Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଞ୍ଚେଷ୍ଟରରେ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ, ୫୧ ବର୍ଷ ପରେ ଭାରତୀୟ ଓପନର ଭାବେ କଲେ ଏହି କୃତିତ୍ୱ
ଆଜିର ଖବର

ମଞ୍ଚେଷ୍ଟରରେ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ, ୫୧ ବର୍ଷ ପରେ ଭାରତୀୟ ଓପନର ଭାବେ କଲେ ଏହି କୃତିତ୍ୱ

July 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଇତିହାସ ରଚିଛନ୍ତି। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ଜୟସ୍ୱାଲ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରି ୫୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଏହି ଅର୍ଦ୍ଧଶତକ ସହିତ,= ସେ ୧୯୭୪ ପରେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ୍ ଭାବରେ ମଞ୍ଚେଷ୍ଟରରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ପୂର୍ବରୁ ଏହି କୃତିତ୍ୱ କେବଳ ଭାରତୀୟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ନାମରେ ରେକର୍ଡ ହୋଇଥିଲା। ଗାଭାସ୍କର ୧୯୭୪ ମସିହାରେ ମଞ୍ଚେଷ୍ଟର ଟେଷ୍ଟରେ ୧୦୧ ଏବଂ ୫୮ ରନର ଦୁଇଟି ଜବରଦସ୍ତ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟିଂ ବଳରେ ଭାରତ ପ୍ରଥମ ଇନିଂସରେ ୨୪୬ ରନ କରିଥିଲା। ଜବାବରେ ଇଂଲଣ୍ଡ ଦଳ ୩୨୮/୯ ରନ କରିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଗାଭାସ୍କର ୧୪୦ ବଲ୍ ସାମ୍ନା କରି ୫୮ ରନର ଅବଦାନ ଦେଇଥିଲେ। ତଥାପି ସେହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ୧୧୩ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ଗାଭାସ୍କରଙ୍କ ପରେ ଏହି କୃତିତ୍ୱ ହାସଲ କଲେ ଜୟସ୍ଵାଲ:

ଏବେ ୨୦୨୫ରେ ଯେତେବେଳେ ଭାରତୀୟ ଦଳ ଏକ ଦଶନ୍ଧି ପରେ ଓଲ୍ଡ ଟ୍ରାଫୋର୍ଡରେ ଏକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଆସିଛି, ଯଶସ୍ୱୀ ଜୟସ୍ଵାଲ କେଏଲ ରାହୁଲଙ୍କ ସହିତ ୯୪ ରନ୍‌ର ଓପନିଂ ପାର୍ଟନରସିପ୍ ସହିତ ଦଳ ପାଇଁ ମଜବୁତ ଆରମ୍ଭ ଦେଇଥିଲେ ଏବଂ ଦ୍ୱିତୀୟ ସେସନ୍‌ରେ ତାଙ୍କର ଦ୍ୱାଦଶ ଟେଷ୍ଟ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ପ୍ରଦର୍ଶନ ମଞ୍ଚେଷ୍ଟରରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପୁରୁଣା ସ୍ମୃତିକୁ ସତେଜ କରିନଥିଲା, ବରଂ ତାଙ୍କୁ ରେକର୍ଡ ବୁକ୍‌ରେ ମଧ୍ୟ ସାମିଲ କରିଥିଲା।

ପ୍ରକାଶ ଯେ, ଭାରତ ଗତ ଦୁଇ ଦଶନ୍ଧିରେ ମଞ୍ଚେଷ୍ଟରରେ କେବଳ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଛି। ୧୯୯୦ ମସିହାରେ ସଚିନ ତେନ୍ଦୁଲକର ଏହି ଗ୍ରାଉଣ୍ଡରେ ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ତତ୍କାଳୀନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ମଧ୍ୟ ୧୭୯ ରନ୍‌ର ଏକ ଚମତ୍କାର ଇନିଂସ ଖେଳି ଶତକ ହାସଲ କରିଥିଲେ, କିନ୍ତୁ ମ୍ୟାଚ୍‌ଟି ଡ୍ର ହୋଇଥିଲା। ସେବେଠାରୁ ଏହି ଗ୍ରାଉଣ୍ଡରେ କୌଣସି ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିନାହାଁନ୍ତି। ୨୦୧୪ ରେ ମଧ୍ୟ ଭାରତ ମାଞ୍ଚେଷ୍ଟର ଟେଷ୍ଟରେ ପରାଜୟ ବରଣ କରିଥିଲା।

IND VS ENG Sunil Gavaskar Yashasvi Jaiswal
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.