇଜିପି ଗଜଭିୟେ ସତୀଶ କୁମାର, ଏଆଇଜି (ମୁଖ୍ୟାଳୟ)  ତପନ ନାରାୟଣ ରଥ,ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ମାନ୍ଧାତା ସାଇ ପ୍ରମୁଖ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଏହି ସମାରୋହରେ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ।
ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା ରାଜ୍ୟ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026
Latest News

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026

ଅସୀମ ମୁନିରଙ୍କ ପାଇଁ ଜାତିସଂଘରେ ପାକିସ୍ତାନକୁ ନିନ୍ଦା କଲା ଭାରତ: ଜାଣନ୍ତୁ କାରଣ

January 30, 2026

ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ

January 30, 2026

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.