ଭୁବନେଶ୍ଵର: ଆଜି ସକାଳ ୦୯:୨୨ ସମୟରେ ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଟ୍ରେନ ନମ୍ବର ୨୦୮୩୧ ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସର ଏକ ଜେନେରାଲ କୋଚ୍ର ଗୋଟିଏ ବଗି ଟ୍ରାକରୁ ଖସିପଡ଼ିଛି, ଟ୍ରେନଟି ଶାଲିମାରରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଟ୍ରେନଟି ସକାଳ ୦୯:୧୮ ସମୟରେ ସମ୍ବଲପୁର ସିଟିରୁ ଅତି ଧୀର ଗତିରେ ଛାଡିବାର କିଛି ସମୟ ପରେ ଏହି ଘଟଣା ଘଟିଛି।
ଏହି ଘଟଣାରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇଥିବାର ସୂଚନା ନାହିଁ। ପ୍ରଭାବିତ କୋଚ୍ ବ୍ୟତୀତ ଟ୍ରେନଟି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ନେଇ ସମ୍ବଲପୁର ଅଭିମୁଖେ ଯାତ୍ରା କରିସାରିଛି।
ଡିଆରଏମଙ୍କ ସମେତ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ଶୀଘ୍ର ପୁନଃସ୍ଥାପନ ତଦାରଖ କରୁଛନ୍ତି ଏବଂ ଘଟଣା ବିଷୟରେ ପଚାରି ବୁଝିଛନ୍ତି।