ଭୁବନେଶ୍ୱର: ଭାରତର ପ୍ରମୁଖ ଏସ୍ୟୁଭି (SUV) ନିର୍ମାତା ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ଆଜି ଉତ୍କଳ ଅଟୋମୋବାଇଲ୍ସ, ମଞ୍ଚେଶ୍ୱର ଠାରେ ଏକ୍ସ୍ୟୁଭି ୩ଏକ୍ସ୍ଓ ରେଭେକ୍ସ୍ (XUV 3XO “REVX”) ସିରିଜ୍ ଲଞ୍ଚ୍ କରିଛି, ଯାହାର ଆରମ୍ଭ ମୂଲ୍ୟ ୮.୯୪ ଲକ୍ଷ ଟଙ୍କା।
ଏକ୍ସ୍ୟୁଭି ୩ଏକ୍ସ୍ଓ (XUV 3XO) ଏକ ବର୍ଷରୁ କମ୍ ସମୟ ମଧ୍ୟରେ ୧ ଲକ୍ଷରୁ ଅଧିକ ବିକ୍ରି ହାସଲ କରି ଏକ ବଡ଼ ସଫଳତା ପାଇଛି, ଯାହା ମହିନ୍ଦ୍ରାର ସବୁଠାରୁ ଦ୍ରୁତ ବିକ୍ରି ହେଉଥିବା ଏସ୍ୟୁଭି (SUV) ଅଟେ। ଗ୍ରାହକଙ୍କ ଆଶା ପୂରଣ କରିବ ରେଭେକ୍ସ୍ (REVX) ସିରିଜ୍ର ଆକର୍ଷଣୀୟ ଫିଚର୍ସ , ନୂଆ ଡିଜାଇନ୍ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ଯାହାକି ଏକ୍ସ୍ୟୁଭି ୩ଏକ୍ସ୍ଓ (XUV 3XO) କୁ ଆହୁରି ଆକର୍ଷଣୀୟ କରିଛି।
ଅନନ୍ୟ ବ୍ୟକ୍ତିତ୍ୱ ପ୍ରତିଫଳିତ କରୁଥିବା ଗାଡି ଖୋଜୁଥିବା ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରି, ମହିନ୍ଦ୍ରା ଏକ୍ସ୍ୟୁଭି ୩ଏକ୍ସ୍ଓ ରେଭେକ୍ସ୍(XUV 3XO “REVX”) ସିରିଜ୍ ଲଞ୍ଚ୍ କରିଛି।