ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ତେବେ ଏହି ବଡ ଅଦଳବଦଳରେ ସରକାର କିଛି ଭୁଲ କରିଥିଲେ। ଆଜି ପୁଣି ସେଥିରେ ସଂଶୋଧନ କରି ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି। ଯେଉଁ ଚାରି ଜଣଙ୍କ ଦାୟିତ୍ବ ଅଦଳବଦଳ ହୋଇଛି ସେମାନେ ବେଲେ
1- ରାଜେଶ ପ୍ରଭାକର ପାଟିଲ- ସମବାୟ ବିଭାଗର ସଚିବ ( ଅଦଳବଦଳ ବେଳେ ରାଜେଶଙ୍କୁ କୌଣସି ବିଭାଗ ଦିଆଯାଇ ନ ଥିଲା)
2- ବିଜୟ କେତନ ଉପାଧ୍ୟାୟ- ସଚିବ ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ( ସେ ବର୍ତ୍ତମାନ ଏହି ବିଭାଗର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି। ଅଦଳବଦଳ ବେଳେ ଏହି ବିଭାଗର ସଚିବଙ୍କୁ ବଦଳି କରିଥିଲେ ମଧ୍ୟ ନୂଆ କାହାକୁ ନିଯୁକ୍ତି ଦେବାକୁ ସରକାର ଭୁଲିଯାଇ ଥିଲେ। )
3- ସମର୍ଥ ବର୍ମା- ନିର୍ଦ୍ଦେଶକ ଲଘୁ ଉଦ୍ୟୋଗ
4- ଦୀପଙ୍କର ମହାପାତ୍ର- ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ହକି ପ୍ରମୋଶନ କାଉନସିଲ