Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ପାଳିତ
ଆଜିର ଖବର

ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ପାଳିତ

July 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆୟକର ବିଭାଗ, ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ଭୁବନେଶ୍ବରର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ ପାରମିତା ଶତପଥୀ ତ୍ରିପାଠୀ, ଓଡ଼ିଶା କ୍ଷେତ୍ରର ପ୍ରମୁଖ ମୁଖ୍ୟ ଆୟକର କମିଶନର, ଯୋଗ ଦେଇଥିଲେ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଆୟକର ବିଭାଗର ପ୍ରିନ୍ସିପାଲ ଡାଇରେକ୍ଟର (ପିଡିଆଇଟି ଆଇଏନଭି)  ଡ. ସଂଦୀପ ଗୋଏଲ, ପ୍ରିନ୍ସିପାଲ ଚିଫ୍ କମିଶନର ସରୋଜ କୁମାର ମହାପାତ୍ର ଏବଂ ଭୁବନେଶ୍ୱରର ସିଆଇଟି (ପ୍ରଶାସନ ଏବଂ ଟିପିଏସ୍) ଶୋଭନ କୃଷ୍ଣ ସାହୁ ଯୋଗଦେଇଥିଲେ।

ଏହି ସମାରୋହ ସ୍ୱେଚ୍ଛାକୃତ ଟିକସ ଅନୁପାଳନ, କରଦାତା ସେବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆୟକର ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ରୋଖାଙ୍କିତ କରିଥିଲା।  ଭିଡିଓ ଅଭିଭାଷଣରେ, ସିବିଡିଟି ଅଧ୍ୟକ୍ଷ ଶ୍ରୀ ରବି ଅଗ୍ରୱାଲ ଅଧିକ ସ୍ୱଚ୍ଛତା, ଦକ୍ଷତା, ସରଳୀକରଣ ଏବଂ ଡିଜିଟାଲାଇଜେସନ୍ ଦିଗରେ ଆୟକର ବିଭାଗର ପରିବର୍ତ୍ତନକାରୀ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ ମଧ୍ୟ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ କରଦାତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଆୟକର ପ୍ରକ୍ରିୟାଗୁଡ଼ିକୁ ଆହୁରି ସରଳ କରିବା ଏବଂ କରଦାତା ସେବାକୁ ବୃଦ୍ଧି କରିବା ପାଇଁ ବିଭାଗର ଦୃଷ୍ଟିକୋଣକୁ ରେଖାଙ୍କିତ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀମତୀ ଶତପଥୀ ତ୍ରିପାଠୀ ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ସେବା ଭିତ୍ତିକ ଆଭିମୁଖ୍ୟ ଏବଂ ପରବର୍ତ୍ତୀ ସଫଳତା ମାଇଲଖୁଣ୍ଟ ହାସଲ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ମୟୁର ଆର୍ଟ ଗ୍ରୁପ ପକ୍ଷରୁ ଛଉ ନୃତ୍ୟୁ ପ୍ରଦର୍ଶନ କରାଯାଇଥିଲା। ସେହିପରି ଉଲ୍ଲେଖନୀୟ ସେବା ପାଇଁ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ଓଡ଼ିଶାର ବିଭିନ୍ନ ଅଂଚଳର ଡାକ୍ତରମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଏକ ସ୍ବାସ୍ଥ୍ୟ ଶିବିର, ଏକ ଓ୍ବାକାଥନ ଓ ବିଭାଗର କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଆୟକର ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.