ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନବଗଠିତ କର୍ଣ୍ଣାଟକ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବି ଏସ୍ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହା । ୟେଦ୍ୟୁରପ୍ପାଙ୍କ ନେତୃତ୍ବ ଏବଂ ମୋଦିଙ୍କ ତତ୍ତ୍ବାବଧାନରେ ବିଜେପି କର୍ଣ୍ଣାଟକରେ ଏକ ସଶକ୍ତ ଏବଂ ବିକାଶମୂଳକ ସରକାର ପ୍ରଦାନ କରିବ ବୋଲି ଶାହା ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ଲୋକଙ୍କ ଆଶା ପୂରଣ କରିବାର ସମସ୍ତ ଉଦ୍ୟମ ସରକାରଙ୍କ ପକ୍ଷରୁ କରାଯିବ ବୋଲି ଶାହା କହିଛନ୍ତି । କର୍ଣ୍ଣାଟକର ଚାଷୀ ମାନଙ୍କ ସମସ୍ୟା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଶାହା ପ୍ରକାଶ କରିଛନ୍ତି । ଅନ୍ୟତମ ବିଜେପି ନେତା ତଥା ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ସରକାର ଅନ୍ତରୀଣ ବିବାଦ ଯୋଗୁଁ ଭୁଷୁଡିଲା ଏବଂ ବିଜେପି ଏକ ସ୍ଥିର ସରକାର ପ୍ରଦାନ କରିବ ବୋଲି ନଡ୍ଡା ଟ୍ବିଟ୍ କରିଛନ୍ତି ।
Tags: