Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ
ଆଜିର ଖବର

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

ଭୁବନେଶ୍ବର: ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଂଯୋଜକ ଶ୍ରୀ ବିଶ୍ୱଜିତ ଦାଶଙ୍କ ସହିତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ଓଡିଶା ଶାଖା ସଭାପତି ଅଭିଳାଶ ପଣ୍ଡାଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ଗତ ଜୁଲାଇ ୨୧ ତାରିଖ ଦିନ ବିଜେପି କାର୍ଯ୍ୟାଳୟ ଠାରେ ତାଙ୍କର ଅନ୍ୟକିଛି ସହକର୍ମୀଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବିରୋଧ ଦଳ ନେତା ତଥା ପୂର୍ବତନ ଜାତୀୟ କଂଗ୍ରେସ ଦଳର ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତ୍ୟନ୍ତ ଅଶାଳିନ ମନ୍ତବ୍ୟ ପ୍ରଦାନ କରିବା ସହିତ ରାହୁଲ ଗାନ୍ଧୀଙ୍କର ଚରିତ୍ର ସଂହାର କରିଛନ୍ତି।

ଏପରିକି ସମସ୍ତ କଂଗ୍ରେସ ଦଳର ନେତୃବର୍ଗ ଜଣେ ଜଣେ ବଳାତ୍କାରୀ ବୋଲି ଗଣମାଧ୍ଯମ ସମ୍ମୁଖରେ କହିବାକୁ କୁଣ୍ଠାବୋଧ କରିନଥିଲେ । ଏହା ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ଘୋର ଆଘାତ ଦେବା ସହିତ ତାଙ୍କପ୍ରତି ଯେଉଁ ଆପତିଜନକ ମନ୍ତବ୍ୟ ଶ୍ରୀ ପଣ୍ଡା ଦେଇଛନ୍ତି ତାହା ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରା ଅନୁସାରେ ତାଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ନେତୃବର୍ଗ ଥାନାର ବରିଷ୍ଠ ଅଧିକାରୀ ତଥା ଜୋନର ଏସିପିଙ୍କ ଠାରେ ଦାବି କରିଛନ୍ତି । ଥାନାର ବରିଷ୍ଠ ଅଧୂକାରୀ ଏହାକୁ ଏଫଆଇର ରୂପେ ଗ୍ରହଣ କରିବା ସହିତ ତାର ଏକକିତା ନକଲ ମଧ୍ଯ ପ୍ରଦାନ କରିଛନ୍ତି ।

ଶ୍ରୀ ଦାଶ କହିଛନ୍ତି ଯଦି ଶ୍ରୀ ପଣ୍ଡାଙ୍କୁ ତୁରନ୍ତ ଗିରଫ କରାଯିବ ନାହିଁ ତାହାଲେ କଂଗ୍ରେସ ଆଇନଗତ ଲଢ଼େଇ ଲଢ଼ିବା ସହିତ ପୋଲିସ ବିଭାଗର ପାତର ଅନ୍ତର ବିରୋଧରେ ମଧ୍ୟ ଲଢ଼େଇ କରାଯିବ। ଏହି ପ୍ରତିନିଧୂ ମଣ୍ଡଳୀରେ ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ମୋହନ ଜେନା, ଦେବାଶିଷ ମହାପାତ୍ର, ଶ୍ରୀୟା ମହାନ୍ତି, ପ୍ରଶନ୍ନ ନାୟକ, ପ୍ରାଚୀ ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ମଣ୍ଡୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ସଂକୁନା କହଁର, ଶିଶିର ରାଉତରାୟ, ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Latest News

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.